ମୋଦି ବେରୋଜଗାରୀର ସ୍ତର ବଢାଇଛନ୍ତି – କଂଗ୍ରେସ

Published: Mar 13, 2019, 6:07 pm IST

କଂଗ୍ରେସ ଦେଶରେ ହୁ ହୁ ହୋଇ ବଢୁଥିବା ବେରୋଜଗାର ସ୍ତରକୁ ନେଇ  ମୋଦି ସରକାରଙ୍କ ଉପରେ ଆକ୍ରମଣ କରିଛି। ରୋଜଗାରକୁ ଶେଷ କରୁଥିବା ପ୍ରଧାନମନ୍ତ୍ରୀ ହେଉଛନ୍ତି ମୋଦି। ଚଳିତ ନିର୍ବାଚନରେ କଂଗ୍ରେସର ମୁଖ୍ୟ ଏଜେଣ୍ଡା ରୋଜଗାର ରହିବ ବୋଲି କଂଗ୍ରେସ ଦାବି କରିଛି। ରାହୁଲ୍‌ ଗାନ୍ଧିଙ୍କ ଘୋଷଣାର ପୃଷ୍ଠଭୂମିରେ ପାର୍ଟିର ମୁଖ୍ୟ ପ୍ରବକ୍ତା ରଣଦୀପ ସୁରଜେଓ୍ବାଲା କହିଛନ୍ତି ଯେ, କଂଗ୍ରେସ ସରକାର ଗଢିଲେ ୩୩ ପ୍ରତିଶତ ଆରକ୍ଷଣ ଦ୍ବାରା ସରକାରୀ ଚାକିରିରେ ମହିଳାଙ୍କୁ ଉଚିତ୍‌ ଭାଗିଦାରୀ ମିଳିବା ସହିତ ରୋଜଗାରର ମାଧ୍ୟମ ସୃଷ୍ଟି କରିବ ପାଇଁ କାର୍ଯ୍ୟ କରାଯିବ ବୋଲି କହିଛନ୍ତି। ସୁରେଜଓ୍ବାଲା ଏହି ଅବସରରେ କହିଛନ୍ତି, ଯଦି ରୋଜଗାର ନାହିଁ, ତେବେ ଭାଜପାକୁ ଭୋଟ୍‌ ନାହିଁ।  ମୋଦି ସରକାର ଦେଶର ବେରୋଜଗାରୀ ବଢାଇବାରେ ମୁଖ୍ୟ ଭୂମିକା ନେଇଛନ୍ତି। ମୋଦି ୨ କୋଟିର ଚାକିରି ଦେବାର ପ୍ରତିଶ୍ରୁତି ଦେଇ ବେରୋଜଗାରୀର ସ୍ତରକୁ ଉଚ୍ଚତମ ସ୍ତରରେ ପହଞ୍ଚାଇଛନ୍ତି।  ଭାରତରେ ପ୍ରତି ବର୍ଷ ୧.୨ କୋଟି ଚାକିରି ସୃଷ୍ଟିର ଆବଶ୍ୟକତା ରହିଛି। କଂଗ୍ରେସ ଚାକିରି ସୃଷ୍ଟି କରାଇବାରେ ପ୍ରତିବଦ୍ଧ ରହିଛି। ସରକାର ଗଢିବା ପରେ କୃଷି, ନିମ୍ନ ତଥା ମଧ୍ୟମ ବ୍ୟବସାୟକୁ ପ୍ରୋତ୍ସାହନ ସହ ମଜବୁତ୍‌ କରିବା ଉପରେ ପଦକ୍ଷେପ ନିଆଯିବ। ରୋଜଗାରର ମାଧ୍ୟମ ସୃଷ୍ଟି କରିବା କଂଗ୍ରେସ ଓ ରାହୁଲ୍‌ ଗାନ୍ଧିଙ୍କର ସବୁଠୁ ବଡ଼ ଲକ୍ଷ୍ୟ ବୋଲି କହିଛନ୍ତି। ବର୍ତ୍ତମାନ ଦେଶର ସବୁଠୁ ଆବେଗପ୍ରବଣ ବିଷୟ ରୋଜଗାର ରହିଥିବାବେଳେ କଂଗ୍ରେସ ପାର୍ଟି ଏହାକୁ ନିର୍ବାଚନର ମୁଖ୍ୟ ଅସ୍ତ୍ର କରିଛି।

Related posts