Categories
ଆଜିର ଖବର ଜାତୀୟ ଖବର

ବିଜେପିର ବ୍ୟାଙ୍କ ବାଲାନ୍ସ ଯେବେ ବଢିଛି, ଦେଶରେ ସେତେବେଳେ ରୋଜଗାର ହ୍ରାସ ହୋଇଛି : କଂଗ୍ରେସ

ନୂଆଦିଲ୍ଲୀ : ଦେଶର ବଢୁଥିବା ବେରୋଜଗାରୀକୁ ନେଇ କଂଗ୍ରେସ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ୍‌ କରିଛି । କଂଗ୍ରେସର ବରିଷ୍ଠ ନେତା ରଣଦୀପ୍‌ ସିଂହ ସୁର୍ଜେଓ୍ବାଲା ରବିବାର ଦିନ କହିଛନ୍ତି ଯେ, ପ୍ରତ୍ୟେକ ବର୍ଷ ଦୁଇ କୋଟିଙ୍କୁ ରୋଜଗାର ଦେବାର ପ୍ରତିଶ୍ରୁତି ଦେଇଥିଲା । କିନ୍ତୁ  ବିଜେପିର ଯେତେବେଳେ ବ୍ୟାଙ୍କ ବାଲାନ୍ସ ବଢିଛି, ସେତେବେଳେ ଦେଶରେ ରୋଜଗାର ହ୍ରାସ ପାଇଛି ।

ସୁର୍ଜେଓ୍ବାଲା ଟୁଇଟ୍‌ କହିଛନ୍ତି ଯେ, ବିଜେପି କ୍ଷମତାକୁ ଆସିବା ପୂର୍ବରୁ ବର୍ଷକୁ ଦୁଇ କୋଟି ରୋଜଗାର ଦେବାର ପ୍ରତିଶ୍ରୁତି ଦେଇଥିବାବେଳେ ଦେଶର 7ଟି ପ୍ରମୁଖ ସେକ୍ଟରରେ 3.64 କୋଟି ବେରୋଜଗାର ସୃଷ୍ଟି ହୋଇଛି । ଦେଶରେ ବଢୁଥିବା ବେରୋଜଗାରୀକୁ ନେଇ ବିରୋଧୀ ସରକାରଙ୍କୁ ଘେରୁଥିବାବେଳେ ସରକାର ଏହା ଉପରେ ଗମ୍ଭୀରତା ସହ ବିଚାର କରୁନାହାନ୍ତି ବୋଲି ଅଭିଯୋଗ କରିଛି ବିରୋଧୀ କଂଗ୍ରେସ । ମୋଦି ସରକାର ଦେଶର ଅର୍ଥବ୍ୟବସ୍ଥାକୁ ସୁଦୃଢ କରିବା ପାଇଁ ଚେଷ୍ଟା କରୁଥିବାବେଳେ ଦେଶରେ ବେରୋଜଗାରୀ ସ୍ଥିତିରେ ବିଶେଷ କିଛି ସୁଧାର ହୋଇପାରିନାହଁ । ସିଏମ୍‌ଆଇଇ ଦ୍ବାରା ଜାରି କରାଯାଇଥିବା ଏକ ରିପୋର୍ଟରେ ଦେଶରେ ରୋଜଗାରୀ ପ୍ରତିଶତ ବଢିଥିବାର ସୂଚନା ମିଳିଛି । ଏହି ରିପୋର୍ଟ ଅନୁସାରେ –  ସେପ୍ଟେମ୍ବର 2019ରୁ ଡିସେମ୍ବର 2019ର ଚାରି ମାସ ମଧ୍ୟରେ ଦେଶରେ ବେରୋଜଗାରୀ ଦର 7.5 ପ୍ରତିଶତରେ ପହଞ୍ଚିଛି । ସେହିପରି ବେରୋଜଗାରୀରେ ଉଚ୍ଚଶିକ୍ଷିତଙ୍କ ହାର 60 ପ୍ରତିଶତ ବଢିଛି । ସେହିପରି 20ରୁ 24 ବର୍ଷ ମଧ୍ୟରେ ଅଧିକାଂଶ ଯୁବକ ବେରୋଜଗାରୀ ରହିଥିବାବେଳେ ଏମାନଙ୍କ ମାତ୍ରା 37 ପ୍ରତିଶତ ରହିଛି । ସେହିପରି ବେରୋଜଗାରୀଙ୍କ ଭିତରେ ଗ୍ରାଜୁଏଟ୍‌ଙ୍କ ମାତ୍ରା ରହିଛି 60 ପ୍ରତିଶତ ।  ସମ୍ପ୍ରତି ଦେଶରେ ଆର୍ଥିକ ମାନ୍ଦାବସ୍ଥା ଉପୁଜିଥିବାବେଳେ ବେରୋଜଗାରୀ ସମସ୍ୟାକୁ ମଧ୍ୟ ପ୍ରତିହତ କରିବାରେ ସରକାର ସଫଳ ହୋଇପାରୁନାହାନ୍ତି। (ଏଜେନ୍ସି)

