Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଦୁଇ ଯୁବତୀଙ୍କୁ ଏକାସାଙ୍ଗରେ ବିବାହ କଲେ ଯୁବକ : ଜଣକୁ ପ୍ରେମ ବିବାହ ତ ଅନ୍ୟ ସହ ଆରେଞ୍ଜଡ୍‌
ଆଜିର ଖବର

ଦୁଇ ଯୁବତୀଙ୍କୁ ଏକାସାଙ୍ଗରେ ବିବାହ କଲେ ଯୁବକ : ଜଣକୁ ପ୍ରେମ ବିବାହ ତ ଅନ୍ୟ ସହ ଆରେଞ୍ଜଡ୍‌

July 9, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୋପାଳ : ମଧ୍ୟପ୍ରଦେଶର ବୈତୁଲ୍‌ ଅଞ୍ଚଳରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଦେଖିବାକୁ ମିଳିଛି । ଏଠାରେ ଜଣେ ଯୁବକ ଦୁଇ ଯୁବତୀଙ୍କୁ ବିବାହ କରୁଥିବାର ସୁଚନା ରହିଛି । ବିବାହ ମଣ୍ଡପରେ ଜଣେ ବର ଦୁଇ କନ୍ୟାଙ୍କ ସହ ବିବାହ କରିଛନ୍ତି । ଏହି ବିବାହ ର ଭିଡିଓ ସୋସିଆଲ ମିଡିଆରେ ବେଶ୍‌ ଭାଇରାଲ୍‌ ହୋଇଛି । ଏହି ଭିଡିଓରେ ଜଣେ ବର ଦୁଇ କନ୍ୟାଙ୍କ ସହିତ ସାତ ଫେରା ନେଉଥିବାର ନଜର ରହିଛି । ତେବେ ସବୁଠୁ ଆଶ୍ଚର୍ଯ୍ୟର କଥା ହେଉଛି ଯୁବକ ଜଣକ ଏହି ଦୁଇ କନ୍ୟାଙ୍କ ମଧ୍ୟରୁ ଜଣକ ପ୍ରେମ ବିବାହ କରୁଥିବାବେଳେ ଅନ୍ୟ ଜଣଙ୍କୁ ଆରେଞ୍ଜଡ୍‌ ବିବାହ କରୁଛନ୍ତି ।

ବୈତୁଲ୍‌ ଅଞ୍ଚଳର ଘୋଡାଡୋଙ୍ଗରୀ ତହସିଲ ଅନ୍ତର୍ଗତ ସଲେୟା ଗ୍ରାମରେ ଏପରି ଏକ ଘଟଣା ଦେଖିବାକୁ ମିଳିଛି । ମିଳିଥିବା ସୂଚନା ଅନୁସାରେ ଜୁ୍ନ୍‌ 29 ତାରିଖରେ ଯୁବକ ଜଣକ ଏକ ମଣ୍ଡପରେ ଦୁଇ କନ୍ୟାଙ୍କ ସହ ବିବାହ କରିଛନ୍ତି । ଏହି ବିବାହରେ ବର ଓ କନ୍ୟାଙ୍କ ପରିବାର ସଦସ୍ୟଙ୍କ ସମେତ ଗ୍ରାମର କିଛି ଲୋକ ମଧ୍ୟ ସାମିଲ୍‌ ରହିଥିଲେ । ପ୍ରଥମଥର ପାଇଁ ଜଣେ ଯୁବକ  ଏକ ସମୟରେ ଦୁଇ ଯୁବତୀଙ୍କୁ ବିବାହ କରୁଥିବାର ଦେଖାଯାଇଛି ।

ବର ସହିତ ପ୍ରଥେମ ଏକ କନ୍ୟା ବିଧି ପୂରଣ କରିବା ପରେ ଅନ୍ୟ ଏକ କନ୍ୟା ସହ ମଧ୍ୟ ବିବାହ ବିଧି ଅନୁଷ୍ଠିତ ହୋଇଥିଲା ।  ଏହି ଗ୍ରାମର ଆଦିବାସୀ ଯୁବକ ସନ୍ଦୀପ ହୋଶଙ୍ଗାବାଦ ଜିଲ୍ଲାର ଜଣେ ଯୁବତୀ ସୁନନ୍ଦା ଓ ଘୋଡାଡୋଙ୍ଗରୀ ତହସିଲର କାୟଲୋରୀ ଗ୍ରାମର ଅନ୍ୟ ଏକ ଯୁବତୀ ଶଶିକଳାଙ୍କ ସହିତ ବିବାହ କରିଛନ୍ତି ।

