Categories
ଆଜିର ଖବର ରାଜ୍ୟ ଖବର

ବଦଳିଲେ ଖୋର୍ଦ୍ଧା ଜିଲ୍ଲାପାଳ, ନୂତନ ଭାବେ ଦାୟିତ୍ଵ ନେବେ ସଂଗ୍ରାମ କେଶରୀ ମହାପାତ୍ର

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲାର ନୂତନ ଜିଲ୍ଲାପାଳ ଭାବେ ସଂଗ୍ରାମ କେଶରୀ ମହାପାତ୍ରଙ୍କ ଆଜି ବଦଳି ହୋଇଛି। ସଂଗ୍ରାମ କେଶରୀ ମହାପାତ୍ର ବର୍ତ୍ତମାନ ଜଗତସିଂହପୁର ଜିଲ୍ଲାରେ ଜିଲ୍ଲାପାଳ ଭାବେ କାର୍ଯ୍ୟ କରୁଛନ୍ତି। ଜଗତସିଂହପୁର ଜିଲ୍ଲାରେ କୋଭିଡ ସଂକ୍ରମଣଙ୍କୁ ରୋକିବାରେ ସଂଗ୍ରାମ କେଶରୀ ମହାପାତ୍ର ଦକ୍ଷତାର ସହ କାର୍ଯ୍ୟ କରିଛନ୍ତି।

ତେବେ ଖୋର୍ଦ୍ଧା ଜିଲ୍ଲାପାଳ ସନତ କୁମାର ମହାନ୍ତିଙ୍କୁ ଟିଇ ଏବଂ ଏସସିଇଆରଟିର ନିର୍ଦ୍ଦେଶକ ଭାବେ ନିଯୁକ୍ତି ଦିଆଯାଇଛି। ସେହିଭଳି ପୂର୍ତ୍ତ ବିଭାଗ ଡେପୁଟି ସେକ୍ରେଟାରୀ ଆଇଏଏସ ଅଧିକାରୀ ପାରୁଲ ପଟୱାରୀ ଜଗତସିଂହପୁର ଜିଲ୍ଲାପାଳ ଭାବେ ଦାଇତ୍ୱ ଗ୍ରହଣ କରିବେ।

Categories
ଆଜିର ଖବର ରାଜ୍ୟ ଖବର

ଉପନିର୍ବାଚନ ପୂର୍ବରୁ ବଦଳିଲେ ଜଗତସିଂହପୁର ଜିଲ୍ଲାପାଳ, ନିଯୁକ୍ତ ହେଲେ ନୂଆ ଅଧିକାରୀ

ଭୁବନେଶ୍ବର, ଜଗତସିଂହପୁର ଜିଲ୍ଲାର ତିର୍ତ୍ତୋଲ ଉପନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇ ସାରିଛି। ହେଲେ ହଠାତ୍ ତା ପୂର୍ବରୁ ରାଜ୍ୟ ସରକାର ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ରଙ୍କୁ ବଦଳି କରି ଦେଇଛନ୍ତି। ରାଜ୍ୟ ସରକାରଙ୍କ ତରଫରୁ ଏ ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ତେବେ ତାଙ୍କ ସ୍ଥାନରେ ଜିଲ୍ଲାପାଳ ଭାବେ ସରୋଜ କୁମାର ମିଶ୍ରଙ୍କୁ ନିଯୁକ୍ତ ଦିଆଯାଇଛି। ସରୋଜ ବର୍ତ୍ତମାନ ଗୃହ ବିଭାଗର ଅତିରିକ୍ତ ସଚିବ ଭାବେ କାର୍ଯ୍ୟ କରୁଛନ୍ତି। ସେହିପରି ସଂଗ୍ରାମଙ୍କୁ ସାଧାରଣ ପ୍ରଶାସନ ବିଭାଗର ଓଏସଡି ଭାବେ ବଦଳି କରାଯାଇଛି।

