Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଓଡିଶାରେ ନିଯୁକ୍ତି ହେବେ ୨୦ ହଜାର ପ୍ରାଥମିକ ଶିକ୍ଷକ, ଜାଣନ୍ତୁ କେମିତି କରିବେ ଆବେଦନ

ଭୁବନେଶ୍ବର: ସ୍କୁଲ ଓ ଗଣଶିକ୍ଷା ବିଭାଗ ରାଜ୍ୟର ଶିକ୍ଷକ ଅଭାବ ପୂରଣ ପାଇଁ ନେଇଛି ଏକ ବଡ ପଦକ୍ଷେପ। ସେହି ଅନୁସାରେ ରାଜ୍ୟରେ ଏକାଥରେ ନିଯୁକ୍ତ ହେବେ ୨୦ ହଜାର ପ୍ରାଥମିକ ଶିକ୍ଷକ। ସେ ନେଇ ସ୍କୁଲ ଓ ଗଣଶିକ୍ଷା ବିଭାଗ ତରଫରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି ପଦବୀ ପାଇଁ ଆସନ୍ତା ୧୩ରୁ ଆବେଦନ ପ୍ରକ୍ରିୟା ଆରମ୍ଭ ହେବ। ଅକ୍ଟୋବର ୧୦, ଆବେଦନ କରିବାର ଶେଷ ତାରିଖ ରଖାଯାଇଛି।

ଏ ସଂପର୍କରେ ଓସେପା ୱେବସାଇଟ୍‌ https://osepa.odisha.gov.in ରେ ଆଜି ବିଜ୍ଞପ୍ତି ପ୍ରକାଶ ପାଇଛି । ଏଥିରେ କିପରି ଆବେଦନ କରାଯିବ ତାହାର ସଂପୂର୍ଣ୍ଣ ତଥ୍ୟ ପ୍ରଦାନ କରାଯାଇଛି। ଏହି ପ୍ରକ୍ରିୟା ସମ୍ପୂର୍ଣ୍ଣ ଭାବେ ଅନ୍‌ଲାଇନ୍‌ରେ କରାଯିବ। କମ୍ପ୍ୟୁଟର ବେସଡ୍ ଟେଷ୍ଟ ମାଧ୍ୟମରେ ଲିଖିତ ପରୀକ୍ଷା କରାଯାଇ ପ୍ରାର୍ଥୀ ଚୟନ କରାଯିବ।

ସମଗ୍ର ଶିକ୍ଷା କାର୍ଯ୍ୟକ୍ରମ ଅଧୀନରେ ଜିଲ୍ଲା ଅନୁସାରେ ଜିଲ୍ଲା ପରିଷଦ ପକ୍ଷରୁ ସମସ୍ତ ପ୍ରାଥମିକ କନିଷ୍ଠ ଶିକ୍ଷକଙ୍କୁ ନିଯୁକ୍ତି ଦିଆଯିବ। ଓସେପା ୱେବସାଇଟ୍‌ରେ ନିଯୁକ୍ତି ସମ୍ବନ୍ଧୀତ ସମସ୍ତ ତଥ୍ୟ ପ୍ରଦାନ କରାଯିବ। ଅନ୍‌ଲାଇନ୍‌ ଆବେଦନ ପ୍ରକ୍ରିୟାରେ ସମସ୍ୟା ହେଲେ ହେଲ୍ପଡେସ୍କ୍‌ ନମ୍ବର ୭୩୫୩୯୨୭୭୭୯ ରେ ସୋମବାରଠୁ ଶୁକ୍ରବାର ପର୍ଯ୍ୟନ୍ତ ପୂର୍ବାହ୍ନ ୧୦ଟାରୁ ଅପରାହ୍ନ ୫ଟା ମଧ୍ୟରେ ଯୋଗାଯୋଗ କରିପାରିବେ।

