ଉଚ୍ଚଶିକ୍ଷା ବିଭାଗର ବାବୁମାନଙ୍କୁ ତାଗିଦ, ଠିକ୍ ସମୟରେ ନଆସିଲେ ମିଳିବନି ସରକାରୀ ଗାଡ଼ି

Published: Jul 13, 2020, 6:13 pm IST

ଭୁବନେଶ୍ବର : ବଡ଼ ବାବୁମାନେ ଯଦି ଠିକ୍ ସମୟରେ ଅଫିସ ନ ପହଞ୍ଚିବେ ତେବେ ତଳିଆ କର୍ମଚାରୀଙ୍କୁ କଥା କିଏ ପଚାରେ। ଏ ଘଟଣା ଆମ ସରକାରଙ୍କ ବଡ଼ ବଡିଆଙ୍କ ପାଇଁ କିଛି ନୂଆ କଥା ନୁହେଁ। ହେଲେ ବେଳେ ବେଳେ ତାଗିଦ୍ ଆସିଲେ ସବୁ କିଛି ଠିକ୍ ହୋଇଯାଏ। ତାପରେ ପୁଣି ସେଇ କଥା। ବାବୁମାନେ ସରକାରୀ ଗାଡି ପାଇ ବି ଅଫିସ ଠିକ୍ ସମୟରେ ପହଞ୍ଚି ପାରୁନାହାଁନ୍ତି।

ଯାହାହେଉ ବିଳମ୍ବରେ ରାଜ୍ୟ ଉଚ୍ଚଶିକ୍ଷା ବିଭାଗର ବାବୁ ମାନଙ୍କୁ ଏ ନେଇ ତାଗିଦ୍ କରିଛନ୍ତି ବିଭାଗୀୟ ସଚିବ। ବିଳମ୍ବରେ ଅଫିସ ଆସିଲେ ସରକାରୀ ଗାଡି ପ୍ରତ୍ୟାହାର ହେବ। ବିଭାଗୀୟ ଅଧିକାରୀଙ୍କୁ ସରକାରୀ ଗାଡି ଯୋଗାଇ ଦିଆଯାଉଛି। ଏହାସତ୍ୱେ ଅଧିକାରୀମାନେ ସକାଳ ୧୦ଟାରେ ପହଂଚି ପାରୁ ନାହାନ୍ତି. ବିଳମ୍ବରେ କାର୍ଯ୍ୟାଳୟକୁ ଆସୁଛନ୍ତି ।

ତେଣୁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ କଡା ଆଭିମୁଖ୍ୟ ଗ୍ରହଣ କରାଯାଇଛି। ବିଭାଗୀୟ ଅଧିକାରୀଙ୍କୁ ଠିକ ସମୟରେ ଅଫିସ ଆସିବାକୁ ନିର୍ଦ୍ଦେଶ ଦେଇଛନ୍ତି ଉଚ୍ଚ ଶିକ୍ଷା ସଚିବ । ସଚିବଙ୍କ ଏହି ନିର୍ଦ୍ଦେଶନାମା ଅଗଷ୍ଟ ପହିଲାରୁ ଲାଗୁହେବ । ଯଦି ଅଧିକାରୀମାନେ ବିଳମ୍ବରେ କାର୍ଯ୍ୟାଳୟକୁ ଆସନ୍ତି, ତେବେ ସେମାନଙ୍କ ଠାରୁ ଗାଡି ପ୍ରତ୍ୟାହାର କରିନିଆଯିବ ।

Related posts