Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ଜଗତସିଂହପୁର ଜିଲ୍ଲାର ବନ୍ୟା କ୍ଷତିଗ୍ରସ୍ତ ଅଞ୍ଚଳ ପରିଦର୍ଶନ ସହ ରିଲିଫ୍ ଓ ଉଦ୍ଧାର କାର୍ଯ୍ୟ ତଦାରଖ କଲେ ଜିଲ୍ଲାପାଳ
ଆଞ୍ଚଳିକ

ଜଗତସିଂହପୁର ଜିଲ୍ଲାର ବନ୍ୟା କ୍ଷତିଗ୍ରସ୍ତ ଅଞ୍ଚଳ ପରିଦର୍ଶନ ସହ ରିଲିଫ୍ ଓ ଉଦ୍ଧାର କାର୍ଯ୍ୟ ତଦାରଖ କଲେ ଜିଲ୍ଲାପାଳ

August 30, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ରମେଶ ମହାନ୍ତି

ଜଗତସିଂହପୁର: ଜଗତସିଂହପୁର ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ଆଜି ପୂର୍ବାହ୍ନରେ ତିର୍ତ୍ତୋଲ ଓ କୁଜଙ୍ଗ ବ୍ଲକର ବନ୍ୟା କ୍ଷତିଗ୍ରସ୍ତ ଅଞ୍ଚଳ ପରିଦର୍ଶନ କରି ରିଲିଫ୍ ଓ ଉଦ୍ଧାର କାର୍ଯ୍ୟ ତଦାରଖ କରିଛନ୍ତି। ବନ୍ୟା ଆଶ୍ରୟସ୍ଥଳୀରେ ରହିଥିବା ଲୋକ ମାନଙ୍କୁ କୋଭିଡ୍ ମାର୍ଗଦର୍ଶିକା ଅନୁଯାୟୀ ମାସ୍କ୍ ବ୍ୟବହାର ଓ ସାମାଜିକ ଦୂରତ୍ୱ ବଜାୟ ରଖିବାକୁ ପରାମର୍ଶ ଦେଇଥିଲେ।ଏଥିସହିତ ସ୍ଥାନାନ୍ତରିତ ଲୋକମାନଙ୍କୁ ଜିଲ୍ଲାପାଳ ମାସ୍କ୍ ବଣ୍ଟନ କରିବା ସହ ବନ୍ୟା କ୍ଷତିଗ୍ରସ୍ତ ଲୋକମାନଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ କରିଥିଲେ। କ୍ଷତିଗ୍ରସ୍ତ ଅଞ୍ଚଳର ଗୋରୁ ଗାଈଙ୍କ ପାଇଁ ଗୋଖାଦ୍ୟ ବଣ୍ଟନର ତଦାରଖ କରିବା ସହ ନିଜେ ବଣ୍ଟନ କରିଥିଲେ।

ତିର୍ତ୍ତୋଲ ବ୍ଲକର ଗୋପିଆକୁଦ ଗ୍ରାମ୍ୟ ଉନ୍ନୟନ ବିଭାଗର ରେଷ୍ଟସେଡରେ ଆଶ୍ରୟ ନେଇଥିବା ଲୋକମାନଙ୍କୁ ଶୁଖିଲା ଖାଦ୍ୟ, ପଶୁଖାଦ୍ୟ ଓ ମାସ୍କ୍ ବଣ୍ଟନ କରିଥିଲେ। ଏଥିସହିତ ଜିଲ୍ଲାପାଳ ଦୁର୍ବଳ ନଦୀବନ୍ଧ ଅଞ୍ଚଳ ପରିଦର୍ଶନ କରି ମଣିଜଙ୍ଗା ଜଳସମ୍ପଦ ବିଭାଗ ଯନ୍ତ୍ରୀଙ୍କୁ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ସେହିପରି କୁଜଙ୍ଗ ବ୍ଲକର ଜିଲ୍ଲାନାସୀ ଓ ହରିପୁର ଗାଁ ପରିଦର୍ଶନ କରି ଲୋକମାନଙ୍କୁ ଭେଟି ସେମାନଙ୍କର ସମସ୍ୟା ପଚାରି ବୁଝିବା ସହ ଗୋଖାଦ୍ୟ ବଣ୍ଟନର ତଦାରଖ କରିଥିଲେ।