Categories
ଆଜିର ଖବର ରାଜ୍ୟ ଖବର

ଓଡିଶା ସ୍ବାସ୍ଥ୍ୟ ସେବାର ୧୮୯ ଟି ପଦବୀ ନିଯୁକ୍ତି ପାଇଁ ବିଜ୍ଞାପନ, ଶେଷ ତାରିଖ ଫେବୃୟାରୀ ୨୪

ଭୁବନେଶ୍ବର: ଓଡିଶାର ସ୍ବାସ୍ଥ୍ୟ ସେବା ପାଇଁ ପ୍ରକାଶ ପାଇଛି ଏକଥରେ ୧୮୯ ଟି ପଦବୀ ପାଇଁ ବିଜ୍ଞାପନ। ଏହି ନିଯୁକ୍ତି ପରୀକ୍ଷା ଓଡିଶା ଷ୍ଟାଫ୍ ସିଲେକସନ କମିଶନରଙ୍କ ଦ୍ବାରା ହେବ। ଏଥିରେ ଷ୍ଟାଫ୍ ନର୍ସ, ଫାର୍ମାସିଷ୍ଟ, ଜୁନିୟର ଲାବ୍ରୋଟୋରୀ ଟେକନସିଆନ, ଏକ୍ସ ରେ ଟେକନିସିଆନ, ଓଟି ଆସିଷ୍ଟାଣ୍ଡ ପ୍ରଭୃତି ପଦବୀ ପାଇଁ ଏହି ବିଜ୍ଞାପନ ପ୍ରକାଶ ପାଇଛି।

ଏହା ଓଡିଶା ସରକାରଙ୍କ ଇଏସଆଇ ନିର୍ଦ୍ଦେଶାଳୟ ମାଧ୍ୟମରେ ନିଯୁକ୍ତି କରାଯିବ। ତେବେ ଏ ସମସ୍ତ ପଦବୀ ଅନଲାଇନ ମଧ୍ୟମରେ ପୂରଣ କରାଯିବ। ଏହି ପଦବୀ ପାଇଁ ଅନଲାଇନରେ ରେଜିଷ୍ଟ୍ରେସନ କରାଯିବ ଯାହା ଆସନ୍ତା ୨୭ ତାରିଖରୁ ଖୋଲିବ। ଏହାପରେ ପ୍ରାର୍ଥୀମାନେ ଫେବୃୟାରୀ ୨୪ ତାରିଖ ପର୍ଯ୍ୟନ୍ତ ରେଜିଷ୍ଟ୍ରେସନ କରିପାରିବେ।

Categories
ଆଜିର ଖବର ରାଜ୍ୟ ଖବର

ରାଜ୍ୟରେ ୧୨୦ଟି ଶିକ୍ଷକ ପଦବୀ ପୂରଣ ପାଇଁ ବାହାରିଲା ନିଯୁକ୍ତି

ଭୁବନେଶ୍ୱର: ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନରେ ୧୨୦ଟି ଶିକ୍ଷକ ପ୍ରଶିକ୍ଷକ ପଦବୀ ପୂରଣ ପାଇଁ ରାଜ୍ୟ ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅନୁମୋଦନ କରିଛନ୍ତି। ଏଥିପାଇଁ ଓଡ଼ିଶା ଷ୍ଟାଫ୍‌ ସିଲେକ୍‌ସନ କମିଶନ ଡିସେମ୍ବର ୧୨ ତାରିଖରେ ବିଜ୍ଞପ୍ତି ପ୍ରକାଶ କରିଛନ୍ତି।

ସେହି ବିଜ୍ଞପ୍ତି ଅନୁସାରେ ଡିସେମ୍ବର ୨୦ ତାରିଖରେ ଅନ୍‌ଲାଇନ୍‌ ପଞ୍ଜୀକରଣ ଆରମ୍ଭ ହୋଇଛି ଓ ଜାନୁଆରୀ ୧୯ ତାରିଖ ପର୍ଯ୍ୟନ୍ତ ଏହା ଜାରି ରହିବ। କେବଳ ଅନ୍‌ଲାଇନ୍‌ ମାଧ୍ୟମରେ ହିଁ ପଞ୍ଜୀକରଣ କରାଯିବ। ଏଥିପାଇଁ କୌଣସି ଦେୟ ଦେବାକୁ ପଡ଼ିବ ନାହିଁ। ଏ ସଂପର୍କରେ ଅଧିକ ତଥ୍ୟ www.ossc.gov.in କୁ କ୍ଲିକ କଲେ ଜାଣିପାରିବେ।