Categories
ଆଜିର ଖବର ଆଞ୍ଚଳିକ

ଜଗତସିଂହପୁର ଜିଲ୍ଲାପାଳଙ୍କ ଦ୍ବାରା ସମ୍ବର୍ଦ୍ଧିତ ହେଲେ ପ୍ଲାଜମା ଦାନ କରିଥିବା ବ୍ୟକ୍ତି

ରମେଶ ମହାନ୍ତି

ଜଗତସିଂହପୁର :କରୋନା ରୋଗରୁ ଆରୋଗ୍ୟ ହୋଇ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡ଼ିକାଲରେ ପ୍ଲାଜମା ଦାନ କରିଥିବା ୪ଜଣ ବ୍ୟକ୍ତିଙ୍କୁ ରବିବାର ଦିନ ସଂନ୍ଧ୍ୟାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠ ଠାରେ ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ପୁଷ୍ପଗୁଚ୍ଛ ଓ ପ୍ରମାଣପତ୍ର ଦେଇ ସମ୍ବର୍ଦ୍ଧିତ କରିଥିଲେ। ସେମାନଙ୍କ ମଧ୍ୟରୁ ପାରାଦ୍ବୀପ ଅଭୟଚାନ୍ଦପୁର ଥାନାର ପୋଲିସ୍ ସବ-ଇନସପେକ୍ଟର ରଘୁନାଥ ବେହେରା ପ୍ଲାଜମା ଦାନକରି ଜିଲ୍ଲାପାଳଙ୍କ ଦ୍ବାରା ସମ୍ବର୍ଦ୍ଧିତ ହୋଇଥିଲେ। କରୋନା ରୋଗରୁ ଆରୋଗ୍ୟ ହୋଇଥିବା ବ୍ୟକ୍ତିଙ୍କ ପ୍ଲାଜମା ଦାନ ଦ୍ୱାରା ଗୁରୁତର କରୋନା ରୋଗୀ ସୁସ୍ଥ ହୋଇପାରୁଛନ୍ତି। ପ୍ଲାଜମା ଦାନ କରୁଥିବା କରୋନା ଆରୋଗ୍ୟ ବ୍ୟକ୍ତିଙ୍କୁ ଏସ୍.ସି.ବି ମେଡ଼ିକାଲ ଯିବା ଆସିବା ଓ ଅନ୍ୟାନ୍ୟ ଖର୍ଚ୍ଚ ଜିଲ୍ଲା ପ୍ରଶାସନ ପକ୍ଷରୁ ବହନ କରାଯାଉଛି।

ଆଜି ପର୍ଯ୍ୟନ୍ତ ଜଗତସିଂହପୁର ଜିଲ୍ଲାରୁ ୧୭ଜଣ କରୋନା ଆରୋଗ୍ୟ ବ୍ୟକ୍ତି ପ୍ଲାଜମା ଦାନ କରିଛନ୍ତି। ଉତ୍ସାହୀ କରୋନା ଆରୋଗ୍ୟ ବ୍ୟକ୍ତି ପ୍ଲାଜମା ଦାନକରି ଗୁରୁତର କରୋନା ରୋଗୀଙ୍କ ଜୀବନ ରକ୍ଷା କରୁଥିବାରୁ ଜିଲ୍ଲାପାଳ ଏହି ମହତ କାର୍ଯ୍ୟର ପ୍ରସଂଶା କରିଛନ୍ତି। ଏହି ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ଜିଲ୍ଲାପାଳଙ୍କ ଓ.ଏସ୍.ଡି ଡା. ଶଶାଙ୍କ ଶେଖର ଲେଙ୍କା ଓ ଶିଶୁ ସୁରକ୍ଷା ଅଧିକାରୀ ଉଦୟନାଥ ସ୍ୱାଇଁ ଉପସ୍ଥିତ ଥିଲେ।