ମହାନଦୀ ଅବବାହିକାର ତାରପୁର ଓ ତାର୍ତ୍ତୋଲ ଠାରେ ଜଳପତ୍ତନ ବୃଦ୍ଧି ପାଇ ବିପଦ ସଙ୍କେତ ଉପରେ ଜଳ ପ୍ରବାହିତ ହେଉଛି। ମଧ୍ୟାହ୍ନ ୧୨ଟା ସୁଦ୍ଧା ତାରପୁର ଠାରେ ଜଳପତ୍ତନ ୧୧.୦୨ ମିଟର ଓ ତିର୍ତ୍ତୋଲ ଠାରେ ୫.୨୩ ମିଟରରେ ପ୍ରବାହିତ ହେଉଛି। ସେହିପରି ପାଇକା ନଦୀର ଜଳପତ୍ତନ ଶଙ୍ଖେଶ୍ୱର ଠାରେ ୨୬.୫୦ ଫୁଟ୍ ବିପଦ ସଙ୍କେତ ଉପରେ ଜଳ ପ୍ରବାହିତ ହେଉଛି। ଦେବୀ ନଦୀର ଦଳେଇଘାଇ ଠାରେ ବିପଦ ସଙ୍କେତ ଉପରେ ୫୭.୧୦ ଫୁଟ୍ ରେ ଜଳ ପ୍ରବାହିତ ହେଉଥିବା ବେଳେ ଆଳିପିଙ୍ଗଳ ଠାରେ ୧୧.୧୬ ମିଟର ଏବଂ ମାଛଗାଁ ଠାରେ ୧୪.୪୦ ଫୁଟ୍ ଜଳ ପ୍ରବାହିତ ହେଉଛି। ଶଙ୍ଖାରିସାହୀ ଠାରେ ୧୬.୩୨ ମିଟର ବିରବରପାଟଣା ଠାରେ ୧୪.୮୫ ମିଟର ଜଳ ପ୍ରବାହିତ ହେଉଥିବା ଜିଲ୍ଲା ଜରୁରୀ ବିଭାଗ ସୂଚନା ଦେଇଛନ୍ତି। ନଦୀବନ୍ଧ ଉପରେ ସତର୍କ ଦୃଷ୍ଟି ରଖିବାକୁ ରାତ୍ରୀ କାଳୀନ ପେଟ୍ରୋଲିଂ ପାଇଁ ଅଧିକାରୀ ମାନଙ୍କୁ ପ୍ରଶାସନ ପକ୍ଷରୁ ନିୟୋଜିତ କରାଯାଇଛି। କୁଜଙ୍ଗ ବ୍ଲକ୍ ୯ଟି ପଞ୍ଚାୟତର ୨୪ଟି ଗାଁ ଜଳମଗ୍ନ ହୋଇଥିବା ବେଳେ ୨୦.୨୩୮ ଲୋକ ପ୍ରଭାବିତ ହୋଇଛନ୍ତି।

