ଚୌଦ୍ୱାର ଜେଲର ଆଠ ଜଣ କଏଦୀ ସହ କମିଶନରେଟ ପୋଲିସର ଜଣେ କନେଷ୍ଟବଲଙ୍କୁ କରୋନା

Published: Jul 10, 2020, 9:06 am IST

କଟକ: କଟକରେ କମିଶନରେଟ୍ ପୁଲିସର ଜଣେ‌ କନଷ୍ଟେବଳ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ମଙ୍ଗଳାବାଗ ଫାଣ୍ଡିର କାର୍ଯ୍ୟରତ ଥିବା ଜଣେ କନଷ୍ଟେବଲ ପଜିଟିଭ ଚିହ୍ନଟ ହୋଇଥିବା ନେଇ କଟକ ଡିସିପି ଅଖିଳେଶ୍ୱର ସିଂହଙ୍କ ସୂଚନା ଦେଇଛନ୍ତି । କନଷ୍ଟେବଳ ଜଣକ କୋରନା ପଜିଟିଭ୍ ଚିହ୍ନଟ ହେବା ପରେ ତାଙ୍କ ସଂସ୍ପର୍ଶରେ ଆସିଥିବା 58 ଜଣ ପୁଲିସ୍‌ କର୍ମଚାରୀଙ୍କର ଆଜି ସ୍ୱାବ୍ ଟେଷ୍ଟ କରାଯିବ । ଏ ନେଇ ଡିସିପି ସୂଚନା ଦେଇଛନ୍ତି।

ଅପରପକ୍ଷେ ଚୌଦ୍ୱାର ଜେଲ୍‌ରୁ ମଧ୍ୟ ଗତକାଲି  8 ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ5 ଜଣ କଏଦୀ ଏବଂ 3 ଜଣ ବିଚାରାଧୀନ କଏଦୀ କରୋନା ଆକ୍ରାନ୍ତ ହୋଇଥିବା ଚୌଦ୍ୱାର ଜେଲ୍ ଅଧିକ୍ଷକ ଶୁଭକାନ୍ତ ମିଶ୍ର ସୂଚନା ଦେଇଛନ୍ତି ।

Related posts