Categories
ଆଞ୍ଚଳିକ

ଜଗତସିଂହପୁର ଜିଲ୍ଲାର ବନ୍ୟା କ୍ଷତିଗ୍ରସ୍ତ ଅଞ୍ଚଳ ପରିଦର୍ଶନ ସହ ରିଲିଫ୍ ଓ ଉଦ୍ଧାର କାର୍ଯ୍ୟ ତଦାରଖ କଲେ ଜିଲ୍ଲାପାଳ

ରମେଶ ମହାନ୍ତି

ଜଗତସିଂହପୁର: ଜଗତସିଂହପୁର ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ଆଜି ପୂର୍ବାହ୍ନରେ ତିର୍ତ୍ତୋଲ ଓ କୁଜଙ୍ଗ ବ୍ଲକର ବନ୍ୟା କ୍ଷତିଗ୍ରସ୍ତ ଅଞ୍ଚଳ ପରିଦର୍ଶନ କରି ରିଲିଫ୍ ଓ ଉଦ୍ଧାର କାର୍ଯ୍ୟ ତଦାରଖ କରିଛନ୍ତି। ବନ୍ୟା ଆଶ୍ରୟସ୍ଥଳୀରେ ରହିଥିବା ଲୋକ ମାନଙ୍କୁ କୋଭିଡ୍ ମାର୍ଗଦର୍ଶିକା ଅନୁଯାୟୀ ମାସ୍କ୍ ବ୍ୟବହାର ଓ ସାମାଜିକ ଦୂରତ୍ୱ ବଜାୟ ରଖିବାକୁ ପରାମର୍ଶ ଦେଇଥିଲେ।ଏଥିସହିତ ସ୍ଥାନାନ୍ତରିତ ଲୋକମାନଙ୍କୁ ଜିଲ୍ଲାପାଳ ମାସ୍କ୍ ବଣ୍ଟନ କରିବା ସହ ବନ୍ୟା କ୍ଷତିଗ୍ରସ୍ତ ଲୋକମାନଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ କରିଥିଲେ। କ୍ଷତିଗ୍ରସ୍ତ ଅଞ୍ଚଳର ଗୋରୁ ଗାଈଙ୍କ ପାଇଁ ଗୋଖାଦ୍ୟ ବଣ୍ଟନର ତଦାରଖ କରିବା ସହ ନିଜେ ବଣ୍ଟନ କରିଥିଲେ।

ତିର୍ତ୍ତୋଲ ବ୍ଲକର ଗୋପିଆକୁଦ ଗ୍ରାମ୍ୟ ଉନ୍ନୟନ ବିଭାଗର ରେଷ୍ଟସେଡରେ ଆଶ୍ରୟ ନେଇଥିବା ଲୋକମାନଙ୍କୁ ଶୁଖିଲା ଖାଦ୍ୟ, ପଶୁଖାଦ୍ୟ ଓ ମାସ୍କ୍ ବଣ୍ଟନ କରିଥିଲେ। ଏଥିସହିତ ଜିଲ୍ଲାପାଳ ଦୁର୍ବଳ ନଦୀବନ୍ଧ ଅଞ୍ଚଳ ପରିଦର୍ଶନ କରି ମଣିଜଙ୍ଗା ଜଳସମ୍ପଦ ବିଭାଗ ଯନ୍ତ୍ରୀଙ୍କୁ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ସେହିପରି କୁଜଙ୍ଗ ବ୍ଲକର ଜିଲ୍ଲାନାସୀ ଓ ହରିପୁର ଗାଁ ପରିଦର୍ଶନ କରି ଲୋକମାନଙ୍କୁ ଭେଟି ସେମାନଙ୍କର ସମସ୍ୟା ପଚାରି ବୁଝିବା ସହ ଗୋଖାଦ୍ୟ ବଣ୍ଟନର ତଦାରଖ କରିଥିଲେ।

