Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ସୁଇସ ବ୍ୟାଙ୍କରେ କାହାର ଟଙ୍କା ଅଛି, ସେକଥା କହିବାକୁ ମୋଦୀ ସରକାରର ଏତେ ଡର କାହିଁକି?
ବିଶେଷ ଖବର

ସୁଇସ ବ୍ୟାଙ୍କରେ କାହାର ଟଙ୍କା ଅଛି, ସେକଥା କହିବାକୁ ମୋଦୀ ସରକାରର ଏତେ ଡର କାହିଁକି?

January 2, 2020No Comments3 Mins Read
Share Facebook Twitter LinkedIn Email WhatsApp Copy Link

କେଦାର ମିଶ୍ର

ନିର୍ବାଚନ ସମୟରେ ବିଜେପିର ଆଇଟି ସେଲ ବିଭିନ୍ନ ମାଧ୍ୟମରେ ଆମକୁ କହିବାକୁ ଚେଷ୍ଟା କରିଥିଲା ଯେ ବିଦେଶରେ ଥିବା ସବୁତକ କଳାଧନ ଫେରେଇ ଅଣାଯିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ଭାଷଣରେ ବୁଲି ବୁଲି କହୁଥିଲେ, ବିଦେଶରେ ଏତେ ପରିମାଣରେ ଭାରତୀୟ  କଳାଧନ ରହିଛି ଯେ, ତାକୁ ଫେରାଇ ଆଣି ପ୍ରତ୍ୟେକ ନାଗରିକଙ୍କ ବ୍ୟାଙ୍କଖାତାରେ ୧୫ ଲକ୍ଷ ଟଙ୍କା ଜମା କରାଯିବ। ୧୫ ଲକ୍ଷ ତ ଦୂରର କଥା ଗତ ସାଢେ ପାଞ୍ଚ ବର୍ଷରେ ଆମକୁ ୧୫ଟଙ୍କା ବି ମିଳିନାହିଁ। ଓଲଟି ଟଙ୍କା ଜମା କମିଗଲେ ବ୍ୟାଙ୍କ ଗୁଡିକ ଗରୀବଲୋକଙ୍କ ଟଙ୍କାକୁ କାଟି ଦେଉଛନ୍ତି। ମୋଦୀ ସରକାର ବ୍ୟାଙ୍କଗୁଡିକୁ ଧନୀଙ୍କ ଲାଗି ମାଗଣା ପଇସା ଲୁଟକେନ୍ଦ୍ର ଭାବେ ଗଢି ତୋଳିଥିବା ବେଳେ, ସାଧାରଣ ଲୋକଙ୍କ ପାଇଁ ଏହାକୁ ଆତଙ୍କର ଅନୁଷ୍ଠାନ କରିଦେଇଛନ୍ତି। ତେବେ ସାଧାରଣ ନାଗରିକ ଆଜି ମଧ୍ୟ ଭାବୁଛି, କାଳେ କେତେବେଳେ ତା ବ୍ୟାଙ୍କଖାତାକୁ ୧୫ ଲକ୍ଷ ଟଙ୍କା ଆସିଯାଇପାରେ। ତାକୁ ଜଣା ନାହିଁ ଯେ, ପାଞ୍ଚ ବର୍ଷ ତଳୁ ଏହା କେବଳ ଏକ ଗାଲୁଗପ ବା ଜୁମଲା ଥିଲା ବୋଲି ବିଜେପି ସଭାପତି ଅମିତ ଶାହ କହିସାରିଛନ୍ତି।

ଆମକୁ ଟଙ୍କା ନ ମିଳିଲା ନାହିଁ, ହେଲେ ଦେଶର ଟଙ୍କା ଦେଶକୁ ଫେରିବ ନା ନାହିଁ? ଏକଥା ପଚାରିବା ଆଗରୁ ଆଉ ଗୋଟେ କଥା ମଧ୍ୟ ଜାଣିବାକୁ ପଡିବ ଯେ, ବିଦେଶରେ ଭାରତୀୟଙ୍କର କଳାଧନ ବିଷୟରେ ବିଜେପି ତରଫରୁ ଯେଉଁ ପ୍ରଚାର ଚାଲିଥିଲା, ତାହା ସତ ନା ନିର୍ଘାତ ଗାଲୁଗପ? ନିର୍ବାଚନ ସମୟରେ ଲକ୍ଷ ଲକ୍ଷ ହ୍ଵାଟ୍ସଆପ ବାର୍ତ୍ତାରେ ଆମକୁ କୁହାଯାଉଥିଲା, ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ, ଲାଲୁ ଯାଦବ, ମୁଲାୟମ ସିଂ ଯାଦବ, କରୁଣାନିଧି, ଏ.ରାଜା ଇତ୍ୟାଦିଙ୍କ ନାମରେ ଲକ୍ଷାଧିକ କୋଟି ଟଙ୍କା ସୁଇସ ବ୍ୟାଙ୍କରେ ଜମା ପଡିଛି। ଅସଲ ତଥ୍ୟ ଆସିଲା ବେଳକୁ ଜଣା ପଡୁଛି, ଏହା କେବଳ ବିଶୁଦ୍ଧ ମିଛ।

