Categories
ଆଜିର ଖବର ଜାତୀୟ ଖବର

ସରକାରଙ୍କ ବଡ ଘୋଷଣା: ଦ୍ବାଦଶ, ଡିପ୍ଲୋମା ଏବଂ ସ୍ନାତ୍ତକ ପାଶ ଛାତ୍ରଙ୍କୁ ମିଳିବ ମାସିକ ୬ ରୁ ୧୦ ହଜାର ଟଙ୍କା

ନୂଆଦିଲ୍ଲୀ: ରାଜ୍ୟ ସରକାର ବଡ ଘୋଷଣା କରିଛନ୍ତି। ମଧ୍ୟ ପ୍ରଦେଶରେ ଲାଡଲି ବେହେନ ପରି ଏବେ ଆସିଲା ଲାଡଲା ଭାଇ। ତେବେ ଏହି ଯୋଜନା ଲାଗୁ କରିବା ପାଇଁ ଆଜି ଘୋଷଣା କରିଛନ୍ତି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଧେ। ଆଜି ପବିତ୍ର ଏକାଦଶୀରେ ସେ ମନ୍ଦିର ଦର୍ଶନ କରିବା ପରେ ଏହି ଘୋଷଣା କରିଛନ୍ତି।

ଘୋଷଣା ଅନୁଯାୟୀ ଯେଉଁ ଛାତ୍ର ଦ୍ବାଦଶ ପାଶ କରିଥିବେ ସେମାନଙ୍କୁ ମାସିକ ୬୦୦୦ ଟଙ୍କା ଟଙ୍କା ପ୍ରଦାନ କରାଯିବ। ସେହିପରି ଯେଉଁମାନେ ଡିପ୍ଲୋମା ପାଶ କରିଥିଲେ ସେମାନଙ୍କୁ ୮୦୦୦ ଟଙ୍କା ଏବଂ ସ୍ନାତ୍ତକ ପାଶଙ୍କୁ ୧୦୦୦୦ ହଜାର ଟଙ୍କା ମାସିକ ପ୍ରଦାନ କରାଯିବ।

ଚଳିତ ବର୍ଷ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ହେବ। ତା ପୂର୍ବରୁ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଧେ ବେକାରୀ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ଏହି ଘୋଷଣା କରିଛନ୍ତି।

Categories
ଆଜିର ଖବର ଜାତୀୟ ଖବର

କେରଳର ବେକାରୀ ହାର ସର୍ବୋଚ୍ଚ, ଏହି ତାଲିକାରେ ଓଡିଶା କେଉଁ ସ୍ଥାନରେ ଅଛି, ଜାଣନ୍ତୁ ସର୍ଭେକ୍ଷଣ

ନୂଆଦିଲ୍ଲୀ: ଭାରତର ସହରାଞ୍ଚଳରେ 15 ଏବଂ ତଦୁର୍ଦ୍ଧ୍ୱ ବ୍ୟକ୍ତିଙ୍କ ପାଇଁ ବେକାରୀ ହାର ଜାନୁଆରୀ-ମାର୍ଚ୍ଚ 2024 ମଧ୍ୟରେ 6.7 ପ୍ରତିଶତକୁ ହ୍ରାସ ପାଇ ଗତ ବର୍ଷ ସମାନ ଅବଧିରେ 6.8 ପ୍ରତିଶତ ରହିଥିଲା। ପରିସଂଖ୍ୟାନ ଏବଂ କାର୍ଯ୍ୟକ୍ରମ କାର୍ଯ୍ୟାନ୍ୱୟନ ମନ୍ତ୍ରଣାଳୟ ଦ୍ଵାରା ପ୍ରକାଶିତ ପିଏଲଏଫଏସ ତଥ୍ୟ ଅନୁଯାୟୀ, ଜାନୁଆରୀ-ମାର୍ଚ୍ଚ ତ୍ରୟ ମାସରେ ସହରାଞ୍ଚଳରେ 15-29 ବୟସ ବର୍ଗରେ କେରଳର ବେକାରୀ ହାର ସର୍ବାଧିକ ଥିଲା। କାର୍ଯ୍ୟାନ୍ୱୟନ (MOSPI) 2007 ରେ ଦିଲ୍ଲୀର ବେକାରୀ ହାର ସର୍ବନିମ୍ନ ଥିଲା।

