Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଜୁଲାଇ ୩୧ ଯାଏଁ  ଜିଲ୍ଲାର କାର୍ଯ୍ୟାଳୟକୁ ଜନସାଧାରଣଙ୍କ ପ୍ରବେଶ ଉପରେ କଟକଣା
ଆଜିର ଖବର

ଜୁଲାଇ ୩୧ ଯାଏଁ  ଜିଲ୍ଲାର କାର୍ଯ୍ୟାଳୟକୁ ଜନସାଧାରଣଙ୍କ ପ୍ରବେଶ ଉପରେ କଟକଣା

July 14, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଜଗତସିଂହପୁର, କରୋନା ଭୂତାଣୁ କୋଭିଡ୍‌-୧୯ ର ଦ୍ରୁତ ସଂକ୍ରମଣକୁ ଦୃଷ୍ଟିରେ ରଖି ଜଗତସିଂହପୁର ଜିଲ୍ଲାପାଳ ଶ୍ରୀ ସଂଗ୍ରାମ କେଶରୀ ମହାପାତ୍ର ଜିଲ୍ଲାର ସମସ୍ତ ସରକାରୀ କାର୍ଯ୍ୟାଳୟରେ ଜନସାଧାରଣଙ୍କ ପ୍ରବେଶ ଉପରେ କଟକଣା ଜାରି କରିଛନ୍ତି । ଏହି କଟକଣା ଜୁଲାଇ ୩୧ ତାରିଖ ପର୍ଯନ୍ତ ବଳବତ୍ତର ରହିବ। ଏହି ସମୟ ମଧ୍ୟରେ ଜନସାଧାରଣ ସେମାନଙ୍କର ଆପତ୍ତି ଅଭିଯୋଗ ଓ ସମସ୍ୟା ଗୁଡିକୁ ଇ-ଅଭିଯୋଗ ପୋର୍ଟାଲ https://janasahajogajspur.org କିମ୍ବା ସୋସିଆଲ୍ ମିଡିଆ ଅଥବା ସଂପୃକ୍ତ ଅଧିକାରୀ ଓ କର୍ମଚାରୀଙ୍କ ହ୍ୱାଟସ୍‌ଅପ୍ ମାଧ୍ୟମରେ ଜଣାଇଲେ ଏହାର ତୁରନ୍ତ ସମାଧାନ କରାଯିବ । ସଂପୃକ୍ତ କାର୍ଯ୍ୟାଳୟର ପ୍ରବେଶ ପଥରେ ଡ୍ରପ୍ ବାକ୍ସ ମାଧ୍ୟମରେ ମଧ୍ୟ ସେମାନଙ୍କର ଆପତ୍ତି ଅଭିଯୋଗ ଓ ସମସ୍ୟା ସଂପର୍କରେ ଜଣାଇବାକୁ ଜିଲ୍ଲାପାଳ ନିବେଦନ କରିଛନ୍ତି । ଏହି ବ୍ୟବସ୍ଥା ଜନସାଧାରଣ ଓ ସଂପୃକ୍ତ କାର୍ଯ୍ୟାଳୟର ଅଧିକାରୀ ଓ କର୍ମଚାରୀଙ୍କ ସୁରକ୍ଷା ଦୃଷ୍ଟିରୁ ଅତ୍ୟାବଶ୍ୟକ ଅଟେ । ଜିଲ୍ଲାର ବୁଦ୍ଧିଜୀବୀ, ଜନସାଧାରଣ, ସମାଜର ସମସ୍ତ ବର୍ଗର ଲୋକମାନେ ଜିଲ୍ଲା ପ୍ରଶାସନକୁ ଏ ଦିଗରେ ସହଯୋଗ କରିବାକୁ ଜିଲ୍ଲାପାଳ ଅନୁରୋଧ କରିଛନ୍ତି । ସେହିପରି ଜାତୀୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ,ସ୍ୱରାଷ୍ଟ୍ର ମନ୍ତ୍ରାଳୟ, ଭାରତ ସରକାର ଏବଂ ରାଜ୍ୟ ସ୍ୱତନ୍ତ୍ର ରିଲିଫ୍ କମିଶନର, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗଙ୍କ ନିର୍ଦ୍ଦେଶ ମୁତାବକ ଏବଂ ସାରା ବିଶ୍ୱରେ କରୋନା ମହାମାରୀର ଦ୍ରୁତ ସଂକ୍ରମଣକୁ ଦୃଷ୍ଟିରେ ରଖି ଜଗତସିଂହପୁର ଜିଲ୍ଲାପାଳ ଶ୍ରୀ ସଂଗ୍ରାମ କେଶରୀ ମହାପାତ୍ର ରାଜ୍ୟର ବିଭିନ୍ନ ହଟସ୍ପଟ ଅଂଚଳରୁ ଜିଲ୍ଲାକୁ ଅନାବଶ୍ୟକ ଯିବା ଆସିବା ଉପରେ କଟକଣା ଜାରି କରିଛନ୍ତି । ଜନସାଧାରଣଙ୍କ ସ୍ୱାର୍ଥ ଏବଂ କୋଭିଡ୍‌-୧୯ ର ଦ୍ରୁତ ସଂକ୍ରମଣ କୁ ଦୃଷ୍ଠିରେ ରଖି ଏହି କଟକଣା ଜାରି କରାଯାଇଛି । ଜୁଲାଇ ୧ ତାରିଖ ଠାରୁ ଜୁଲାଇ ୩୧ ପର୍ଯ୍ୟନ୍ତ ଏହି କଟକଣା ବଳବତ୍ତର ରହିବ । ଅନାବଶ୍ୟକ ଭାବେ ହଟସ୍ପଟ ଅଂଚଳରୁ ଜଗତସିଂହପୁର ଜିଲ୍ଲାକୁ ଚଳ ପ୍ରଚଳ ଉପରେ କଟକଣା ଜାରି କରାଯାଇଛି । ସମସ୍ତ ଅତ୍ୟାବଶ୍ୟକ,ଅନୁମତି ପ୍ରାପ୍ତ ,ଜରୁରୀ ଚିକିତ୍ସା କ୍ଷେତ୍ରରେ ଏହି କଟକଣା ଲାଗୁ ହେବ ନାହିଁ । କୈାଣସି ବ୍ୟକ୍ତି ବିନା ଅନୁମତିରେ ପ୍ରତିଦିନ ହଟସ୍ପଟ ଅଂଚଳରୁ ଜିଲ୍ଲା ଯିବା ଆସିବା ନକରିବା ନିମନ୍ତେ ନିର୍ଦ୍ଦେଶ ଦିଆଯାଇଛି । କୈାଣସି ଅଧିକାରୀ/କର୍ମଚାରୀ ଅନ୍ୟ ଜିଲ୍ଲାରୁ ଜଗତସିଂହପୁର ଜିଲ୍ଲାକୁ ଯିବା ଆସିବା କରିପାରିବେ ନାହିଁ । ସମସ୍ତ ବୋଝେଇ ହୋଇଥିବା କିମ୍ବା ଖାଲିଥିବା ମାଲବାହୀ ଗାଡି ଜିଲ୍ଲାକୁ ଯିବା ଆସିବା ଉପରେ କଟକଣା ରହିବ ନାହିଁ । ଅଣ ଅତ୍ୟାବଶ୍ୟକ ଯିବା ଆସିବା ପାଇଁ ସଂପୃକ୍ତ ଅଂଚଳର ତହସିଲଦାରଙ୍କ ଠାରୁ ଅନୁମତି ପତ୍ର ନେବାକୁ ପଡିବ ।

