ଜଗତସିଂହପୁର ଜିଲ୍ଲାପାଳଙ୍କ ଦ୍ବାରା ସମ୍ବର୍ଦ୍ଧିତ ହେଲେ ପ୍ଲାଜମା ଦାନ କରିଥିବା ବ୍ୟକ୍ତି

Published: Sep 21, 2020, 1:45 pm IST

ରମେଶ ମହାନ୍ତି

ଜଗତସିଂହପୁର :କରୋନା ରୋଗରୁ ଆରୋଗ୍ୟ ହୋଇ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡ଼ିକାଲରେ ପ୍ଲାଜମା ଦାନ କରିଥିବା ୪ଜଣ ବ୍ୟକ୍ତିଙ୍କୁ ରବିବାର ଦିନ ସଂନ୍ଧ୍ୟାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠ ଠାରେ ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ପୁଷ୍ପଗୁଚ୍ଛ ଓ ପ୍ରମାଣପତ୍ର ଦେଇ ସମ୍ବର୍ଦ୍ଧିତ କରିଥିଲେ। ସେମାନଙ୍କ ମଧ୍ୟରୁ ପାରାଦ୍ବୀପ ଅଭୟଚାନ୍ଦପୁର ଥାନାର ପୋଲିସ୍ ସବ-ଇନସପେକ୍ଟର ରଘୁନାଥ ବେହେରା ପ୍ଲାଜମା ଦାନକରି ଜିଲ୍ଲାପାଳଙ୍କ ଦ୍ବାରା ସମ୍ବର୍ଦ୍ଧିତ ହୋଇଥିଲେ। କରୋନା ରୋଗରୁ ଆରୋଗ୍ୟ ହୋଇଥିବା ବ୍ୟକ୍ତିଙ୍କ ପ୍ଲାଜମା ଦାନ ଦ୍ୱାରା ଗୁରୁତର କରୋନା ରୋଗୀ ସୁସ୍ଥ ହୋଇପାରୁଛନ୍ତି। ପ୍ଲାଜମା ଦାନ କରୁଥିବା କରୋନା ଆରୋଗ୍ୟ ବ୍ୟକ୍ତିଙ୍କୁ ଏସ୍.ସି.ବି ମେଡ଼ିକାଲ ଯିବା ଆସିବା ଓ ଅନ୍ୟାନ୍ୟ ଖର୍ଚ୍ଚ ଜିଲ୍ଲା ପ୍ରଶାସନ ପକ୍ଷରୁ ବହନ କରାଯାଉଛି।

ଆଜି ପର୍ଯ୍ୟନ୍ତ ଜଗତସିଂହପୁର ଜିଲ୍ଲାରୁ ୧୭ଜଣ କରୋନା ଆରୋଗ୍ୟ ବ୍ୟକ୍ତି ପ୍ଲାଜମା ଦାନ କରିଛନ୍ତି। ଉତ୍ସାହୀ କରୋନା ଆରୋଗ୍ୟ ବ୍ୟକ୍ତି ପ୍ଲାଜମା ଦାନକରି ଗୁରୁତର କରୋନା ରୋଗୀଙ୍କ ଜୀବନ ରକ୍ଷା କରୁଥିବାରୁ ଜିଲ୍ଲାପାଳ ଏହି ମହତ କାର୍ଯ୍ୟର ପ୍ରସଂଶା କରିଛନ୍ତି। ଏହି ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ଜିଲ୍ଲାପାଳଙ୍କ ଓ.ଏସ୍.ଡି ଡା. ଶଶାଙ୍କ ଶେଖର ଲେଙ୍କା ଓ ଶିଶୁ ସୁରକ୍ଷା ଅଧିକାରୀ ଉଦୟନାଥ ସ୍ୱାଇଁ ଉପସ୍ଥିତ ଥିଲେ।

Related posts