Categories
ବିଶେଷ ଖବର ମତାମତ

ସୁଇସ ବ୍ୟାଙ୍କରେ କାହାର ଟଙ୍କା ଅଛି, ସେକଥା କହିବାକୁ ମୋଦୀ ସରକାରର ଏତେ ଡର କାହିଁକି?

କେଦାର ମିଶ୍ର

ନିର୍ବାଚନ ସମୟରେ ବିଜେପିର ଆଇଟି ସେଲ ବିଭିନ୍ନ ମାଧ୍ୟମରେ ଆମକୁ କହିବାକୁ ଚେଷ୍ଟା କରିଥିଲା ଯେ ବିଦେଶରେ ଥିବା ସବୁତକ କଳାଧନ ଫେରେଇ ଅଣାଯିବପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ଭାଷଣରେ ବୁଲି ବୁଲି କହୁଥିଲେ, ବିଦେଶରେ ଏତେ ପରିମାଣରେ ଭାରତୀୟ  କଳାଧନ ରହିଛି ଯେ, ତାକୁ ଫେରାଇ ଆଣି ପ୍ରତ୍ୟେକ ନାଗରିକଙ୍କ ବ୍ୟାଙ୍କଖାତାରେ ୧୫ ଲକ୍ଷ ଟଙ୍କା ଜମା କରାଯିବ୧୫ ଲକ୍ଷ ତ ଦୂରର କଥା ଗତ ସାଢେ ପାଞ୍ଚ ବର୍ଷରେ ଆମକୁ ୧୫ଟଙ୍କା ବି ମିଳିନାହିଁଓଲଟି ଟଙ୍କା ଜମା କମିଗଲେ ବ୍ୟାଙ୍କ ଗୁଡିକ ଗରୀବଲୋକଙ୍କ ଟଙ୍କାକୁ କାଟି ଦେଉଛନ୍ତି। ମୋଦୀ ସରକାର ବ୍ୟାଙ୍କଗୁଡିକୁ ଧନୀଙ୍କ ଲାଗି ମାଗଣା ପଇସା ଲୁଟକେନ୍ଦ୍ର ଭାବେ ଗଢି ତୋଳିଥିବା ବେଳେ, ସାଧାରଣ ଲୋକଙ୍କ ପାଇଁ ଏହାକୁ ଆତଙ୍କର ଅନୁଷ୍ଠାନ କରିଦେଇଛନ୍ତି। ତେବେ ସାଧାରଣ ନାଗରିକ ଆଜି ମଧ୍ୟ ଭାବୁଛି, କାଳେ କେତେବେଳେ ତା ବ୍ୟାଙ୍କଖାତାକୁ ୧୫ ଲକ୍ଷ ଟଙ୍କା ଆସିଯାଇପାରେ। ତାକୁ ଜଣା ନାହିଁ ଯେ, ପାଞ୍ଚ ବର୍ଷ ତଳୁ ଏହା କେବଳ ଏକ ଗାଲୁଗପ ବା ଜୁମଲା ଥିଲା ବୋଲି ବିଜେପି ସଭାପତି ଅମିତ ଶାହ କହିସାରିଛନ୍ତି।