ସର୍ବାଧିକ ବେକାରୀ ଥିବା ରାଜ୍ୟ:

ସର୍ବେକ୍ଷଣ ଅନୁଯାୟୀ, 15-29 ବର୍ଷ ବର୍ଗରେ ବେକାରୀ ହାର ସର୍ବାଧିକ ଥିବା ରାଜ୍ୟଗୁଡ଼ିକରେ ଜମ୍ମୁ କାଶ୍ମୀର, ତେଲେଙ୍ଗାନା, ରାଜସ୍ଥାନ ଏବଂ ଓଡିଶା ଅନ୍ତର୍ଭୁକ୍ତ। ଏହି ଅବଧିରେ (ଜାନୁଆରୀ-ମାର୍ଚ୍ଚ 2024) ଏହି ବର୍ଗ ପାଇଁ ସାମଗ୍ରିକ ବେକାରୀ ହାର 17% ଥିଲା, ଯାହା ଅକ୍ଟୋବର-ଡିସେମ୍ବର ଅବଧିରେ 16.5% ରୁ ଅଧିକ ଏବଂ ଜାନୁୟାରୀ-ମାର୍ଚ୍ଚ 2023 ରେ 17.3% ରୁ ଟିକେ କମ୍ ଥିଲା।

22 ଟି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳ ମଧ୍ୟରୁ ତିନୋଟି ବେକାରି ହାର ଏକକ ସଂଖ୍ୟାରେ ରେକର୍ଡ ହୋଇଛି – ଦିଲ୍ଲୀ (3.1%), ଗୁଜୁରାଟ (9%) ଏବଂ ହରିୟାଣା (9.5%)। ବେକାରୀ ହାର କମ୍ ଥିବା ପାଞ୍ଚଟି ରାଜ୍ୟ ମଧ୍ୟରୁ ଅନ୍ୟ ଦୁଇଟି ହେଉଛି କର୍ଣ୍ଣାଟକ (11.5%) ଏବଂ ମଧ୍ୟପ୍ରଦେଶ (12.1%)।

ଦୀର୍ଘ ଦୁଇ ଦିନ ଧରି 15-29 ବର୍ଷ ବୟସରେ ଦୁଇ ଅଙ୍କ ବିଶିଷ୍ଟ ବେକାରୀ ହାର ଦେଖାଯାଉଥିଲା, କୋଭିଡ -19 ମହାମାରୀ ସମୟରେ ଏହି ହାର ଦ୍ରୁତ ଗତିରେ ବୃଦ୍ଧି ପାଇଥିଲା। କୋଭିଡ ପରେ ଏଥିରେ ସାମାନ୍ୟ ଉନ୍ନତି ଦେଖିବାକୁ ମିଳିଛି।

ଜମ୍ମୁ କାଶ୍ମୀରରେ ସର୍ବାଧିକ ମହିଳା ବେକାରୀ:

ଏହି ତଥ୍ୟରେ ଦର୍ଶାଯାଇଛି ଯେ, ଜମ୍ମୁ କାଶ୍ମୀରରେ ମହିଳାଙ୍କ ବେକାରୀ ହାର 48.6% ସର୍ବାଧିକ, ତା’ପରେ କେରଳ (46.6%), ଉତ୍ତରପ୍ରଦେଶ (39.4%), ତେଲେଙ୍ଗାନା (38.4%) ଏବଂ ହିମାଚଳ ପ୍ରଦେଶ (35.9%) ରହିଛି। ଜାନୁଆରୀ-ମାର୍ଚ୍ଚ ତ୍ରୟମାସରେ ମହିଳା ବେକାରୀ ହାର 22.7% ଥିଲା, ଅକ୍ଟୋବର-ଡିସେମ୍ବର ଅବଧିରେ 22.5% ରୁ ସାମାନ୍ୟ ଅଧିକ ଏବଂ ଜାନୁଆରୀ-ମାର୍ଚ୍ଚ 2023 ରେ 22.9% ରୁ ସାମାନ୍ୟ କମ୍ ଥିଲା।