ଏଥିରେ ତିନୋଟି ପର୍ଯ୍ୟାୟରେ ପରୀକ୍ଷା କରାଯିବ। ପ୍ରାଥମିକ ପରୀକ୍ଷା, ମୁଖ୍ୟ ଲିଖିତ ପରୀକ୍ଷା ଓ ସାର୍ଟିଫିକେଟ୍‌ ଯାଞ୍ଚ, ଉଭୟ ଓଡ଼ିଆ ଓ ଇଂରାଜୀ ଭାଷାରେ ପରୀକ୍ଷା କରାଯିବ। କେବଳ ଇଂରାଜୀ ବିଷୟ ବ୍ୟତୀତ ପରୀକ୍ଷା ସମ୍ବନ୍ଧୀୟ ସଂପୂର୍ଣ୍ଣ ତଥ୍ୟ ପରେ ପ୍ରକାଶ କରାଯିବ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

BREAKING : ୪୭୯୦ଟି କନେଷ୍ଟବଳ ପଦବୀ ପୂରଣ ପାଇଁ ମୁଖ୍ୟମନ୍ତ୍ରୀ ଦେଲେ ନିର୍ଦ୍ଦେଶ

ଭୁବନେଶ୍ବର: ଓଡିଶା ପୋଲିସରେ ୪୭୯୦ଟି କନେଷ୍ଟବଳ ପଦବୀ ପୂରଣ ପାଇଁ ପ୍ରକ୍ରିୟା ଆରମ୍ଭ କରିବାପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି। ଚଳିତ ବର୍ଷ ୪ଟି ପର୍ଯ୍ୟାୟରେ ଏହି ପଦବୀଗୁଡିକୁ ମୁଖ୍ୟମନ୍ତ୍ରୀ ମଞ୍ଜୁରୀ ପ୍ରଦାନ କରିଛନ୍ତି। ଖାଲିଥିବା ଥିବା ଏ ସମସ୍ତ ପଦବୀ ପୂରଣ ପାଇଁ ପ୍ରକ୍ରିୟା ଖୁବ୍ ଶୀଘ୍ର ଆରମ୍ଭ କରାଯିବ।

ରାଜ୍ୟର ୩୪ଟି ପୋଲିସ ଜିଲ୍ଲା ତଥା କମିଶନରେଟ୍‌ ପୋଲିସରେ ସେମାନଙ୍କୁ ନିଯୁକ୍ତି ଦିଆଯିବ। ଏହାଦ୍ବାରା ବିଭିନ୍ନ ଜିଲ୍ଲା ତଥା ଥାନା ମାନଙ୍କରେ ଖାଲି ଥିବା କନେଷ୍ଟବଳ ପଦବୀ ପୂରଣ ହୋଇପାରିବ ଏବଂ ଆଇନ ଶୃଙ୍ଖଳା ରକ୍ଷା ଦିଗରେ ପୋଲିସର ସାମର୍ଥ୍ୟ ମଧ୍ୟ ବୃଦ୍ଧି ପାଇବ।

ସରକାରୀ ସ୍ତରରେ ଏତେସଂଖ୍ୟକ ନିଯୁକ୍ତି ପିଲା ମାନଙ୍କ ପାଇଁ ସୁଯୋଗ ସ୍ରୁଷ୍ଟି କରିବ ବୋଲି ଆଶା କରାଯାଏ।

Categories
ଆଜିର ଖବର ଜାତୀୟ ଖବର

ବିଜେପିର ବ୍ୟାଙ୍କ ବାଲାନ୍ସ ଯେବେ ବଢିଛି, ଦେଶରେ ସେତେବେଳେ ରୋଜଗାର ହ୍ରାସ ହୋଇଛି : କଂଗ୍ରେସ

ନୂଆଦିଲ୍ଲୀ : ଦେଶର ବଢୁଥିବା ବେରୋଜଗାରୀକୁ ନେଇ କଂଗ୍ରେସ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ୍‌ କରିଛି । କଂଗ୍ରେସର ବରିଷ୍ଠ ନେତା ରଣଦୀପ୍‌ ସିଂହ ସୁର୍ଜେଓ୍ବାଲା ରବିବାର ଦିନ କହିଛନ୍ତି ଯେ, ପ୍ରତ୍ୟେକ ବର୍ଷ ଦୁଇ କୋଟିଙ୍କୁ ରୋଜଗାର ଦେବାର ପ୍ରତିଶ୍ରୁତି ଦେଇଥିଲା । କିନ୍ତୁ  ବିଜେପିର ଯେତେବେଳେ ବ୍ୟାଙ୍କ ବାଲାନ୍ସ ବଢିଛି, ସେତେବେଳେ ଦେଶରେ ରୋଜଗାର ହ୍ରାସ ପାଇଛି ।