ଆମକୁ ଟଙ୍କା ନ ମିଳିଲା ନାହିଁ, ହେଲେ ଦେଶର ଟଙ୍କା ଦେଶକୁ ଫେରିବ ନା ନାହିଁ? ଏକଥା ପଚାରିବା ଆଗରୁ ଆଉ ଗୋଟେ କଥା ମଧ୍ୟ ଜାଣିବାକୁ ପଡିବ ଯେ, ବିଦେଶରେ ଭାରତୀୟଙ୍କର କଳାଧନ ବିଷୟରେ ବିଜେପି ତରଫରୁ ଯେଉଁ ପ୍ରଚାର ଚାଲିଥିଲା, ତାହା ସତ ନା ନିର୍ଘାତ ଗାଲୁଗପ? ନିର୍ବାଚନ ସମୟରେ ଲକ୍ଷ ଲକ୍ଷ ହ୍ଵାଟ୍ସଆପ ବାର୍ତ୍ତାରେ ଆମକୁ କୁହାଯାଉଥିଲା, ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ, ଲାଲୁ ଯାଦବ, ମୁଲାୟମ ସିଂ ଯାଦବ, କରୁଣାନିଧି, ଏ.ରାଜା ଇତ୍ୟାଦିଙ୍କ ନାମରେ ଲକ୍ଷାଧିକ କୋଟି ଟଙ୍କା ସୁଇସ ବ୍ୟାଙ୍କରେ ଜମା ପଡିଛି। ଅସଲ ତଥ୍ୟ ଆସିଲା ବେଳକୁ ଜଣା ପଡୁଛି, ଏହା କେବଳ ବିଶୁଦ୍ଧ ମିଛ।

ଗତ ବର୍ଷ ଜୁନ ମାସରେ ସୁଇସ ନାସନାଲ ବ୍ୟାଙ୍କ ଦେଇଥିବା ତଥ୍ୟ ଅନୁସାରେ ସାରା ପୃଥିବୀର ପ୍ରାୟ ୯୯ଲକ୍ଷ କୋଟି ଟଙ୍କା ସୁଇସ ବ୍ୟାଙ୍କରେ ଗଚ୍ଛିତ ରହିଛି। ସେଥିରୁ ଭାରତୀୟଙ୍କର ଟଙ୍କା ସେଥିରେ ମାତ୍ର ୦.୦୭%। ୨୦୧୮ ରେ ଭାରତର ମାତ୍ର ୬୭୫୭ କୋଟି ଟଙ୍କା ଏହି ବ୍ୟାଙ୍କରେ ରହିଥିବାର ତଥ୍ୟ ମିଳିଛି। ଇତି ମଧ୍ୟରେ ଯେଉଁ ଭାରତୀୟମାନଙ୍କର ସୁଇସ ବ୍ୟାଙ୍କଖାତା ରହିଛି, ସେ ତଥ୍ୟ ଭାରତ ସରକାରଙ୍କୁ ମିଳିଛି। ତେବେ ଏହି ତଥ୍ୟକୁ ଗୋପନ ରଖିବାକୁ ଭାରତ ସରକାର ବାଧ୍ୟ ବୋଲି କୁହାଯାଉଛି। ସୁଇଜରଲାଣ୍ଡ ସହିତ ହୋଇଥିବା ଚୁକ୍ତି ଅନୁସାରେ ଭାରତ ସରକାର ଏହି ତଥ୍ୟ ଲୋକଙ୍କୁ ଜଣାଇପାରିବେ ନାହିଁ ବୋଲି ଭାରତ ସରକାର କହିଛନ୍ତି।

୨୦୧୯ ଡିସେମ୍ବର ମାସରେ ସୂଚନା ଅଧିକାର ଆଇନ ବଳରେ ମଗାଯାଇଥିବା ଏକ ତଥ୍ୟ ଅନୁଯାୟୀ,ସୁଇସ ବ୍ୟାଙ୍କରୁ ମିଳିଥିବା ଜମାଟଙ୍କାର ବିବରଣୀ ଗୋପନ ରଖିବାକୁ ଭାରତ ସରକାର ବାଧ୍ୟ। ଆନ୍ତର୍ଜାତିକ ନିୟମ ଅନୁସାରେ ସୁଇଜରଲାଣ୍ଡ ରୁ ମିଳିଥିବା ବ୍ୟାଙ୍କ ତଥ୍ୟ ଲୋକଙ୍କୁ ଜଣାଇଦେବାର କୌଣସି ସମ୍ଭାବନା ନାହିଁଦୁର୍ନୀତି ସମ୍ପର୍କରେ ୧୦ ବର୍ଷ ତଳେ ଆମେ ଯେମତି ଅନ୍ଧାରରେ ବାଡି ବୁଲାଉଥିଲେ, ଆଜି ବିଦେଶରେ ସେଇ ସମାନ ସ୍ଥିତି ରହିଛି। ପ୍ରଥମ କଥା ହେଉଛି, କଳାଧନକୁ ନେଇ ବ୍ୟାପକ ଅପପ୍ରଚାର କରିଥିବା ବିଜେପି ଦୁଇ ଦୁଇ ଥର କ୍ଷମତା ଦଖଲ  କଲାପରେ ମଧ୍ୟ ଏ ସମ୍ପର୍କିତ ତଥ୍ୟ ଲୁଚାଇ ଚାଲିଛି।

