ବିଜେପିର ବ୍ୟାଙ୍କ ବାଲାନ୍ସ ଯେବେ ବଢିଛି, ଦେଶରେ ସେତେବେଳେ ରୋଜଗାର ହ୍ରାସ ହୋଇଛି : କଂଗ୍ରେସ

Published: Jan 26, 2020, 5:54 pm IST

ନୂଆଦିଲ୍ଲୀ : ଦେଶର ବଢୁଥିବା ବେରୋଜଗାରୀକୁ ନେଇ କଂଗ୍ରେସ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ୍‌ କରିଛି । କଂଗ୍ରେସର ବରିଷ୍ଠ ନେତା ରଣଦୀପ୍‌ ସିଂହ ସୁର୍ଜେଓ୍ବାଲା ରବିବାର ଦିନ କହିଛନ୍ତି ଯେ, ପ୍ରତ୍ୟେକ ବର୍ଷ ଦୁଇ କୋଟିଙ୍କୁ ରୋଜଗାର ଦେବାର ପ୍ରତିଶ୍ରୁତି ଦେଇଥିଲା । କିନ୍ତୁ  ବିଜେପିର ଯେତେବେଳେ ବ୍ୟାଙ୍କ ବାଲାନ୍ସ ବଢିଛି, ସେତେବେଳେ ଦେଶରେ ରୋଜଗାର ହ୍ରାସ ପାଇଛି ।

ସୁର୍ଜେଓ୍ବାଲା ଟୁଇଟ୍‌ କହିଛନ୍ତି ଯେ, ବିଜେପି କ୍ଷମତାକୁ ଆସିବା ପୂର୍ବରୁ ବର୍ଷକୁ ଦୁଇ କୋଟି ରୋଜଗାର ଦେବାର ପ୍ରତିଶ୍ରୁତି ଦେଇଥିବାବେଳେ ଦେଶର 7ଟି ପ୍ରମୁଖ ସେକ୍ଟରରେ 3.64 କୋଟି ବେରୋଜଗାର ସୃଷ୍ଟି ହୋଇଛି । ଦେଶରେ ବଢୁଥିବା ବେରୋଜଗାରୀକୁ ନେଇ ବିରୋଧୀ ସରକାରଙ୍କୁ ଘେରୁଥିବାବେଳେ ସରକାର ଏହା ଉପରେ ଗମ୍ଭୀରତା ସହ ବିଚାର କରୁନାହାନ୍ତି ବୋଲି ଅଭିଯୋଗ କରିଛି ବିରୋଧୀ କଂଗ୍ରେସ । ମୋଦି ସରକାର ଦେଶର ଅର୍ଥବ୍ୟବସ୍ଥାକୁ ସୁଦୃଢ କରିବା ପାଇଁ ଚେଷ୍ଟା କରୁଥିବାବେଳେ ଦେଶରେ ବେରୋଜଗାରୀ ସ୍ଥିତିରେ ବିଶେଷ କିଛି ସୁଧାର ହୋଇପାରିନାହଁ । ସିଏମ୍‌ଆଇଇ ଦ୍ବାରା ଜାରି କରାଯାଇଥିବା ଏକ ରିପୋର୍ଟରେ ଦେଶରେ ରୋଜଗାରୀ ପ୍ରତିଶତ ବଢିଥିବାର ସୂଚନା ମିଳିଛି । ଏହି ରିପୋର୍ଟ ଅନୁସାରେ –  ସେପ୍ଟେମ୍ବର 2019ରୁ ଡିସେମ୍ବର 2019ର ଚାରି ମାସ ମଧ୍ୟରେ ଦେଶରେ ବେରୋଜଗାରୀ ଦର 7.5 ପ୍ରତିଶତରେ ପହଞ୍ଚିଛି । ସେହିପରି ବେରୋଜଗାରୀରେ ଉଚ୍ଚଶିକ୍ଷିତଙ୍କ ହାର 60 ପ୍ରତିଶତ ବଢିଛି । ସେହିପରି 20ରୁ 24 ବର୍ଷ ମଧ୍ୟରେ ଅଧିକାଂଶ ଯୁବକ ବେରୋଜଗାରୀ ରହିଥିବାବେଳେ ଏମାନଙ୍କ ମାତ୍ରା 37 ପ୍ରତିଶତ ରହିଛି । ସେହିପରି ବେରୋଜଗାରୀଙ୍କ ଭିତରେ ଗ୍ରାଜୁଏଟ୍‌ଙ୍କ ମାତ୍ରା ରହିଛି 60 ପ୍ରତିଶତ ।  ସମ୍ପ୍ରତି ଦେଶରେ ଆର୍ଥିକ ମାନ୍ଦାବସ୍ଥା ଉପୁଜିଥିବାବେଳେ ବେରୋଜଗାରୀ ସମସ୍ୟାକୁ ମଧ୍ୟ ପ୍ରତିହତ କରିବାରେ ସରକାର ସଫଳ ହୋଇପାରୁନାହାନ୍ତି। (ଏଜେନ୍ସି)

Related posts