ସୁର୍ଜେଓ୍ବାଲା ଟୁଇଟ୍‌ କହିଛନ୍ତି ଯେ, ବିଜେପି କ୍ଷମତାକୁ ଆସିବା ପୂର୍ବରୁ ବର୍ଷକୁ ଦୁଇ କୋଟି ରୋଜଗାର ଦେବାର ପ୍ରତିଶ୍ରୁତି ଦେଇଥିବାବେଳେ ଦେଶର 7ଟି ପ୍ରମୁଖ ସେକ୍ଟରରେ 3.64 କୋଟି ବେରୋଜଗାର ସୃଷ୍ଟି ହୋଇଛି । ଦେଶରେ ବଢୁଥିବା ବେରୋଜଗାରୀକୁ ନେଇ ବିରୋଧୀ ସରକାରଙ୍କୁ ଘେରୁଥିବାବେଳେ ସରକାର ଏହା ଉପରେ ଗମ୍ଭୀରତା ସହ ବିଚାର କରୁନାହାନ୍ତି ବୋଲି ଅଭିଯୋଗ କରିଛି ବିରୋଧୀ କଂଗ୍ରେସ । ମୋଦି ସରକାର ଦେଶର ଅର୍ଥବ୍ୟବସ୍ଥାକୁ ସୁଦୃଢ କରିବା ପାଇଁ ଚେଷ୍ଟା କରୁଥିବାବେଳେ ଦେଶରେ ବେରୋଜଗାରୀ ସ୍ଥିତିରେ ବିଶେଷ କିଛି ସୁଧାର ହୋଇପାରିନାହଁ । ସିଏମ୍‌ଆଇଇ ଦ୍ବାରା ଜାରି କରାଯାଇଥିବା ଏକ ରିପୋର୍ଟରେ ଦେଶରେ ରୋଜଗାରୀ ପ୍ରତିଶତ ବଢିଥିବାର ସୂଚନା ମିଳିଛି । ଏହି ରିପୋର୍ଟ ଅନୁସାରେ –  ସେପ୍ଟେମ୍ବର 2019ରୁ ଡିସେମ୍ବର 2019ର ଚାରି ମାସ ମଧ୍ୟରେ ଦେଶରେ ବେରୋଜଗାରୀ ଦର 7.5 ପ୍ରତିଶତରେ ପହଞ୍ଚିଛି । ସେହିପରି ବେରୋଜଗାରୀରେ ଉଚ୍ଚଶିକ୍ଷିତଙ୍କ ହାର 60 ପ୍ରତିଶତ ବଢିଛି । ସେହିପରି 20ରୁ 24 ବର୍ଷ ମଧ୍ୟରେ ଅଧିକାଂଶ ଯୁବକ ବେରୋଜଗାରୀ ରହିଥିବାବେଳେ ଏମାନଙ୍କ ମାତ୍ରା 37 ପ୍ରତିଶତ ରହିଛି । ସେହିପରି ବେରୋଜଗାରୀଙ୍କ ଭିତରେ ଗ୍ରାଜୁଏଟ୍‌ଙ୍କ ମାତ୍ରା ରହିଛି 60 ପ୍ରତିଶତ ।  ସମ୍ପ୍ରତି ଦେଶରେ ଆର୍ଥିକ ମାନ୍ଦାବସ୍ଥା ଉପୁଜିଥିବାବେଳେ ବେରୋଜଗାରୀ ସମସ୍ୟାକୁ ମଧ୍ୟ ପ୍ରତିହତ କରିବାରେ ସରକାର ସଫଳ ହୋଇପାରୁନାହାନ୍ତି। (ଏଜେନ୍ସି)