ଜାଣନ୍ତୁ ଭୁବନେଶ୍ବରର କରୋନା ଅପଡେଟ୍, ଆଜି14 ପଜିଟିଭ, ଆକ୍ରାନ୍ତଙ୍କ ମଧ୍ୟରେ ଜଣେ ଶିଶୁ, ଜଣେ ବାଳକ, 29 ସୁସ୍ଥ

Published: Jul 13, 2020, 4:03 pm IST

ଭୁବନେଶ୍ବର, ଭୁବନେଶ୍ବର ମହାନଗର ଅଞ୍ଚଳରେ ଆଉ 14 କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। 14 ଜଣଙ୍କ ମଧ୍ୟରୁ 10 ଜଣ ଲୋକାଲ କଣ୍ଟାକ୍ଟ ହୋଇଥିବା ବେଳେ 4 ଡଣ କ୍ବାରେଣ୍ଟାଇନରୁ ଚିହ୍ଟଟ ହୋଇଛନ୍ତି। ଆଜିର ଆକ୍ରାନ୍ତଙ୍କ ମଧ୍ୟରେ ଜଣେ ବର୍ଷକର ଶିଶୁ କନ୍ୟା ଏବଂ ଜଣେ ୭ବର୍ଷର ବାଳକ ରହିଛନ୍ତି | ବର୍ଷକର ଶିଶୁକନ୍ୟାଟି ରାଧାକ୍ରିଷ୍ଣ ତଳ ବସ୍ତିର ହୋଇଥିବା ବେଳେ ୭ବର୍ଷର ବାଳକ ଜଣକ ୟୁନିଟ-୫ର କେଶରୀନଗର ବସ୍ତିର ବୋଲି ଜଣାପଡିଛି | ଏ ନେଇ ଆଜି ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଟୁଇଟ କରି ସୂଚନା ଦିଆଯାଇଛି। |

ସ୍ଥାନୀୟ ସଂକ୍ରମଣର ଶିକାର ହୋଇଥିବା ୧୦ଜଣଙ୍କ ମଧ୍ୟରେ କାନନ ବିହାରର ଫେଜ-୨ରୁ ଜଣେ, ବମିଖାଲର ଜୟଦୁର୍ଗା ନଗରରୁ ଜଣେ, ନୟାପଲ୍ଲୀ ନିକଟସ୍ଥ ମହିମା ଢ଼ାବା ନିକଟରୁ ଜଣେ, ଆଇଆରସି ଭିଲେଜର ଏନ-୧ରୁ ଜଣେ, ଗଙ୍ଗନଗରରୁ ଜଣେ, ୟୁନିଟ-୮ର ଡିଏଭି ପବ୍ଲିକ ସ୍କୁଲ ନିକଟରୁ ଜଣେ, ୟୁନିଟ-୬ରେ ରାଧାକ୍ରିଷ୍ଣ ତଳ ବସ୍ତିରୁ ଜଣେ, ୟୁନିଟ-୯ର ରୋଡ ନମ୍ବର-୮ରୁ ଜଣେ, ପାତ୍ରପଡାରୁ ଜଣେ ଏବଂ ଘରୋଇ ହସ୍ପିଟାଲରୁ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି | କାନନ ବିହାରର ଫେଜ-୨ ଏବଂ ବମିଖାଲର ଜୟଦୁର୍ଗା ନଗରରୁ ଚିହ୍ନଟ ଆକ୍ରାନ୍ତ ଘରୋଇ ଡାକ୍ତରଖାନାକୁ ଯାଇ କରୋନା ଆକ୍ରାନ୍ତ ହୋଇଥିବା ଜଣା ପଡିଛି |

ଆଜି ଭୁବନେଶ୍ବର ମହାନଗର ଅଞ୍ଚଳରେ 29 ଆକ୍ରାନ୍ତ ସୁସ୍ଥ ହୋଇଥିବା ସୂଚନା ମିଳିଛି। ଭୁବନେଶ୍ବର ସହରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 718ରେ ପହଞ୍ଚିଛି। 356 ଜଣ ସୁସ୍ଥ ହୋଇଥିବା ବେଳେ ଏଯାବତ 8 ଜଣଙ୍କର ମୃତ୍ୟୁ ହୋଇଛି। 353 ଜଣ ଏବେ ଚିକିତ୍ସାଧୀନ ଅଛନ୍ତି।

Related posts