ଭୁବନେଶ୍ବରରେ ଆଜି 46 କରୋନା ଆକ୍ରାନ୍ତ ଚିହ୍ନଟ, 22 କ୍ବାରେଣ୍ଟିନ ଓ 24 ଲୋକାଲ କଣ୍ଟ୍ରାକ୍ଟ କେସ୍

Published: Jul 8, 2020, 4:40 pm IST

ଭୁବନେଶ୍ବର, ଭୁବନେଶ୍ବର ସହରରେ ଆଜି ଆଉ 46 କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ହୋଇଥିବା 46 ଜଣ ପଜିଟିଭରୁ 22 କ୍ବାରେଣ୍ଟିନ ଓ 24 ଲୋକାଲ କଣ୍ଟ୍ରାକ୍ଟ କେସ୍ ରହିଥିବା ବିଏମସି ପକ୍ଷରୁ ସୂଚନା ଦିଆଯାଇଛି। 3 ଆକ୍ରାନ୍ତ ଘରୋଇ ହସ୍ପିଟାଲରୁ, 4ଟି ଆରଟିଓ-1 ଅଫିସରୁ ଚିହ୍ନଟ ହୋଇଛନ୍ତି। ନୟାପଲ୍ଲି, ପାତ୍ରପଡା, କଟକ ରୋଡ, ନୟାପଲ୍ଲି ବେହେରା ସାହି, ବମିଖାଲ, ୟୁନିଟ୍-8 ବଏଜ୍ ହାଇସ୍କୁଲ ନିକଟରୁ, ଘାଟିକିଆ ପର୍ଶୁରାମ ମନ୍ଦିର ନିକଟରୁ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ସେହିପରି ପୋଖରୀପୁର କେଶରୀ ଭିଲ୍ଲା ପାଖରୁ ଜଣେ ଓ କୋଳଥିଆରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଜୟଦେବ ବିହାରର ଏକ ଆପାର୍ଟମେଣ୍ଟରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏକ ସରକାରୀ ହସ୍ପିଟାଲର 2 ମହିଳା କର୍ମଚାରୀ କରୋନାରେ ଆକ୍ରାନ୍ତ ହୋଇଥିବା ବିଏମସି ସୂଚନା ଦେଇଛି। କଳିଙ୍ଗ ନଗରରୁ ଜଣେ, ୟୁନିଟ-6 ଗଙ୍ଗନଗରର ଜଣେ ଚିହ୍ଟଚ ହୋଇଥିବା ବେଳେ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅନ୍ୟ ଜିଲ୍ଲାର ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

Related posts