ମାଓ ପ୍ରବଣ ତାଲିକାରୁ 5ଟି ଜିଲ୍ଲାକୁ ବାଦ୍‌

Published: Jul 10, 2020, 10:39 am IST

ଭୁବେନଶ୍ବର : ମାଓ ପ୍ରଭାବିତ ଏସ୍‌ଆର୍‌ଇ ଜିଲ୍ଲା ତାଲିକାରୁ ବାଦ୍‌ ପଡିଛି ପାଞ୍ଚୋଟି ଜିଲ୍ଲା । ଏହି ଜିଲ୍ଲାଗୁଡିକ ମଧ୍ୟରେ ରହିଛି ଅନୁଗୁଳ, ବୌଦ୍ଧ, ସମ୍ବଲପୁର, ଦେବଗଡ, ନୟାଗଡ ।  ସୁରକ୍ଷା ସମ୍ପର୍କିତ ଖର୍ଚ୍ଚ (ଏସ୍‌ଆର୍‌ଇ) ତାଲିକାରୁ ବାଦ୍‌ ପଡିଲା 5ଟି ଜିଲ୍ଲା। ଏନେଇ ରାଜ୍ୟ ସରକାର ଅନୁମୋଦନ କରିଥିବା ସୂଚନା ରହିଛି । ଏସବୁ ଜିଲ୍ଲାରେ ସୁରକ୍ଷା ସ୍ଥିତିରେ ସୁଧାର ଆସିବା ପରେ ପଦକ୍ଷେପ ନିଆଯାଇଛି । ଏନେଇ ଟୁଇଟ୍‌ ଯୋଗେ ସୂଚନା ଦେଇଛନ୍ତି ଡିଜିପି ଅଭୟ ।

Related posts