Categories
ଆଜିର ଖବର ଜାତୀୟ ଖବର

ବେରୋଜଗାରକୁ ନେଇ ମୋଦି ସରକାରଙ୍କୁ ଘେରିଲେ ରାହୁଲ୍‌

ନୂଆଦିଲ୍ଲୀ : ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଅଧିକାଂଶ ସମୟରେ ମୋଦି ସରକାରଙ୍କୁ ଟାର୍ଗେଟ କରୁଛନ୍ତି । ଏବେ ଯୁବବର୍ଗଙ୍କ ବେରୋଜଗାର ସମସ୍ୟାକୁ ନେଇ ବିଜେପିକୁ ବର୍ଷିଛନ୍ତି ରାହୁଲ୍‌ । ଅଗଷ୍ଟ 9ରେ ଯୁବ କଂଗ୍ରେସ ସ୍ଥାପନା ଦିବସ ପାଳନ ଅବସରରେ ବିଜେପିକୁ ଘେରିଛନ୍ତି ରାହୁଲ୍‌ । ବେରୋଜଗାର ସମସ୍ୟାକୁ ନେଇ ମୋଦି ସରକାରଙ୍କୁ ଘେରିଛନ୍ତି ରାହୁଲ୍‌ । ରାହୁଲ୍‌ କହିଛନ୍ତି ଯେ, ନରେନ୍ଦ୍ର ମୋଦି ଦେଶର ପ୍ରଧାନମନ୍ତ୍ରୀ ଦାୟିତ୍ବ ନେବାବେଳେ 2 କୋଟି ନିଯୁକ୍ତି ନେଇ ପ୍ରତିଶ୍ରୁତି ଦେଇଥିଲେ । କିନ୍ତୁ ମୋଦି ସରକାରଙ୍କ ଭୁଲ୍‌ ନୀତି ଏବେ 14 କୋଟି ଲୋକଙ୍କୁ ବେରୋଜଗାର କରି ସାରିଲେଣି ।  ମୋଦି ସରକାରଙ୍କ ବିମୁଦ୍ରୀକରଣ, ଜିଏସ୍‌ଟି ଓ ଲକ୍‌ଡାଉନ୍‌ ନିଷ୍ପତ୍ତି ଯୋଗୁଁ ଦେଶର ଏପରି ଅବସ୍ଥା ହୋଇଛି । ଏହି ତିନୋଟି ଭୁଲ୍‌ ଅର୍ଥନୀତିକୁ ଷ୍ଟ୍ରକ୍ଚରକୁ ପୂରାପୂରି ନଷ୍ଟ କରିଛି ।  ଏହି ବେରୋଜଗାରୀ ପ୍ରସଙ୍ଗକୁ ନେଇ ଯୁବ କଂଗ୍ରେସ ରାସ୍ତାକୁ ଓହ୍ଲାଇଛି ବୋଲି କହିଛନ୍ତି ରାହୁଲ୍‌ ।

Categories
ଆଜିର ଖବର ଜାତୀୟ ଖବର

ଜୟପୁରରେ ମୋଦି ସରକାରଙ୍କ ଉପରେ ବର୍ଷିଲେ ରାହୁଲ୍‌

ଜୟପୁର : କଂଗ୍ରେସ ନେତା ରାହୁଲ୍‌ ଗାନ୍ଧି ରାଜସ୍ଥାନ ଜୟପୁରଠାରେ ଏକ ଯୁବ ଆକ୍ରୋଶ ରାଲିକୁ ସମ୍ବୋଧିତ କରିଛନ୍ତି । କଂଗ୍ରେସ ନେତା ଏହି ରାଲିରେ ମୋଦି ସରକାର ଉପରେ ବର୍ଷିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ଛବିକୁ କ୍ଷତି ପହଞ୍ଚାଇଛନ୍ତି ବୋଲି ଅଭିଯୋଗ କରିଛନ୍ତି । ରାହୁଲ୍‌ କହିଛନ୍ତି ଯେ, ଭାରତରେ ରହିଥିବା ଭାଇଚାରର ଛବିକୁ ମୋଦି ନଷ୍ଟ କରୁଛନ୍ତି । ଏହି ରାଲିରେ ରାହୁଲ୍‌ ଗାନ୍ଧି ବେରୋଜଗାରକୁ ସରକାରକୁ ଘେରିଛନ୍ତି। କଂଗ୍ରେସ ନେତା ରାହୁଲ୍‌ କହିଛନ୍ତି ଯେ, ଆଜି ନିବେଶକମାନେ ଭାରତରେ ନିବେଶ କରିବାକୁ ଡରୁଛନ୍ତି, କାରଣ ଏଠାରେ ହିଂସା ହେଉଛି । ଭାରତର ସରକାର ହିଂସାକୁ ଅଗ୍ରାଧିକାର ଦେଉଛନ୍ତି । ନରେନ୍ଦ୍ର ମୋଦି ଭାରତର ଭାଇଚାରର ଛବିକୁ ଭାଙ୍ଗି ଛନ୍ତି । ଆଗରୁ ଲୋକେ କହୁଥିଲେ ପାକିସ୍ତାନର ହିଂସାର ମାହୋଲ୍‌ ବୋଲି । ପାକିସ୍ତାନକୁ ହିଂସାର ଦେଶ କୁହାଯାଉଥିବାବେଳେ ଭାରତକୁ ପ୍ରେମର ଦେଶ ବୋଲି କୁହାଯାଉଥିଲା । କିନ୍ତୁ ମୋଦି ସରକାର ଭାରତର ଏହି ଛବିକୁ ମଳିନ କରିଛନ୍ତି । ଏବେ ଭାରତକୁ ରେପ୍‌ କ୍ୟାପିଟାଲ୍‌ ବୋଲି କୁହାଯାଉଛି ।