ଯୁବକ ଜଣକ ଭୋପାଳରେ ଆଇଆଇଟି ପଢୁଥିବାବେଳେ ହୋଶଙ୍ଗବାଦ ଜିଲ୍ଲାର ଜଣେ ଯୁବତୀ ସୁନନ୍ଦାଙ୍କ ସହ ତାଙ୍କର ବନ୍ଧୁତା ହୋଇଥିଲା । ଏହା ପରେ ଯୁବକଙ୍କ ଘର ଲୋକେ କାୟୋଲରୀ ଗ୍ରାମର ଜଣେ ଯୁବତୀଙ୍କ ସହିତ ଯୁବକଙ୍କ ବିବାହ ସ୍ଥିର କରିଦେଇଥିଲେ । ଏହାପରେ ବିବାହକୁ ନେଇ ବହୁ ବିବାଦ ସୃଷ୍ଟି ହୋଇଥିଲା । ଏହାପରେ ବର ଓ ବଧୂଙ୍କ ତିନି ପରିବାର ଓ ବରିଷ୍ଠ ସଦସ୍ୟଙ୍କ ନିଷ୍ପତ୍ତି କ୍ରମେ ଯୁବକ ଜଣ ଦୁହିଁଙ୍କ ବିବାହ କରିବା ପାଇଁ ନିର୍ଣ୍ଣୟ କରାଗଲା ।  ତେବେ ଏହି ବିବାହ ଭିଡିଓ ସାମ୍ନାକୁ ଆସିବା ପରେ ସ୍ଥାନୀୟ ପ୍ରଶାସନ ଏହି ଘଟଣାର ଯାଞ୍ଚ ଆରମ୍ଭ କରିଛି ।

ଘୋଡାଡୋଙ୍ଗରୀ ତହସିଲଦାର କହିଛନ୍ତି ଯେ, ଜଣେ ଯୁବକ ଏକା ସାଙ୍ଗରେ ଦୁଇ ଯୁବତୀଙ୍କ ବିବାହ କରିବା ଏକ ଗୁରୁତର ମାମଲା ଅଟେ । ସେ ଏନେଇ ଯୁବକ ଓ ଯୁବତୀଙ୍କ ପରିବାର ସହ ଆଲୋଚନା କରିବେ ଏବଂ ଏହି ମାମଲାକୁନେଇ ପୋଲିସ୍‌କୁ ପତ୍ର ଲେଖି ଅବଗତ କରାଇବେ । ପୋଲିସ୍‌ ଏହି ମାମଲାର ଯାଞ୍ଚ କରିବ । (ଏଜେନ୍ସି)

Share. Facebook Twitter LinkedIn Email WhatsApp Copy Link

Related Posts

ସେମିଫାଇନାଲ ପୂର୍ବରୁ ପାକିସ୍ତାନ ସହିତ ମୁକାବିଲା କରିବ ଭାରତୀୟ ମହିଳା ଦଳ: ଜାଣନ୍ତୁ କେବେ?

September 4, 2026

ଋଷ-କରାଚି ରୁଟରେ ଭାରତୀୟ ଜାହାଜ ଉପରେ ଡ୍ରୋନ୍ ଆକ୍ରମଣ: ଅଳ୍ପକେ ବର୍ତ୍ତିଲେ ୨୩ ଭାରତୀୟ ନାବିକ

September 4, 2026

ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ରାଜ୍ୟ ସରକାରଙ୍କ ଘୋଷଣା: ଦୁର୍ଘଟଣା ଘଟିଲେ ମିଳିବ ୨ ଲକ୍ଷ ଟଙ୍କା ସହାୟତା

September 4, 2026

ନେପାଳ ବନ୍ୟାର ନଅ ଦିନ ପରେ ହେଲା ଚମତ୍କାର!: ଭଗ୍ନାବଶେଷରୁ ଦୁଇ ଶ୍ରମିକ ଜୀବିତ ଉଦ୍ଧାର

September 4, 2026
Latest News

ସେମିଫାଇନାଲ ପୂର୍ବରୁ ପାକିସ୍ତାନ ସହିତ ମୁକାବିଲା କରିବ ଭାରତୀୟ ମହିଳା ଦଳ: ଜାଣନ୍ତୁ କେବେ?

September 4, 2026

ଋଷ-କରାଚି ରୁଟରେ ଭାରତୀୟ ଜାହାଜ ଉପରେ ଡ୍ରୋନ୍ ଆକ୍ରମଣ: ଅଳ୍ପକେ ବର୍ତ୍ତିଲେ ୨୩ ଭାରତୀୟ ନାବିକ

September 4, 2026

“ଆମେ ଭାରତକୁ ଯେତିକି ତେଲ ଆବଶ୍ୟକ ସେତିକି ଦେବୁ”: ଟ୍ରମ୍ପଙ୍କୁ ଚିଡ଼ାଇବ ରୁଷର ଏହି ବୟାନ

September 4, 2026

ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ରାଜ୍ୟ ସରକାରଙ୍କ ଘୋଷଣା: ଦୁର୍ଘଟଣା ଘଟିଲେ ମିଳିବ ୨ ଲକ୍ଷ ଟଙ୍କା ସହାୟତା

September 4, 2026

ନେପାଳ ବନ୍ୟାର ନଅ ଦିନ ପରେ ହେଲା ଚମତ୍କାର!: ଭଗ୍ନାବଶେଷରୁ ଦୁଇ ଶ୍ରମିକ ଜୀବିତ ଉଦ୍ଧାର

September 4, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.