ମହାନଦୀ ଅବବାହିକାର ତାରପୁର ଓ ତାର୍ତ୍ତୋଲ ଠାରେ ଜଳପତ୍ତନ ବୃଦ୍ଧି ପାଇ ବିପଦ ସଙ୍କେତ ଉପରେ ଜଳ ପ୍ରବାହିତ ହେଉଛି। ମଧ୍ୟାହ୍ନ ୧୨ଟା ସୁଦ୍ଧା ତାରପୁର ଠାରେ ଜଳପତ୍ତନ ୧୧.୦୨ ମିଟର ଓ ତିର୍ତ୍ତୋଲ ଠାରେ ୫.୨୩ ମିଟରରେ ପ୍ରବାହିତ ହେଉଛି। ସେହିପରି ପାଇକା ନଦୀର ଜଳପତ୍ତନ ଶଙ୍ଖେଶ୍ୱର ଠାରେ ୨୬.୫୦ ଫୁଟ୍ ବିପଦ ସଙ୍କେତ ଉପରେ ଜଳ ପ୍ରବାହିତ ହେଉଛି। ଦେବୀ ନଦୀର ଦଳେଇଘାଇ ଠାରେ ବିପଦ ସଙ୍କେତ ଉପରେ ୫୭.୧୦ ଫୁଟ୍ ରେ ଜଳ ପ୍ରବାହିତ ହେଉଥିବା ବେଳେ ଆଳିପିଙ୍ଗଳ ଠାରେ ୧୧.୧୬ ମିଟର ଏବଂ ମାଛଗାଁ ଠାରେ ୧୪.୪୦ ଫୁଟ୍ ଜଳ ପ୍ରବାହିତ ହେଉଛି। ଶଙ୍ଖାରିସାହୀ ଠାରେ ୧୬.୩୨ ମିଟର ବିରବରପାଟଣା ଠାରେ ୧୪.୮୫ ମିଟର ଜଳ ପ୍ରବାହିତ ହେଉଥିବା ଜିଲ୍ଲା ଜରୁରୀ ବିଭାଗ ସୂଚନା ଦେଇଛନ୍ତି। ନଦୀବନ୍ଧ ଉପରେ ସତର୍କ ଦୃଷ୍ଟି ରଖିବାକୁ ରାତ୍ରୀ କାଳୀନ ପେଟ୍ରୋଲିଂ ପାଇଁ ଅଧିକାରୀ ମାନଙ୍କୁ ପ୍ରଶାସନ ପକ୍ଷରୁ ନିୟୋଜିତ କରାଯାଇଛି। କୁଜଙ୍ଗ ବ୍ଲକ୍ ୯ଟି ପଞ୍ଚାୟତର ୨୪ଟି ଗାଁ ଜଳମଗ୍ନ ହୋଇଥିବା ବେଳେ ୨୦.୨୩୮ ଲୋକ ପ୍ରଭାବିତ ହୋଇଛନ୍ତି।

କୁଜଙ୍ଗ ବ୍ଲକର ୨ଟି ଆଶ୍ରୟ ସ୍ଥଳୀରେ ୧୫୦ ଲୋକ ସ୍ଥାନାନ୍ତରିତ ହୋଇଛନ୍ତି। ସେମାନଙ୍କୁ ବ୍ଲକ୍ ପ୍ରଶାସନ ପକ୍ଷରୁ ଶୁଖିଲା ଓ ରନ୍ଧାଖାଦ୍ୟ ପ୍ରଦାନ କରାଯାଉଛି। ସେହିପରି ତିର୍ତ୍ତୋଲ ବ୍ଳକ ୫ଟି ପଞ୍ଚାୟତର ୫ଟି ଗାଁ ବନ୍ୟାଜନିତ ପ୍ରଭାବିତ ହୋଇଥିବା ବେଳେ ୪୧୨ଜଣ ଲୋକଙ୍କୁ ଆଶ୍ରୟ ସ୍ଥଳୀକୁ ସ୍ଥାନାନ୍ତରିତ କରାଯାଇଛି। ୪ଟି ସେଣ୍ଟରରେ ମାଗଣା ରନ୍ଧାଖାଦ୍ୟ ପ୍ରଦାନ କରାଯିବା ସହ ୧୨୩ କେଜି ଚୂଡା ଓ ୪୨ କେଜି ଗୁଡ ପ୍ରଦାନ କରାଯାଇଛି। ଜିଲ୍ଲାପାଳଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ରିଲିଫ୍ ଓ ଉଦ୍ଧାର କାର୍ଯ୍ୟ ତ୍ବରାନ୍ବିତ ହେଉଛି। ଏଥିରେ ଜିଲ୍ଲାପାଳଙ୍କ ସହିତ ଜଳସମ୍ପଦ ନିର୍ବାହୀ ଯନ୍ତ୍ରୀ, ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ଡଃ ରମେଶ ଚନ୍ଦ୍ର ବେହେରା, ଅତିରିକ୍ତ ଚିକିତ୍ସା ଅଧିକାରୀ ବସନ୍ତ ବାରିକ, ବିଡିଓ ଏବଂ ତହସିଲଦାର ପ୍ରମୁଖ କ୍ଷତିଗ୍ରସ୍ତ ଅଞ୍ଚଳ ପରିଦର୍ଶନ କରିଥିଲେ।