ଜଗତସିଂହପୁର ଜଗତସିଂହପୁର ଜିଲ୍ଲାପାଳ
Share. Facebook Twitter LinkedIn Email WhatsApp Copy Link

Related Posts

କୋରାପୁଟ ସ୍ଥିତ ସୀମା ସୁରକ୍ଷା ବଳର ହୀରକ ଜୟନ୍ତୀ ପାଳିତ

March 31, 2026

ହୋଟେଲ ଲାଇଫ୍ ଠାରେ ‘ବ୍ୟାମ୍ବୁ ଫରୱାର୍ଡ ସମିଟ୍- ଫ୍ରମ୍ ଗ୍ରାଉଣ୍ଡ ଟୁ ଗ୍ରୋଥ୍’ ଅନୁଷ୍ଠିତ

March 31, 2026

ଗତି ଶକ୍ତି ବିଶ୍ୱବିଦ୍ୟାଳୟ ଏବଂ ଡିଜିସିଏ ମଧ୍ୟରେ ରାଜିନାମା ସ୍ବାକ୍ଷରିତ

March 31, 2026

ଆଜି ମାର୍ଚ୍ଚ ୩୧ ତାରିଖ ମଙ୍ଗଳବାରରେ ଏହି ଆଠଟି ରାଶିର ବ୍ୟକ୍ତିମାନେ ରୁହନ୍ତୁ ସାବଧାନ

March 31, 2026
Latest News

କୋରାପୁଟ ସ୍ଥିତ ସୀମା ସୁରକ୍ଷା ବଳର ହୀରକ ଜୟନ୍ତୀ ପାଳିତ

March 31, 2026

ହୋଟେଲ ଲାଇଫ୍ ଠାରେ ‘ବ୍ୟାମ୍ବୁ ଫରୱାର୍ଡ ସମିଟ୍- ଫ୍ରମ୍ ଗ୍ରାଉଣ୍ଡ ଟୁ ଗ୍ରୋଥ୍’ ଅନୁଷ୍ଠିତ

March 31, 2026

ଗତି ଶକ୍ତି ବିଶ୍ୱବିଦ୍ୟାଳୟ ଏବଂ ଡିଜିସିଏ ମଧ୍ୟରେ ରାଜିନାମା ସ୍ବାକ୍ଷରିତ

March 31, 2026

ଜନଗଣନା-୨୦୨୭: ଦୁଇ ପର୍ଯ୍ୟାୟରେ ହେବ ଭାରତର ବୃହତ୍ତମ ଜନଗଣନା, ଏପ୍ରିଲ ୧ ରୁ ପ୍ରଥମ ପର୍ଯ୍ୟାୟ

March 31, 2026

ଆଜି ମାର୍ଚ୍ଚ ୩୧ ତାରିଖ ମଙ୍ଗଳବାରରେ ଏହି ଆଠଟି ରାଶିର ବ୍ୟକ୍ତିମାନେ ରୁହନ୍ତୁ ସାବଧାନ

March 31, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.