ଆମ ଦେଶର ସବୁଠୁ ବଡ ପୁଞ୍ଜି ହେଉଛନ୍ତି ଯୁବକ । କିନ୍ତୁ ଏବେ ଭାରତର ଏହି ପୁଞ୍ଜିକୁ ଏବେ ନଷ୍ଟ କରାଯାଉଛି। ଆଜି ଯଦି ଯୁବକ ସରକାରକୁ ପ୍ରଶ୍ନ ପଚାରିବ, ତେବେ ତାଙ୍କ ଉପରେ ସରକାର ଗୁଳି ଚଳାଇବେ । ପ୍ରଧାନମନ୍ତ୍ରୀ ଛାତ୍ରଙ୍କ ସହ ସାକ୍ଷାତ କରିବା ଉଚିତ୍‌ । ଗୋଟିଏ ଧର୍ମକୁ ଆଉ ଗୋଟିଏ ଧର୍ମ ସହ ଲଢାଇ କରାଇ ଆମ ତ୍ରିରଙ୍ଗାର ଅପମାନ କରୁଛନ୍ତି ସରକାର, ଯାହା ଏବେ ଆଉ ଚଳିବ ନାହିଁ ବୋଲି କହିଛନ୍ତି ରାହୁଲ୍‌ ।

ଭାରତରେ ଏକ କୋଟି ଯୁବକ ରୋଜଗାର ହରାଇଛନ୍ତି, ଯେତେବେଳେ ପ୍ରଧାନମନ୍ତ୍ରୀ 2 କୋଟି ଯୁବକଙ୍କୁ ରୋଜଗାର ଦେବା ପାଇଁ କହିଥିଲେ । ପ୍ରଧାନମନ୍ତ୍ରୀ କେବଳ ଲମ୍ବା ଲମ୍ବା ଭାଷଣ ଦିଅନ୍ତି, ସିଏଏ-ଏନ୍‌ଆରସି-ଏନ୍‌ପିଆରର କଥା କହୁନ୍ତି, କିନ୍ତୁ ବେରୋଜଗାର ଉପରେ କିଛି କୁହନ୍ତି ନାହିଁ । (ଏଜେନ୍ସି)

Categories
ଆଜିର ଖବର ଜାତୀୟ ଖବର

ବିଜେପିର ବ୍ୟାଙ୍କ ବାଲାନ୍ସ ଯେବେ ବଢିଛି, ଦେଶରେ ସେତେବେଳେ ରୋଜଗାର ହ୍ରାସ ହୋଇଛି : କଂଗ୍ରେସ

ନୂଆଦିଲ୍ଲୀ : ଦେଶର ବଢୁଥିବା ବେରୋଜଗାରୀକୁ ନେଇ କଂଗ୍ରେସ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ୍‌ କରିଛି । କଂଗ୍ରେସର ବରିଷ୍ଠ ନେତା ରଣଦୀପ୍‌ ସିଂହ ସୁର୍ଜେଓ୍ବାଲା ରବିବାର ଦିନ କହିଛନ୍ତି ଯେ, ପ୍ରତ୍ୟେକ ବର୍ଷ ଦୁଇ କୋଟିଙ୍କୁ ରୋଜଗାର ଦେବାର ପ୍ରତିଶ୍ରୁତି ଦେଇଥିଲା । କିନ୍ତୁ  ବିଜେପିର ଯେତେବେଳେ ବ୍ୟାଙ୍କ ବାଲାନ୍ସ ବଢିଛି, ସେତେବେଳେ ଦେଶରେ ରୋଜଗାର ହ୍ରାସ ପାଇଛି ।

ସୁର୍ଜେଓ୍ବାଲା ଟୁଇଟ୍‌ କହିଛନ୍ତି ଯେ, ବିଜେପି କ୍ଷମତାକୁ ଆସିବା ପୂର୍ବରୁ ବର୍ଷକୁ ଦୁଇ କୋଟି ରୋଜଗାର ଦେବାର ପ୍ରତିଶ୍ରୁତି ଦେଇଥିବାବେଳେ ଦେଶର 7ଟି ପ୍ରମୁଖ ସେକ୍ଟରରେ 3.64 କୋଟି ବେରୋଜଗାର ସୃଷ୍ଟି ହୋଇଛି । ଦେଶରେ ବଢୁଥିବା ବେରୋଜଗାରୀକୁ ନେଇ ବିରୋଧୀ ସରକାରଙ୍କୁ ଘେରୁଥିବାବେଳେ ସରକାର ଏହା ଉପରେ ଗମ୍ଭୀରତା ସହ ବିଚାର କରୁନାହାନ୍ତି ବୋଲି ଅଭିଯୋଗ କରିଛି ବିରୋଧୀ କଂଗ୍ରେସ । ମୋଦି ସରକାର ଦେଶର ଅର୍ଥବ୍ୟବସ୍ଥାକୁ ସୁଦୃଢ କରିବା ପାଇଁ ଚେଷ୍ଟା କରୁଥିବାବେଳେ ଦେଶରେ ବେରୋଜଗାରୀ ସ୍ଥିତିରେ ବିଶେଷ କିଛି ସୁଧାର ହୋଇପାରିନାହଁ । ସିଏମ୍‌ଆଇଇ ଦ୍ବାରା ଜାରି କରାଯାଇଥିବା ଏକ ରିପୋର୍ଟରେ ଦେଶରେ ରୋଜଗାରୀ ପ୍ରତିଶତ ବଢିଥିବାର ସୂଚନା ମିଳିଛି । ଏହି ରିପୋର୍ଟ ଅନୁସାରେ –  ସେପ୍ଟେମ୍ବର 2019ରୁ ଡିସେମ୍ବର 2019ର ଚାରି ମାସ ମଧ୍ୟରେ ଦେଶରେ ବେରୋଜଗାରୀ ଦର 7.5 ପ୍ରତିଶତରେ ପହଞ୍ଚିଛି । ସେହିପରି ବେରୋଜଗାରୀରେ ଉଚ୍ଚଶିକ୍ଷିତଙ୍କ ହାର 60 ପ୍ରତିଶତ ବଢିଛି । ସେହିପରି 20ରୁ 24 ବର୍ଷ ମଧ୍ୟରେ ଅଧିକାଂଶ ଯୁବକ ବେରୋଜଗାରୀ ରହିଥିବାବେଳେ ଏମାନଙ୍କ ମାତ୍ରା 37 ପ୍ରତିଶତ ରହିଛି । ସେହିପରି ବେରୋଜଗାରୀଙ୍କ ଭିତରେ ଗ୍ରାଜୁଏଟ୍‌ଙ୍କ ମାତ୍ରା ରହିଛି 60 ପ୍ରତିଶତ ।  ସମ୍ପ୍ରତି ଦେଶରେ ଆର୍ଥିକ ମାନ୍ଦାବସ୍ଥା ଉପୁଜିଥିବାବେଳେ ବେରୋଜଗାରୀ ସମସ୍ୟାକୁ ମଧ୍ୟ ପ୍ରତିହତ କରିବାରେ ସରକାର ସଫଳ ହୋଇପାରୁନାହାନ୍ତି। (ଏଜେନ୍ସି)