ଗତ ବର୍ଷ ଜୁନ ମାସରେ ସୁଇସ ନାସନାଲ ବ୍ୟାଙ୍କ ଦେଇଥିବା ତଥ୍ୟ ଅନୁସାରେ ସାରା ପୃଥିବୀର ପ୍ରାୟ ୯୯ଲକ୍ଷ କୋଟି ଟଙ୍କା ସୁଇସ ବ୍ୟାଙ୍କରେ ଗଚ୍ଛିତ ରହିଛି। ସେଥିରୁ ଭାରତୀୟଙ୍କର ଟଙ୍କା ସେଥିରେ ମାତ୍ର ୦.୦୭%। ୨୦୧୮ ରେ ଭାରତର ମାତ୍ର ୬୭୫୭ କୋଟି ଟଙ୍କା ଏହି ବ୍ୟାଙ୍କରେ ରହିଥିବାର ତଥ୍ୟ ମିଳିଛି। ଇତି ମଧ୍ୟରେ ଯେଉଁ ଭାରତୀୟମାନଙ୍କର ସୁଇସ ବ୍ୟାଙ୍କଖାତା ରହିଛି, ସେ ତଥ୍ୟ ଭାରତ ସରକାରଙ୍କୁ ମିଳିଛି। ତେବେ ଏହି ତଥ୍ୟକୁ ଗୋପନ ରଖିବାକୁ ଭାରତ ସରକାର ବାଧ୍ୟ ବୋଲି କୁହାଯାଉଛି। ସୁଇଜରଲାଣ୍ଡ ସହିତ ହୋଇଥିବା ଚୁକ୍ତି ଅନୁସାରେ ଭାରତ ସରକାର ଏହି ତଥ୍ୟ ଲୋକଙ୍କୁ ଜଣାଇପାରିବେ ନାହିଁ ବୋଲି ଭାରତ ସରକାର କହିଛନ୍ତି।

୨୦୧୯ ଡିସେମ୍ବର ମାସରେ ସୂଚନା ଅଧିକାର ଆଇନ ବଳରେ ମଗାଯାଇଥିବା ଏକ ତଥ୍ୟ ଅନୁଯାୟୀ,ସୁଇସ ବ୍ୟାଙ୍କରୁ ମିଳିଥିବା ଜମାଟଙ୍କାର ବିବରଣୀ ଗୋପନ ରଖିବାକୁ ଭାରତ ସରକାର ବାଧ୍ୟ। ଆନ୍ତର୍ଜାତିକ ନିୟମ ଅନୁସାରେ ସୁଇଜରଲାଣ୍ଡ ରୁ ମିଳିଥିବା ବ୍ୟାଙ୍କ ତଥ୍ୟ ଲୋକଙ୍କୁ ଜଣାଇଦେବାର କୌଣସି ସମ୍ଭାବନା ନାହିଁ। ଦୁର୍ନୀତି ସମ୍ପର୍କରେ ୧୦ ବର୍ଷ ତଳେ ଆମେ ଯେମତି ଅନ୍ଧାରରେ ବାଡି ବୁଲାଉଥିଲେ, ଆଜି ବିଦେଶରେ ସେଇ ସମାନ ସ୍ଥିତି ରହିଛି। ପ୍ରଥମ କଥା ହେଉଛି, କଳାଧନକୁ ନେଇ ବ୍ୟାପକ ଅପପ୍ରଚାର କରିଥିବା ବିଜେପି ଦୁଇ ଦୁଇ ଥର କ୍ଷମତା ଦଖଲ  କଲାପରେ ମଧ୍ୟ ଏ ସମ୍ପର୍କିତ ତଥ୍ୟ ଲୁଚାଇ ଚାଲିଛି।

ବିଗତ ବର୍ଷମାନଙ୍କରେ ପାନାମା ଓ ବାହାମା ପେପର୍ସ  ଜରିଆରେ ବହୁ ପ୍ରଭାବଶାଳୀ ଭାରତୀୟଙ୍କର କଳାଧନ ଠାବ ହୋଇଛି। ଭାରତ ସରକାର କିନ୍ତୁ ଏହି ସବୁ ତଥ୍ୟକୁ ଚାପିଦେଇ ଆରମରେ ବସିଛନ୍ତି। ଗତ ଅକ୍ଟୋବର ରେ ଭାରତର ଅର୍ଥ ମନ୍ତ୍ରଣାଳୟ ସୁଇସ ବ୍ୟାଙ୍କରେ ଗଚ୍ଛିତ ଥିବା ଲୋକଙ୍କର ଯେଉଁ ତାଲିକା ପାଇଛି, ତାକୁ ଲୋକଙ୍କୁ ଜଣାଇବାକୁ ସରକାର ରୋକଠୋକ ମନା କରୁଛନ୍ତି କାହିଁକି? କେବଳ ସୁଇସ ବ୍ୟାଙ୍କରେ ୭୦ ଲକ୍ଷ କୋଟି ଭାରତୀୟ ଟଙ୍କା ଗଚ୍ଛିତ ଅଛି ବୋଲି ବିଜେପି ଓ ସଂଘ ପରିବାର ତରଫରୁ ପ୍ରଚାର ଚାଲିଥିଲା। ସେ ପ୍ରଚାର ମିଛ ଥିଲା ନା ସେ ଟଙ୍କା ସବୁ କୁଆଡେ ଉଭେଇଗଲା? ବାବା ରାମଦେବ, ଶ୍ରୀ ଶ୍ରୀ ରବିଶଙ୍କରଙ୍କ ପରି ଧର୍ମଗୁରୁ ୨୦୧୪ ପୂର୍ବରୁ ସୁଇସ ବ୍ୟାଙ୍କରେ ଥିବା କଳାଧନକୁ ନେଇ ଆନ୍ଦୋଳନ କରୁଥିଲେ। ଏବେ ସେମାନେ ନୀରବ କାହିଁକି?

