ମାଲକାନଗିରିକୁ ଆସିବା ପାଇଁ ଏହି 13 ଜିଲ୍ଳାବାସୀଙ୍କୁ ମନା

Published: Jul 11, 2020, 12:26 pm IST

ମାଲ୍‌କାନଗିରି : କରୋନା ସଂକ୍ରମଣ ବୃଦ୍ଧି ଦେଖି ଜିଲ୍ଲା ପ୍ରଶାସନ ତରଫରୁ କଡା ପଦକ୍ଷେପମାନ ଗ୍ରହଣ କରାଯାଉଛି । ଅଧିକ ସଂକ୍ରମିତ ଅଞ୍ଚଳଗୁଡିକରୁ ଜିଲ୍ଲାବାସୀଙ୍କୁ ବାରଣ କରାଯାଉଛି । ପୂର୍ବରୁ ରାଉରକେଲା, ଅନୁଗୁଳ, କୋରାପୁଟ ଜିଲ୍ଳା ତରଫରୁ ଏନେଇ ସୂଚନା ଜାରି କରାଯାଇଥିବାବେଳେ ଏବେ ମାଲ୍‌କାନଗିରି ଜିଲ୍ଲା ତରଫରୁ ମଧ୍ୟ 13ଟି ଜିଲ୍ଲାବାସୀଙ୍କୁ ବାରଣ କରାଯାଇଛି ।

13 ଜିଲ୍ଲାର ଲୋକଙ୍କୁ ମାଲ୍‌କାନଗିରି ଜିଲ୍ଲା ଆସିବାକୁ ମନା । ଗଞ୍ଜାମ, କଟକ, ଭଦ୍ରକ, ଖୋର୍ଦ୍ଧା, ଯାଜପୁର, ନୟାଗଡ, ପୁରୀ, ଢେଙ୍କାନାଳ, ସୁନ୍ଦରଗଡ, କେନ୍ଦ୍ରାପଡା, ଗଜପତି, ବାଲେଶ୍ବର ଓ ଜଗତସିଂହପୁର ଜିଲ୍ଲାବାସୀଙ୍କୁ  ବାରଣ କରାଯାଇଛି । ଜରୁରୀ କାମରେ ଏସବୁ ଜିଲ୍ଲାରୁ ଆସିଲେ 14 ଦିନିଆ କ୍ବାରେଣ୍ଟିନ୍‌ରେ ରହିବେ ବୋଲି ସୂଚନା ରହିଛି । କରୋନା ସଂକ୍ରମଣ ବୃଦ୍ଧି ଆଶଙ୍କାରେ ଜିଲ୍ଲା ପ୍ରଶାସନ ଏହି ପଦକ୍ଷେପ ଗ୍ରହଣ କରିଛି ।

Related posts