କରୋନା ମୁକାବିଲା ପାଇଁ ଜଗତସିଂହପୁର ଜିଲ୍ଲା ପ୍ରଶାସନର ପଦକ୍ଷେପ, ୮ଟି ବ୍ଲକ ଓ ୨ଟି ପୌର ପରିଷଦରେ ତାଲିମ କାର୍ଯ୍ୟକ୍ରମ

Published: Jul 8, 2020, 7:51 pm IST

ରମେଶ ମହାନ୍ତି

ଜଗତସିଂହପୁର, ରାଜ୍ୟ ସରକାଙ୍କ ନିର୍ଦେଶ ଅନୁଯାୟୀ କୋଭିଡ-୧୯ ପରିଚାଳନା ରଣନୀତି ସଂକ୍ରାନ୍ତ ସଚେତନତା ପାଇଁ ଗ୍ରାମ ପଂଚାୟତ ଓ ସହରାଞ୍ଚଳ ୱାର୍ଡ ସ୍ତରୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଜଗତସିଂହପୁର ଜିଲ୍ଲାର ୮ଟି ବ୍ଲକ ଓ ୨ଟି ପୌର ପରିଷଦରେ ଆରମ୍ଭ ହୋଇଛି। ଆଜିଠାରୁ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମ ଦୁଇଦିନ ଧରି ଅନୁଷ୍ଠିତ ହେବ।

ସମସ୍ତ ସରପଂଚ, ଗ୍ରାମ ପଞ୍ଚାୟତ, ନୋଡାଲ ଅଧିକାରୀ, ୱାର୍ଡ ଅଫିସର, ସ୍ବଚ୍ଛସାଥୀ ସୁପରଭାଇଜରମାନଙ୍କୁ ଜିଲ୍ଲାସ୍ତରୀୟ ରେସପନସ ଟିମ୍, ବ୍ଲକ ଓ ପୌର ସ୍ତରରେ ସାମାଜିକ ଦୂରତା, ନିଜସ୍ବ ସୁରକ୍ଷା ମାଧ୍ୟମରେ ତାଲିମ ଦିଆଯାଉଛି। ଗତ ୨ ତାରିଖରେ ରାଜ୍ୟ ରିସୋର୍ସ ଟିମ୍ ଜିଲ୍ଲାସ୍ତରୀୟ ଓ ବ୍କକ ସ୍ତରୀୟ ରିସୋର୍ସ ଟିମଙ୍କୁ ଭିଡିଓ କନଫରେନସିଂ ଜରିଆରେ କୋଭିଡ-୧୯ ପରିଚାଳନାର ନୂଆ ବ୍ୟବସ୍ଥା ସମ୍ପରେ ତାଲିମ ଦିଆଯାଉଛି। ବ୍ଲକସ୍ତରୀୟ ରେସପନସ ଟିମ୍ ଗାଁ କଲ୍ୟାଣ ସମିତି ସଦସ୍ୟ, ସ୍ବୟଂ ସହାୟକ ଗୋଷ୍ଠୀର ସଂପାଦକ, ଆଶା ଓ ଅଙ୍ଗନବାଡି କର୍ମୀ, ୱାର୍ଡ କମିଟି ସଭ୍ୟଙ୍କୁ ମଧ୍ୟ କରୋନା ପରିଚାଳନା ନେଇ ତାଲିମ ଦିଆଯାଉଛି।

ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ରଙ୍କ ନିର୍ଦେଶରେ ପ୍ରକଳ୍ପ ନିର୍ଦେଶକ ସରୋଜକାନ୍ତ ମହାନ୍ତିଙ୍କ ପରିଚାଳନାରେ ସମସ୍ତ ବ୍ଲକ ଓ ପୌର ପରିଷଦରେ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି। ଆଜି ଜଗତସିଂହପୁର ପୌର ପରିଷଦ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଶିବିରରେ ୨୧ ଜଣ ୱାର୍ଡ ଅଫିସର, ୨୫ ଜଣ ସୁପରଭାଇଜର, ୨ଜଣ ବ୍ଲକ ରେସପନସ ଟିମ୍ ସଭ୍ୟଙ୍କୁ ନିର୍ବାହୀ ଅଧିକାରୀ ବିମଳ କୁମାର ଲେଙ୍କା, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ କାମିନୀ ରଂଜନ ପଟ୍ଟନାୟକ ଓ ସ୍ବାସ୍ଥ୍ୟ ଅଧିକାରୀ ଡାକ୍ତର ସରୋଜ କୁମାର ଷଗଙ୍ଗୀ ବିକେନ୍ଦ୍ରୀକରଣ କୋଭିଡ ପରିଚାଳନା ସମ୍ପର୍କରେ ତାଲିମ ପ୍ରଦାନ କରିଥିଲେ

Related posts