କୁଜଙ୍ଗ ବ୍ଲକର ୨ଟି ଆଶ୍ରୟ ସ୍ଥଳୀରେ ୧୫୦ ଲୋକ ସ୍ଥାନାନ୍ତରିତ ହୋଇଛନ୍ତି। ସେମାନଙ୍କୁ ବ୍ଲକ୍ ପ୍ରଶାସନ ପକ୍ଷରୁ ଶୁଖିଲା ଓ ରନ୍ଧାଖାଦ୍ୟ ପ୍ରଦାନ କରାଯାଉଛି। ସେହିପରି ତିର୍ତ୍ତୋଲ ବ୍ଳକ ୫ଟି ପଞ୍ଚାୟତର ୫ଟି ଗାଁ ବନ୍ୟାଜନିତ ପ୍ରଭାବିତ ହୋଇଥିବା ବେଳେ ୪୧୨ଜଣ ଲୋକଙ୍କୁ ଆଶ୍ରୟ ସ୍ଥଳୀକୁ ସ୍ଥାନାନ୍ତରିତ କରାଯାଇଛି। ୪ଟି ସେଣ୍ଟରରେ ମାଗଣା ରନ୍ଧାଖାଦ୍ୟ ପ୍ରଦାନ କରାଯିବା ସହ ୧୨୩ କେଜି ଚୂଡା ଓ ୪୨ କେଜି ଗୁଡ ପ୍ରଦାନ କରାଯାଇଛି। ଜିଲ୍ଲାପାଳଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ରିଲିଫ୍ ଓ ଉଦ୍ଧାର କାର୍ଯ୍ୟ ତ୍ବରାନ୍ବିତ ହେଉଛି। ଏଥିରେ ଜିଲ୍ଲାପାଳଙ୍କ ସହିତ ଜଳସମ୍ପଦ ନିର୍ବାହୀ ଯନ୍ତ୍ରୀ, ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ଡଃ ରମେଶ ଚନ୍ଦ୍ର ବେହେରା, ଅତିରିକ୍ତ ଚିକିତ୍ସା ଅଧିକାରୀ ବସନ୍ତ ବାରିକ, ବିଡିଓ ଏବଂ ତହସିଲଦାର ପ୍ରମୁଖ କ୍ଷତିଗ୍ରସ୍ତ ଅଞ୍ଚଳ ପରିଦର୍ଶନ କରିଥିଲେ।

ଜଗତସିଂହପୁର ଜିଲ୍ଲାପାଳ
Share. Facebook Twitter LinkedIn Email WhatsApp Copy Link

Related Posts

ବାଣପୁର: ପ୍ରଜାପିତା ବ୍ରହ୍ମକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ପକ୍ଷରୁ ରକ୍ତଦାନ ଶିବିର

August 22, 2026

ବଡ଼କୂଳ ମଣ୍ଡଳ ଭାଜପା ‘କାର୍ଯ୍ୟକର୍ତ୍ତା ସମାବେଶ’: ଯୋଗଦେଲେ ମନ୍ତ୍ରୀ ପୃଥ୍ୱୀରାଜ ହରିଚ଼ନ୍ଦନ

August 21, 2026

ରଣପୁର ପ୍ରେସ କ୍ଲବରେ ପ୍ରଥମ ଥର ପାଇଁ ପାଳିତ ହେଲା ୮୦ତମ ସ୍ୱାଧୀନତା ଦିବସ

August 16, 2026

ଗୋଦାବରୀଶ ମହାବିଦ୍ୟାଳୟରେ ହର ଘର ତ୍ରିରଙ୍ଗା ଶୋଭାଯାତ୍ରା

August 15, 2026
Latest News

ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟ ନିକଟରେ ହାତାହାତି

August 23, 2026

ନକଲି ଇ-ଚାଲାଣ ନାଁରେ ବଡ଼ ସାଇବର ଠକେଇ: ଖାଲି ହୋଇପାରେ ବ୍ୟାଙ୍କ ଖାତା

August 23, 2026

ଆସନ୍ତାକାଲି ନବରଙ୍ଗପୁରରେ ସ୍କୁଲ ଓ ଅଙ୍ଗନବାଡ଼ି ବନ୍ଦ

August 23, 2026

ସ୍ତ୍ରୀର ତଣ୍ଟି କାଟି ହତ୍ୟା କଲା ସ୍ବାମୀ

August 23, 2026

ତୁଳସୀକ୍ଷେତ୍ରରେ ରାଧାଗୋବିନ୍ଦଙ୍କ ଦିବ୍ୟ ଝୁଲଣ ଲୀଳା ଦର୍ଶନ ପାଇଁ ଭକ୍ତଙ୍କ ସମାଗମ

August 23, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.