ପୃଥ୍ଵୀବଲ୍ଲଭ ପ୍ରାର୍ଥୀତ୍ଵକୁ ନେଇ ବଢିଲା ଦ୍ଵନ୍ଦ୍ଵ

Published: Mar 13, 2019, 4:40 pm IST

ଆସନ୍ତା ନିର୍ବାଚନରେ ଲଢ଼ିବା ପାଇଁ ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀବଲ୍ଲଭ ପଟ୍ଟନାୟକଙ୍କ ପୁଅ ପୃଥ୍ୱୀବଲ୍ଲଭ ପଟ୍ଟନାୟକ ଲଢିବା ପାଇଁ ଆଗ୍ରହୀ ଥିବାବେଳେ ତାଙ୍କର ପ୍ରାର୍ଥୀତ୍ଵ ନେଇ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କିଛି ଜାଣିନାହାନ୍ତି ବୋଲି କହିଛନ୍ତି । ପିସିସି ସଭାପତିଙ୍କ ମନ୍ତବ୍ୟ  ପୃଥ୍ଵୀବଲ୍ଲଭ ପ୍ରାର୍ଥୀତ୍ଵ ସମ୍ପର୍କରେ ଦ୍ଵନ୍ଦ୍ଵ ସୃଷ୍ଟି କରିଛି ।  ଗତକାଲି ପୃଥ୍ଵୀବଲ୍ଲଭ ନିର୍ବାଚନରେ  ବେଗୁନିଆ ଆସନରୁ ଲଢିବାକୁ ଚାହୁଁଥିବା କହିଥିଲେ । ପୃଥ୍ବୀବଲ୍ଲଭ ଗତ କିଛିଦିନ ମଧ୍ୟରେ ବହୁବାର ବେଗୁନିଆ ଅଞ୍ଚଳ ଗସ୍ତ କରି ଲୋକଙ୍କ ସହ ଆଲୋଚନା କରିଛନ୍ତି । ତାଙ୍କ ପ୍ରତି ଜନସମର୍ଥନ ରହିଛି ବୋଲି ସେ ମଧ୍ୟ ପରୋକ୍ଷରେ କହିଥିଲେ । ତେବେ ପିସିସି ସଭାପତି ପୃଥ୍ବୀବଲ୍ଲଭଙ୍କ ପ୍ରାର୍ଥୀତ୍ଵ ନେଇ କୌଣସି ସ୍ପଷ୍ଟ ଉତ୍ତର ରଖିନାହାନ୍ତି ।  ଯଦି ପୃଥ୍ଵୀ ଚାହିଁବେ, ତା’ହେଲେ ତାଙ୍କ କଥା ବିଚାର କରାଯିବ ବୋଲି ନିରଞ୍ଜନ କହିଛନ୍ତି । ତେବେ ପୃଥ୍ଵୀଙ୍କ ପ୍ରାର୍ଥୀତ୍ବକୁ କଂଗ୍ରେସର ବରିଷ୍ଠ ନେତା ତାରା ପ୍ରସାଦ ବାହିନୀପତି  ଓ ସୁର ରାଉତରାୟ ପ୍ରମୁଖ ସମର୍ଥନ କରିଛନ୍ତି ।  ପୃଥ୍ଵୀବଲ୍ଲଭ ଜଣେ ଯୋଗ୍ୟ ବ୍ୟକ୍ତି ଓ ସେ ପ୍ରାର୍ଥୀ ହେବା ଉଚିତ୍‌ ବୋଲି ଦୁଇ ନେତା କହିଛନ୍ତି ।

Related posts