ବିଗତ ବର୍ଷମାନଙ୍କରେ ପାନାମା ଓ ବାହାମା ପେପର୍ସ  ଜରିଆରେ ବହୁ ପ୍ରଭାବଶାଳୀ ଭାରତୀୟଙ୍କର କଳାଧନ ଠାବ ହୋଇଛିଭାରତ ସରକାର କିନ୍ତୁ ଏହି ସବୁ ତଥ୍ୟକୁ ଚାପିଦେଇ ଆରମରେ ବସିଛନ୍ତି। ଗତ ଅକ୍ଟୋବର ରେ ଭାରତର ଅର୍ଥ ମନ୍ତ୍ରଣାଳୟ ସୁଇସ ବ୍ୟାଙ୍କରେ ଗଚ୍ଛିତ ଥିବା ଲୋକଙ୍କର ଯେଉଁ ତାଲିକା ପାଇଛି, ତାକୁ ଲୋକଙ୍କୁ ଜଣାଇବାକୁ ସରକାର ରୋକଠୋକ ମନା କରୁଛନ୍ତି କାହିଁକି? କେବଳ ସୁଇସ ବ୍ୟାଙ୍କରେ ୭୦ ଲକ୍ଷ କୋଟି ଭାରତୀୟ ଟଙ୍କା ଗଚ୍ଛିତ ଅଛି ବୋଲି ବିଜେପି ଓ ସଂଘ ପରିବାର ତରଫରୁ ପ୍ରଚାର ଚାଲିଥିଲା। ସେ ପ୍ରଚାର ମିଛ ଥିଲା ନା ସେ ଟଙ୍କା ସବୁ କୁଆଡେ ଉଭେଇଗଲା? ବାବା ରାମଦେବ, ଶ୍ରୀ ଶ୍ରୀ ରବିଶଙ୍କରଙ୍କ ପରି ଧର୍ମଗୁରୁ ୨୦୧୪ ପୂର୍ବରୁ ସୁଇସ ବ୍ୟାଙ୍କରେ ଥିବା କଳାଧନକୁ ନେଇ ଆନ୍ଦୋଳନ କରୁଥିଲେ। ଏବେ ସେମାନେ ନୀରବ କାହିଁକି?

ଯେତେବେଳେ ଭାରତ ସରକାର ସୁଇସ ବ୍ୟାଙ୍କର ତଥ୍ୟ ଲୋକଙ୍କୁ ଜଣାଇବେ ନାହିଁ ବୋଲି କହିଲେ, ତାପରେ ଏହା ଉପରେ କେହି ପ୍ରଶ୍ନ ପଚାରି ନାହାନ୍ତି କାହିଁକି? ଦେଶର ଜନ ସାଧାରଣଙ୍କୁ କଳାଟଙ୍କାର  କଥା କହି ବିଭ୍ରାନ୍ତ କରିଥିବା ଆଜିର ଶାସକ ଦଳ, କଉଡିଟିଏ ମଧ୍ୟ ବିଦେଶରୁ ଆଣି ପାରି ନାହିଁ। ସରକାର କଳାଧନକୁ ନେଇ ବାରମ୍ବାର ଭୁଆଁ ବୁଲାଉଥିବା ବେଳେ ଏ ସମ୍ପର୍କରେ ପ୍ରଶ୍ନ କରିବାକୁ ବିଜେପି ଭକ୍ତମାନଙ୍କର ନୈତିକ ସାହସ ଆଉ ନାହିଁ। ସୁଇସ ବ୍ୟାଙ୍କର ଟଙ୍କା ଏବେ କେବଳ ଗାଲୁଗପ ଓ ଏ ଗପ ଶୁଣି ଯେଉଁମାନେ ନରେନ୍ଦ୍ର ମୋଦୀଙ୍କୁ ଭୋଟ ଦେଇଥିଲେ, ସେମାନେ ଆଜି ତାକୁ ନେଇ ପ୍ରଶ୍ନ ପଚାରିଲେ, ଦେଶଦ୍ରୋହୀର ଅପବାଦ ଭୋଗିବାକୁ ବାଧ୍ୟ ହେବେ!!