Categories
ଆଜିର ଖବର ଆଞ୍ଚଳିକ

ଜୁଲାଇ ୩୧ ଯାଏଁ  ଜିଲ୍ଲାର କାର୍ଯ୍ୟାଳୟକୁ ଜନସାଧାରଣଙ୍କ ପ୍ରବେଶ ଉପରେ କଟକଣା

ଜଗତସିଂହପୁର, କରୋନା ଭୂତାଣୁ କୋଭିଡ୍‌-୧୯ ର ଦ୍ରୁତ ସଂକ୍ରମଣକୁ ଦୃଷ୍ଟିରେ ରଖି ଜଗତସିଂହପୁର ଜିଲ୍ଲାପାଳ ଶ୍ରୀ ସଂଗ୍ରାମ କେଶରୀ ମହାପାତ୍ର ଜିଲ୍ଲାର ସମସ୍ତ ସରକାରୀ କାର୍ଯ୍ୟାଳୟରେ ଜନସାଧାରଣଙ୍କ ପ୍ରବେଶ ଉପରେ କଟକଣା ଜାରି କରିଛନ୍ତି । ଏହି କଟକଣା ଜୁଲାଇ ୩୧ ତାରିଖ ପର୍ଯନ୍ତ ବଳବତ୍ତର ରହିବ। ଏହି ସମୟ ମଧ୍ୟରେ ଜନସାଧାରଣ ସେମାନଙ୍କର ଆପତ୍ତି ଅଭିଯୋଗ ଓ ସମସ୍ୟା ଗୁଡିକୁ ଇ-ଅଭିଯୋଗ ପୋର୍ଟାଲ https://janasahajogajspur.org କିମ୍ବା ସୋସିଆଲ୍ ମିଡିଆ ଅଥବା ସଂପୃକ୍ତ ଅଧିକାରୀ ଓ କର୍ମଚାରୀଙ୍କ ହ୍ୱାଟସ୍‌ଅପ୍ ମାଧ୍ୟମରେ ଜଣାଇଲେ ଏହାର ତୁରନ୍ତ ସମାଧାନ କରାଯିବ । ସଂପୃକ୍ତ କାର୍ଯ୍ୟାଳୟର ପ୍ରବେଶ ପଥରେ ଡ୍ରପ୍ ବାକ୍ସ ମାଧ୍ୟମରେ ମଧ୍ୟ ସେମାନଙ୍କର ଆପତ୍ତି ଅଭିଯୋଗ ଓ ସମସ୍ୟା ସଂପର୍କରେ ଜଣାଇବାକୁ ଜିଲ୍ଲାପାଳ ନିବେଦନ କରିଛନ୍ତି । ଏହି ବ୍ୟବସ୍ଥା ଜନସାଧାରଣ ଓ ସଂପୃକ୍ତ କାର୍ଯ୍ୟାଳୟର ଅଧିକାରୀ ଓ କର୍ମଚାରୀଙ୍କ ସୁରକ୍ଷା ଦୃଷ୍ଟିରୁ ଅତ୍ୟାବଶ୍ୟକ ଅଟେ । ଜିଲ୍ଲାର ବୁଦ୍ଧିଜୀବୀ, ଜନସାଧାରଣ, ସମାଜର ସମସ୍ତ ବର୍ଗର ଲୋକମାନେ ଜିଲ୍ଲା ପ୍ରଶାସନକୁ ଏ ଦିଗରେ ସହଯୋଗ କରିବାକୁ ଜିଲ୍ଲାପାଳ ଅନୁରୋଧ କରିଛନ୍ତି । ସେହିପରି ଜାତୀୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ,ସ୍ୱରାଷ୍ଟ୍ର ମନ୍ତ୍ରାଳୟ, ଭାରତ ସରକାର ଏବଂ ରାଜ୍ୟ ସ୍ୱତନ୍ତ୍ର ରିଲିଫ୍ କମିଶନର, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗଙ୍କ ନିର୍ଦ୍ଦେଶ ମୁତାବକ ଏବଂ ସାରା ବିଶ୍ୱରେ କରୋନା ମହାମାରୀର ଦ୍ରୁତ ସଂକ୍ରମଣକୁ ଦୃଷ୍ଟିରେ ରଖି ଜଗତସିଂହପୁର ଜିଲ୍ଲାପାଳ ଶ୍ରୀ ସଂଗ୍ରାମ କେଶରୀ ମହାପାତ୍ର ରାଜ୍ୟର ବିଭିନ୍ନ ହଟସ୍ପଟ ଅଂଚଳରୁ ଜିଲ୍ଲାକୁ ଅନାବଶ୍ୟକ ଯିବା ଆସିବା ଉପରେ କଟକଣା ଜାରି କରିଛନ୍ତି । ଜନସାଧାରଣଙ୍କ ସ୍ୱାର୍ଥ ଏବଂ କୋଭିଡ୍‌-୧୯ ର ଦ୍ରୁତ ସଂକ୍ରମଣ କୁ ଦୃଷ୍ଠିରେ ରଖି ଏହି କଟକଣା ଜାରି କରାଯାଇଛି । ଜୁଲାଇ ୧ ତାରିଖ ଠାରୁ ଜୁଲାଇ ୩୧ ପର୍ଯ୍ୟନ୍ତ ଏହି କଟକଣା ବଳବତ୍ତର ରହିବ । ଅନାବଶ୍ୟକ ଭାବେ ହଟସ୍ପଟ ଅଂଚଳରୁ ଜଗତସିଂହପୁର ଜିଲ୍ଲାକୁ ଚଳ ପ୍ରଚଳ ଉପରେ କଟକଣା ଜାରି କରାଯାଇଛି । ସମସ୍ତ ଅତ୍ୟାବଶ୍ୟକ,ଅନୁମତି ପ୍ରାପ୍ତ ,ଜରୁରୀ ଚିକିତ୍ସା କ୍ଷେତ୍ରରେ ଏହି କଟକଣା ଲାଗୁ ହେବ ନାହିଁ । କୈାଣସି ବ୍ୟକ୍ତି ବିନା ଅନୁମତିରେ ପ୍ରତିଦିନ ହଟସ୍ପଟ ଅଂଚଳରୁ ଜିଲ୍ଲା ଯିବା ଆସିବା ନକରିବା ନିମନ୍ତେ ନିର୍ଦ୍ଦେଶ ଦିଆଯାଇଛି । କୈାଣସି ଅଧିକାରୀ/କର୍ମଚାରୀ ଅନ୍ୟ ଜିଲ୍ଲାରୁ ଜଗତସିଂହପୁର ଜିଲ୍ଲାକୁ ଯିବା ଆସିବା କରିପାରିବେ ନାହିଁ । ସମସ୍ତ ବୋଝେଇ ହୋଇଥିବା କିମ୍ବା ଖାଲିଥିବା ମାଲବାହୀ ଗାଡି ଜିଲ୍ଲାକୁ ଯିବା ଆସିବା ଉପରେ କଟକଣା ରହିବ ନାହିଁ । ଅଣ ଅତ୍ୟାବଶ୍ୟକ ଯିବା ଆସିବା ପାଇଁ ସଂପୃକ୍ତ ଅଂଚଳର ତହସିଲଦାରଙ୍କ ଠାରୁ ଅନୁମତି ପତ୍ର ନେବାକୁ ପଡିବ ।

