‘ପାଇଲଟଙ୍କ ଜାତକରେ ନାହିଁ ମୁଖ୍ୟମନ୍ତ୍ରୀ ପଦ, ଗେହଲଟ ହିଁ ରହିବେ ମୁଖ୍ୟମନ୍ତ୍ରୀ’

Published: Jul 14, 2020, 3:37 pm IST

ଜୟପୁର, ମଧ୍ୟ ପ୍ରଦେଶ ଭଳି ଠିକ୍ ରାଜସ୍ଥାନରେ ଯେଉଁଭଳି ଭାବେ ରାଜନୈତିକ ହଟଚମଟ ସୃଷ୍ଟି ହୋଇଥିଲା ଯାହାର କେନ୍ଦ୍ର ବିନ୍ଦୁ ସାଜିଥିଲେ ଉପ ମୁଖ୍ୟମନ୍ତ୍ରୀ ସଚିନ ପାଇଲଟ। ସମସ୍ତେ ଭାବୁଥିଲେ କିଛି ନା କିଛି ରାଜନୈତିକ ଓଲଟପାଲଟ ହେବ। କିନ୍ତୁ କିଏ ଜାଣିଥିଲା ଯେ, ପାଇଲଟଙ୍କ ଜାତକରେ ନାହିଁ ମୁଖ୍ୟମନ୍ତ୍ରୀ ହେବାର ସୌଭାଗ୍ୟ। ଏକଥା ଆମେ କହୁନାହୁଁ, ଏହା କହିଛନ୍ତି ରାଜସ୍ଥାନ ଯୋଧପୁରର ଜଣେ ଜଣାଶୁଣା ଜ୍ୟୋତିଷକାର ନଟବରଲାଲ ପୁରୋହିତ।

ଜ୍ୟୋତିଷକାରଙ୍କ ଗଣନା କହିଛି ଅଶୋକ ଗେହଲଟ୍ ହିଁ ରାଜ୍ୟର ମୁଖ୍ୟମନ୍ତ୍ରୀ ପଦରେ ରହିବେ। ସେ କହିଛନ୍ତି ଗେହଲଟଙ୍କ ଜାତକରେ ବର୍ତ୍ତମାନର ସମୟ ବହୁତ ଭଲ ରହିଛି ଓ ତାଙ୍କର ରାଜପକ୍ଷ ଯୋଗ ରହିଛି। ଯାହା ଫଳରେ ତାଙ୍କୁ କେହି ବି ମୁଖ୍ୟମନ୍ତ୍ରୀ ପଦରୁ ହଟାଇ ପାରିବେ ନାହିଁ।

ଅନ୍ୟପକ୍ଷରେ ପାଇଲଟଙ୍କ ଜାତକରେ ସୂର୍ଯ୍ୟ ଓ ଶନିଙ୍କ ପ୍ରଭାବ ରହିଛି ଯାହା କି ତାଙ୍କୁ ମୁଖ୍ୟମନ୍ତ୍ରୀ ଆସନରୁ ଦୂରେଇ ରଖୁଛି। ସେ କେବେ ବି ମୁଖ୍ୟମନ୍ତ୍ରୀ ହୋଇ ପାରିବେ ନାହିଁ ବୋଲି ନଟବରଲାଲ ଭବିଷ୍ୟବାଣୀ ଶୁଣାଇଛନ୍ତି। ସେ ଆହୁରି ବି ଭବିଷ୍ୟବାଣୀ ଶୁଣାଇ କହିଛନ୍ତି ଯେ, ପାଇଲଟ କଂଗ୍ରେସ ଛାଡିବେ ନାହିଁ। ଏପଟେ କିନ୍ତୁ ଗେହଲଟ ସରକାର ପାଇଁ ସମସ୍ୟା ଲାଗି ରହିବ ବୋଲି ଜ୍ୟୋତିଷକାର କହିଛନ୍ତି।

Related posts