Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ମୋଦି ବେରୋଜଗାରୀର ସ୍ତର ବଢାଇଛନ୍ତି – କଂଗ୍ରେସ
ଆଜିର ଖବର

ମୋଦି ବେରୋଜଗାରୀର ସ୍ତର ବଢାଇଛନ୍ତି – କଂଗ୍ରେସ

March 13, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link

କଂଗ୍ରେସ ଦେଶରେ ହୁ ହୁ ହୋଇ ବଢୁଥିବା ବେରୋଜଗାର ସ୍ତରକୁ ନେଇ  ମୋଦି ସରକାରଙ୍କ ଉପରେ ଆକ୍ରମଣ କରିଛି। ରୋଜଗାରକୁ ଶେଷ କରୁଥିବା ପ୍ରଧାନମନ୍ତ୍ରୀ ହେଉଛନ୍ତି ମୋଦି। ଚଳିତ ନିର୍ବାଚନରେ କଂଗ୍ରେସର ମୁଖ୍ୟ ଏଜେଣ୍ଡା ରୋଜଗାର ରହିବ ବୋଲି କଂଗ୍ରେସ ଦାବି କରିଛି। ରାହୁଲ୍‌ ଗାନ୍ଧିଙ୍କ ଘୋଷଣାର ପୃଷ୍ଠଭୂମିରେ ପାର୍ଟିର ମୁଖ୍ୟ ପ୍ରବକ୍ତା ରଣଦୀପ ସୁରଜେଓ୍ବାଲା କହିଛନ୍ତି ଯେ, କଂଗ୍ରେସ ସରକାର ଗଢିଲେ ୩୩ ପ୍ରତିଶତ ଆରକ୍ଷଣ ଦ୍ବାରା ସରକାରୀ ଚାକିରିରେ ମହିଳାଙ୍କୁ ଉଚିତ୍‌ ଭାଗିଦାରୀ ମିଳିବା ସହିତ ରୋଜଗାରର ମାଧ୍ୟମ ସୃଷ୍ଟି କରିବ ପାଇଁ କାର୍ଯ୍ୟ କରାଯିବ ବୋଲି କହିଛନ୍ତି। ସୁରେଜଓ୍ବାଲା ଏହି ଅବସରରେ କହିଛନ୍ତି, ଯଦି ରୋଜଗାର ନାହିଁ, ତେବେ ଭାଜପାକୁ ଭୋଟ୍‌ ନାହିଁ।  ମୋଦି ସରକାର ଦେଶର ବେରୋଜଗାରୀ ବଢାଇବାରେ ମୁଖ୍ୟ ଭୂମିକା ନେଇଛନ୍ତି। ମୋଦି ୨ କୋଟିର ଚାକିରି ଦେବାର ପ୍ରତିଶ୍ରୁତି ଦେଇ ବେରୋଜଗାରୀର ସ୍ତରକୁ ଉଚ୍ଚତମ ସ୍ତରରେ ପହଞ୍ଚାଇଛନ୍ତି।  ଭାରତରେ ପ୍ରତି ବର୍ଷ ୧.୨ କୋଟି ଚାକିରି ସୃଷ୍ଟିର ଆବଶ୍ୟକତା ରହିଛି। କଂଗ୍ରେସ ଚାକିରି ସୃଷ୍ଟି କରାଇବାରେ ପ୍ରତିବଦ୍ଧ ରହିଛି। ସରକାର ଗଢିବା ପରେ କୃଷି, ନିମ୍ନ ତଥା ମଧ୍ୟମ ବ୍ୟବସାୟକୁ ପ୍ରୋତ୍ସାହନ ସହ ମଜବୁତ୍‌ କରିବା ଉପରେ ପଦକ୍ଷେପ ନିଆଯିବ। ରୋଜଗାରର ମାଧ୍ୟମ ସୃଷ୍ଟି କରିବା କଂଗ୍ରେସ ଓ ରାହୁଲ୍‌ ଗାନ୍ଧିଙ୍କର ସବୁଠୁ ବଡ଼ ଲକ୍ଷ୍ୟ ବୋଲି କହିଛନ୍ତି। ବର୍ତ୍ତମାନ ଦେଶର ସବୁଠୁ ଆବେଗପ୍ରବଣ ବିଷୟ ରୋଜଗାର ରହିଥିବାବେଳେ କଂଗ୍ରେସ ପାର୍ଟି ଏହାକୁ ନିର୍ବାଚନର ମୁଖ୍ୟ ଅସ୍ତ୍ର କରିଛି।

thesamikhsya unemployment
Share. Facebook Twitter LinkedIn Email WhatsApp Copy Link

Related Posts

ଆଦିତ୍ୟ ଆଲୁମିନିୟମ୍, ଲପଙ୍ଗା ପକ୍ଷରୁ ଉଦଘାଟିତ ହେଲା  “ଜଳ ବାହିନୀ ପ୍ରକଳ୍ପ” 

April 2, 2026

ଛେଣ୍ଡିପଦା-ଅନୁଗୋଳ ରାଜ୍ୟ ରାଜପଥ ନିର୍ମାଣ ପାଇଁ ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡିଲେ କେନ୍ଦ୍ରମନ୍ତ୍ରୀ

April 2, 2026

‘ସୁନା ଚେନ୍’ ମାମଲା: ଏହି କ୍ରିକେଟରଙ୍କ ଅଭିଯୋଗ ପରେ ଅଭିନେତ୍ରୀଙ୍କୁ ଗିରଫ କଲା ପୋଲିସ 

April 2, 2026

ଆଇପିଏଲ-୨୦୨୬: ସରିଲା ସମସ୍ତ ଦଳର ମ୍ୟାଚ, ଦିଲ୍ଲୀ କ୍ୟାପିଟାଲ୍ସର ବିଜୟ ପରେ ବଦଳିଲା ପଏଣ୍ଟ ଟେବୁଲ

April 2, 2026
Latest News

ଗୁରୁତ୍ୱପୂର୍ଣ୍ଣ ପେଟ୍ରୋକେମିକାଲ୍ ଉତ୍ପାଦଗୁଡ଼ିକ ଉପରେ ସମ୍ପୂର୍ଣ୍ଣ ସୀମା ଶୁଳ୍କ ଛାଡ଼ କଲେ ସରକାର

April 2, 2026

ପଶ୍ଚିମବଙ୍ଗରେ SIRରେ କାର୍ଯ୍ୟରତ ବିଚାରପତିଙ୍କ ଉପରେ ଆକ୍ରମଣ: କଡା ନିର୍ଦ୍ଦେଶ ଦେଲେ ସୁପ୍ରିମକୋର୍ଟ

April 2, 2026

ଆଦିତ୍ୟ ଆଲୁମିନିୟମ୍, ଲପଙ୍ଗା ପକ୍ଷରୁ ଉଦଘାଟିତ ହେଲା  “ଜଳ ବାହିନୀ ପ୍ରକଳ୍ପ” 

April 2, 2026

ଛେଣ୍ଡିପଦା-ଅନୁଗୋଳ ରାଜ୍ୟ ରାଜପଥ ନିର୍ମାଣ ପାଇଁ ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡିଲେ କେନ୍ଦ୍ରମନ୍ତ୍ରୀ

April 2, 2026

‘ସୁନା ଚେନ୍’ ମାମଲା: ଏହି କ୍ରିକେଟରଙ୍କ ଅଭିଯୋଗ ପରେ ଅଭିନେତ୍ରୀଙ୍କୁ ଗିରଫ କଲା ପୋଲିସ 

April 2, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.