Categories
ଆଞ୍ଚଳିକ

କରୋନା ମୁକାବିଲା ପାଇଁ ଜଗତସିଂହପୁର ଜିଲ୍ଲା ପ୍ରଶାସନର ପଦକ୍ଷେପ, ୮ଟି ବ୍ଲକ ଓ ୨ଟି ପୌର ପରିଷଦରେ ତାଲିମ କାର୍ଯ୍ୟକ୍ରମ

ରମେଶ ମହାନ୍ତି

ଜଗତସିଂହପୁର, ରାଜ୍ୟ ସରକାଙ୍କ ନିର୍ଦେଶ ଅନୁଯାୟୀ କୋଭିଡ-୧୯ ପରିଚାଳନା ରଣନୀତି ସଂକ୍ରାନ୍ତ ସଚେତନତା ପାଇଁ ଗ୍ରାମ ପଂଚାୟତ ଓ ସହରାଞ୍ଚଳ ୱାର୍ଡ ସ୍ତରୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଜଗତସିଂହପୁର ଜିଲ୍ଲାର ୮ଟି ବ୍ଲକ ଓ ୨ଟି ପୌର ପରିଷଦରେ ଆରମ୍ଭ ହୋଇଛି। ଆଜିଠାରୁ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମ ଦୁଇଦିନ ଧରି ଅନୁଷ୍ଠିତ ହେବ।

ସମସ୍ତ ସରପଂଚ, ଗ୍ରାମ ପଞ୍ଚାୟତ, ନୋଡାଲ ଅଧିକାରୀ, ୱାର୍ଡ ଅଫିସର, ସ୍ବଚ୍ଛସାଥୀ ସୁପରଭାଇଜରମାନଙ୍କୁ ଜିଲ୍ଲାସ୍ତରୀୟ ରେସପନସ ଟିମ୍, ବ୍ଲକ ଓ ପୌର ସ୍ତରରେ ସାମାଜିକ ଦୂରତା, ନିଜସ୍ବ ସୁରକ୍ଷା ମାଧ୍ୟମରେ ତାଲିମ ଦିଆଯାଉଛି। ଗତ ୨ ତାରିଖରେ ରାଜ୍ୟ ରିସୋର୍ସ ଟିମ୍ ଜିଲ୍ଲାସ୍ତରୀୟ ଓ ବ୍କକ ସ୍ତରୀୟ ରିସୋର୍ସ ଟିମଙ୍କୁ ଭିଡିଓ କନଫରେନସିଂ ଜରିଆରେ କୋଭିଡ-୧୯ ପରିଚାଳନାର ନୂଆ ବ୍ୟବସ୍ଥା ସମ୍ପରେ ତାଲିମ ଦିଆଯାଉଛି। ବ୍ଲକସ୍ତରୀୟ ରେସପନସ ଟିମ୍ ଗାଁ କଲ୍ୟାଣ ସମିତି ସଦସ୍ୟ, ସ୍ବୟଂ ସହାୟକ ଗୋଷ୍ଠୀର ସଂପାଦକ, ଆଶା ଓ ଅଙ୍ଗନବାଡି କର୍ମୀ, ୱାର୍ଡ କମିଟି ସଭ୍ୟଙ୍କୁ ମଧ୍ୟ କରୋନା ପରିଚାଳନା ନେଇ ତାଲିମ ଦିଆଯାଉଛି।

ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ରଙ୍କ ନିର୍ଦେଶରେ ପ୍ରକଳ୍ପ ନିର୍ଦେଶକ ସରୋଜକାନ୍ତ ମହାନ୍ତିଙ୍କ ପରିଚାଳନାରେ ସମସ୍ତ ବ୍ଲକ ଓ ପୌର ପରିଷଦରେ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି। ଆଜି ଜଗତସିଂହପୁର ପୌର ପରିଷଦ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଶିବିରରେ ୨୧ ଜଣ ୱାର୍ଡ ଅଫିସର, ୨୫ ଜଣ ସୁପରଭାଇଜର, ୨ଜଣ ବ୍ଲକ ରେସପନସ ଟିମ୍ ସଭ୍ୟଙ୍କୁ ନିର୍ବାହୀ ଅଧିକାରୀ ବିମଳ କୁମାର ଲେଙ୍କା, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ କାମିନୀ ରଂଜନ ପଟ୍ଟନାୟକ ଓ ସ୍ବାସ୍ଥ୍ୟ ଅଧିକାରୀ ଡାକ୍ତର ସରୋଜ କୁମାର ଷଗଙ୍ଗୀ ବିକେନ୍ଦ୍ରୀକରଣ କୋଭିଡ ପରିଚାଳନା ସମ୍ପର୍କରେ ତାଲିମ ପ୍ରଦାନ କରିଥିଲେ

Categories
ଆଜିର ଖବର ରାଜ୍ୟ ଖବର

ରିପୋର୍ଟ ନ ଆସିବା ଯାଏଁ କ୍ବାରେଣ୍ଟିନ୍‌ରେ ରହିବେ ପ୍ରବାସୀ : ଜିଲ୍ଲାପାଳ

ଜଗତସିଂହପୁର : ସ୍ବାବ୍‌ ରିପୋର୍ଟ ନ ଆସିବା ଯାଏଁ ଘରକୁ ଯିବା ମନା କରାଯାଇଛି। କ୍ବାରେଣ୍ଟିନ୍‌ରେ ରହୁଥିବା ପ୍ରବାସୀଙ୍କ ପ୍ରସଙ୍ଗରେ ଜଗତସିଂହପୁର ଜିଲ୍ଲା ପ୍ରତିକ୍ରିୟା ଦେଇଛନ୍ତି। ସ୍ବାବ୍‌ ରିପୋର୍ଟ ନ ଆସିବା ଯାଏଁ ପ୍ରବାସୀଙ୍କୁ ଘରକୁ ଛଡାଯିବନି ବୋଲି କହିଛନ୍ତି ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର। ସାତଦିନିଆ କ୍ବାରେଣ୍ଟିନ୍‌ ଅବଧି ଶେଷ ପରେ ପ୍ରବାସୀ ଘରକୁ ପଳାଉଥିଲେ । ମାତ୍ର ସ୍ବାବ୍‌ ରିପୋର୍ଟ ଆସିବା ପରେ ପଜିଟିଭ୍‌ ସ୍ପଷ୍ଟ ନେଇ ଚିନ୍ତା ବଢୁଥିଲା। ରିପୋର୍ଟ ଆସିବା ପରେ ପ୍ରବାସୀଙ୍କୁ ଘରୁ ଆଣିବାକୁ ପଡୁଥିଲା। ଏନେଇ ଜିଲ୍ଲାପାଳ କଡା ନିୟମ କରିଛନ୍ତି । କ୍ବାରେଣ୍ଟାଇନ୍‌ ଅବଧି ଶେଷ ହେବା ପରେ ବି ସେମାନଙ୍କ ସ୍ବାବ୍‌ ରିପୋର୍ଟ ଆସିବା ପରେ ସେମାନଙ୍କୁ ଘରକୁ ଛଡାଯିବ ବୋଲି ସୂଚନା ଦେଇଛନ୍ତି ଜିଲ୍ଲାପାଳ ।