ବିଚାରାଧୀନ କଏଦୀଙ୍କୁ କରୋନା : ଥାନାର 22 ଜଣ କର୍ମଚାରୀଙ୍କ ସ୍ବାବ୍‌ ଟେଷ୍ଟ

Published: Jul 12, 2020, 2:03 pm IST

ଯାଜପୁର: ଯାଜପୁର ଜିଲ୍ଲାରେ ଜଣେ ବିଚାରାଧୀନ କଏଦୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଯାଜପୁର ଉପକାରାଗାରରେ ଥିବା  ବିଚାରାଧୀନ କଏଦୀ କରୋନା ସଂକ୍ରମିତ ହୋଇଥିବା ଜଣାପଡିଛି ।  କଏଦୀ ଜଣକ ଅଣ ଓଡିଆ ହୋଇଥିବାବେଳେ ପତ୍ନୀକୁ ହତ୍ୟା ଅଭିଯୋଗରେ ବିଂଝାରପୁର ପୁଲିସ୍‌ ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା।

କଏଦୀଙ୍କ ସ୍ୱାବ୍‌ ସଂଗ୍ରହ ହୋଇଥିବାବେଳେ ତାଙ୍କର ରିପୋର୍ଟ ପଜିଟିଭ ଆସିଛି। ଆକ୍ରାନ୍ତ ଜଣଙ୍କୁ କୋଭିଡ଼ କେୟାରକୁ ପଠାଯାଇଛି। ଏହି ଘଟଣା ପରେ ବିଂଝାରପୁର ଥାନାର 22 ଜଣ କର୍ମଚାରୀଙ୍କ ସ୍ୱାବ୍‌ ଟେଷ୍ଟ ପାଇଁ ପଠାଯାଇଥିବାବେଳେ ସବ୍‌ ଜେଲ୍‌ ଓ ଥାନାକୁ ସାନିଟାଇଜ କରାଯାଇଛି। ଅତି ଜରୁରୀ କାମ ନ ଥିଲେ ଥାନାକୁ ନ ଆସିବାକୁ କୁହାଯାଇଛି।

Related posts