ଆଜି ପୁଣି ତିନିଜଣଙ୍କର ଜୀବନ ନେଲା କରୋନା : ରାଜ୍ୟରେ ମୃତ୍ୟୁ ସଂଖ୍ୟା 77କୁ ବୃଦ୍ଧି

Published: Jul 15, 2020, 10:47 am IST

ଭୁବନେଶ୍ବର : ରାଜ୍ୟରେ ଆଉ ତିନିଜଣଙ୍କ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରୁ 2 ଜଣ ଗଞ୍ଜାମରୁ ହୋଇଥିବାବେଳେ ଜଣେ ଭୁବନେଶ୍ବରର ବୋଲି ସୂଚନା ଦେଇଛି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ଗଞ୍ଜାମରୁ ଦୁଇ ମୃତକଙ୍କ ପୁରୁଷ ହୋଇଥିବାବେଳେ ବୟସ 65 ଓ 86 ବୋଲି ସୂଚନା ରହିଛି । ଭୁବନେଶ୍ବରର ମୃତକ ଜଣକ 72 ବର୍ଷୀୟ ପୁରୁଷ ।

ରାଜ୍ୟରେ କରୋନାଜନିତ ମୃତ୍ୟୁସଂଖ୍ୟା 77କୁ ବୃଦ୍ଧି ହୋଇଥିବାବେଳେ ଗଞ୍ଜାମରେ କରୋନା ମୃତ୍ୟୁ ଜନିତ 46କୁ ବୃଦ୍ଧି ହୋଇଥିବାବେଳେ ଖୋର୍ଦ୍ଧା ଜିଲ୍ଲାରେ ମୃତ୍ୟୁ ସଂଖ୍ୟା 13କୁ ବୃଦ୍ଧି ହୋଇଛି ।

ସେହିପରି ଆଜି ଦୁଇଜଣ ମଧ୍ୟ କରୋନାରେ ଆକ୍ରାନ୍ତ ହୋଇଥିବା ସତ୍ତ୍ବେ ଅନ୍ୟ ରୋଗରେ ମୃତ୍ୟୁବରଣ କରିଥିବାର ସୂଚନା ରହିଛି । ଏହି ଦୁଇ ମୃତକଙ୍କ ମଧ୍ୟରୁ ଜଣେ ଗଞ୍ଜାମ ଜିଲ୍ଲାର 72 ବର୍ଷରହୋଇଥିବାବେଳେ ଅନ୍ୟ ଜଣେ 52 ବର୍ଷୀୟ ଖୋରଦ୍ଧା ଜିଲ୍ଲାର ବୋଲି ସୂଚନା ରହିଛି । ସେହିପରି କରୋନାରେ ଆକ୍ରାନ୍ତ ହୋଇଥିବା ସତ୍ତ୍ବେ ଅନ୍ୟ ରୋଗରେ ମୃତ୍ୟୁବରଣ କରିଥିବା ମୃତକଙ୍କ ସଂଖ୍ୟା 24ରେ ପହଞ୍ଚିଛି ।

Related posts