ଯେତେବେଳେ ଭାରତ ସରକାର ସୁଇସ ବ୍ୟାଙ୍କର ତଥ୍ୟ ଲୋକଙ୍କୁ ଜଣାଇବେ ନାହିଁ ବୋଲି କହିଲେ, ତାପରେ ଏହା ଉପରେ କେହି ପ୍ରଶ୍ନ ପଚାରି ନାହାନ୍ତି କାହିଁକି? ଦେଶର ଜନ ସାଧାରଣଙ୍କୁ କଳାଟଙ୍କାର  କଥା କହି ବିଭ୍ରାନ୍ତ କରିଥିବା ଆଜିର ଶାସକ ଦଳ, କଉଡିଟିଏ ମଧ୍ୟ ବିଦେଶରୁ ଆଣି ପାରି ନାହିଁ। ସରକାର କଳାଧନକୁ ନେଇ ବାରମ୍ବାର ଭୁଆଁ ବୁଲାଉଥିବା ବେଳେ ଏ ସମ୍ପର୍କରେ ପ୍ରଶ୍ନ କରିବାକୁ ବିଜେପି ଭକ୍ତମାନଙ୍କର ନୈତିକ ସାହସ ଆଉ ନାହିଁ। ସୁଇସ ବ୍ୟାଙ୍କର ଟଙ୍କା ଏବେ କେବଳ ଗାଲୁଗପ ଓ ଏ ଗପ ଶୁଣି ଯେଉଁମାନେ ନରେନ୍ଦ୍ର ମୋଦୀଙ୍କୁ ଭୋଟ ଦେଇଥିଲେ, ସେମାନେ ଆଜି ତାକୁ ନେଇ ପ୍ରଶ୍ନ ପଚାରିଲେ, ଦେଶଦ୍ରୋହୀର ଅପବାଦ ଭୋଗିବାକୁ ବାଧ୍ୟ ହେବେ!!                       

blackmoney ndagovt
Share. Facebook Twitter LinkedIn Email WhatsApp Copy Link

Related Posts

କଂଗ୍ରେସକୁ ବଡ଼ ଝଟକା: ମଧ୍ୟପ୍ରଦେଶରୁ ରାଜ୍ୟସଭା ପ୍ରାର୍ଥୀ ମୀନାକ୍ଷୀ ନଟରାଜନଙ୍କ ନାମାଙ୍କନ ବାତିଲ

June 9, 2026

ଭୁବନେଶ୍ବରରେ କେନ୍ଦ୍ର ଆଇନ ମନ୍ତ୍ରୀ; ମୋଦି ସରକାରର ୧୨ ବର୍ଷ ପୂର୍ତ୍ତି ଉପରେ ରଖିଲେ ହିସାବ

June 9, 2026

୧୨ଟି ପରମାଣୁ ଅସ୍ତ୍ର ନିୟୋଜନ କରିଛି ଭାରତ!: ଶତ୍ରୁ ଦେଶକୁ ଲାଗିବ ୪୪୦ ଭୋଲ୍ଟର ଝଟକା

June 9, 2026

ରାଜ୍ୟସଭାର ସଂଖ୍ୟା ଖେଳକୁ ବଦଳାଇ ଦେବ କ୍ରସ୍ ଭୋଟିଂ?: ଜାଣନ୍ତୁ ସମୀକରଣ

June 9, 2026
Latest News

ଆସନ୍ତା ୨୮ ତାରିଖରେ ହେବ OTET

June 9, 2026

ସ୍ୱାସ୍ଥ୍ୟ ସେବା ପାଇଁ ୭୫୫ ନୂଆ ପଦବୀ

June 9, 2026

ଗୃହରକ୍ଷୀମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଉପହାର: ବୃଦ୍ଧି କଲେ ଦୈନିକ ଭତ୍ତା

June 9, 2026

IPL 2027 ନିଲାମ ପୂର୍ବରୁ ଦଳ ବଦଳାଇବେ ଏହି 7 ଜଣ ଷ୍ଟାର ଖେଳାଳି!: ଦେଖନ୍ତୁ ତାଲିକା

June 9, 2026

କୁଏତର ଅମୀରଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ ମୋଦୀ

June 9, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.