ବ୍ୟାପୁଛି କରୋନା: ବାହାର ଲୋକଙ୍କୁ ଭୁବନେଶ୍ବର ଅଫିସ ମନା,ବନ୍ଦ ହେଲା ICICI ବ୍ୟାଙ୍କ ମୁଖ୍ୟ ଶାଖା

Published: Jul 8, 2020, 5:09 pm IST

ଭୁବନେଶ୍ବର: ଗତ କିଛି ଦିନ ହେଲା ଭୁବନେଶ୍ବରର ବିଭିନ୍ନ ସ୍ଥାନକୁ କରୋନା ସଂକ୍ରମିତ ହେଉଥିବାରୁ ସ୍ବତନ୍ତ୍ର ପଦକ୍ଷେପ ସ୍ବରୁପ ବାହାର ଅଞ୍ଚଳର ଲୋକଙ୍କୁ ଭୁବନେଶ୍ବରରେ ଥିବା ଅଫିସକୁ ମନା କରାଯାଇଛି। ଖୋର୍ଦ୍ଧା ଓ କଟକ ପୌରାଞ୍ଚଳ ବାହାରୁ ଆସୁଥିବା କର୍ମଚାରୀଙ୍କୁ ଭୁବନେଶ୍ବରରେ ଥିବା ଅଫିସ ମନା କରାଯାଇଛି। କୋଭିଡ ସଂକ୍ରମଣ ଆଶଙ୍କା ଦୃଷ୍ଟିରୁ ଜୁଲାଇ 31 ପର୍ଯ୍ୟନ୍ତ ଏହି କଟକଣା ଲଗାଯାଇଛି। 4 ପଜିଟିଭ ଚିହ୍ନଟ ହେବା ପରେ ଆଚାର୍ଯ୍ୟ ବିହାର ସ୍ଥିତ ଆରଟିଓ-2 ଅଫିସକୁ ବନ୍ଦ କରି ଦିଆଯାଇଛି।

15 କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ପ୍ରତିଷେଧକମୂଳକ ପଦକ୍ଷେପ ସ୍ବରୁପ ଆଇସିଆଇସିଆଇ ବ୍ୟାଙ୍କର କଟକ ରୋଡ ଶାଖା, ବ୍ୟାଙ୍କର ସେଲସ ସେକସନ, ଶ୍ରୀୟା ଟକିଜ ପାଖରେ ଥିବା ଭୁବନେଶ୍ବର ମୁଖ୍ୟ ଶାଖାକୁ ବନ୍ଦ କରି ଦିଆଯାଇଛି। ବିଏମସି ପକ୍ଷରୁ ଏହି ସୂଚନା ଦିଆଯାଇଛି।

Related posts