Categories
ଆଜିର ଖବର

ମୋଦି ବେରୋଜଗାରୀର ସ୍ତର ବଢାଇଛନ୍ତି – କଂଗ୍ରେସ

କଂଗ୍ରେସ ଦେଶରେ ହୁ ହୁ ହୋଇ ବଢୁଥିବା ବେରୋଜଗାର ସ୍ତରକୁ ନେଇ  ମୋଦି ସରକାରଙ୍କ ଉପରେ ଆକ୍ରମଣ କରିଛି। ରୋଜଗାରକୁ ଶେଷ କରୁଥିବା ପ୍ରଧାନମନ୍ତ୍ରୀ ହେଉଛନ୍ତି ମୋଦି। ଚଳିତ ନିର୍ବାଚନରେ କଂଗ୍ରେସର ମୁଖ୍ୟ ଏଜେଣ୍ଡା ରୋଜଗାର ରହିବ ବୋଲି କଂଗ୍ରେସ ଦାବି କରିଛି। ରାହୁଲ୍‌ ଗାନ୍ଧିଙ୍କ ଘୋଷଣାର ପୃଷ୍ଠଭୂମିରେ ପାର୍ଟିର ମୁଖ୍ୟ ପ୍ରବକ୍ତା ରଣଦୀପ ସୁରଜେଓ୍ବାଲା କହିଛନ୍ତି ଯେ, କଂଗ୍ରେସ ସରକାର ଗଢିଲେ ୩୩ ପ୍ରତିଶତ ଆରକ୍ଷଣ ଦ୍ବାରା ସରକାରୀ ଚାକିରିରେ ମହିଳାଙ୍କୁ ଉଚିତ୍‌ ଭାଗିଦାରୀ ମିଳିବା ସହିତ ରୋଜଗାରର ମାଧ୍ୟମ ସୃଷ୍ଟି କରିବ ପାଇଁ କାର୍ଯ୍ୟ କରାଯିବ ବୋଲି କହିଛନ୍ତି। ସୁରେଜଓ୍ବାଲା ଏହି ଅବସରରେ କହିଛନ୍ତି, ଯଦି ରୋଜଗାର ନାହିଁ, ତେବେ ଭାଜପାକୁ ଭୋଟ୍‌ ନାହିଁ।  ମୋଦି ସରକାର ଦେଶର ବେରୋଜଗାରୀ ବଢାଇବାରେ ମୁଖ୍ୟ ଭୂମିକା ନେଇଛନ୍ତି। ମୋଦି ୨ କୋଟିର ଚାକିରି ଦେବାର ପ୍ରତିଶ୍ରୁତି ଦେଇ ବେରୋଜଗାରୀର ସ୍ତରକୁ ଉଚ୍ଚତମ ସ୍ତରରେ ପହଞ୍ଚାଇଛନ୍ତି।  ଭାରତରେ ପ୍ରତି ବର୍ଷ ୧.୨ କୋଟି ଚାକିରି ସୃଷ୍ଟିର ଆବଶ୍ୟକତା ରହିଛି। କଂଗ୍ରେସ ଚାକିରି ସୃଷ୍ଟି କରାଇବାରେ ପ୍ରତିବଦ୍ଧ ରହିଛି। ସରକାର ଗଢିବା ପରେ କୃଷି, ନିମ୍ନ ତଥା ମଧ୍ୟମ ବ୍ୟବସାୟକୁ ପ୍ରୋତ୍ସାହନ ସହ ମଜବୁତ୍‌ କରିବା ଉପରେ ପଦକ୍ଷେପ ନିଆଯିବ। ରୋଜଗାରର ମାଧ୍ୟମ ସୃଷ୍ଟି କରିବା କଂଗ୍ରେସ ଓ ରାହୁଲ୍‌ ଗାନ୍ଧିଙ୍କର ସବୁଠୁ ବଡ଼ ଲକ୍ଷ୍ୟ ବୋଲି କହିଛନ୍ତି। ବର୍ତ୍ତମାନ ଦେଶର ସବୁଠୁ ଆବେଗପ୍ରବଣ ବିଷୟ ରୋଜଗାର ରହିଥିବାବେଳେ କଂଗ୍ରେସ ପାର୍ଟି ଏହାକୁ ନିର୍ବାଚନର ମୁଖ୍ୟ ଅସ୍ତ୍ର କରିଛି।