ଭୁବନେଶ୍ବରରେ କାୟା ମେଲାଉଛି କରୋନା, ଦିନକରେ 90 ପଜିଟିଭ ଚିହ୍ନଟ, ଜାଣନ୍ତୁ କେଉଁଠୁ କେତେ

Published: Jul 15, 2020, 4:33 pm IST

ଭୁବନେଶ୍ବର, ଦିନକୁ ଦିନ ଭୁବନେଶ୍ବରରେ କରୋନା କାୟା ବିସ୍ତାର କରିବାରେ ଲାଗିଛି। ଆଜି ରାଜଧାନୀ ଭୁବନେଶ୍ବରରୁ ଗୋଟିଏ ଦିନରେ 90 ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି ।  90 ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟାଇନ୍‌ରୁ 63 ଜଣ ଚିହ୍ନଟ ହୋଇଥିବା ବେଳେ ଲୋକାଲ୍‌ କଣ୍ଟାକ୍ଟ 27 ଜଣ ରହିଛନ୍ତି ବୋଲି ବିଏମସି ଟୁଇଟ୍‌ ଯୋଗେ ସୂଚନା ଦେଇଛି ।

Image

ବିଜେବି ନଗର ଅଞ୍ଚଳର ଏକ ଘରୋଇ ହସ୍ପିଟାଲର ଜଣେ ଡ୍ରାଇଭର ଚିହ୍ନଟ ହୋଇଛି । ସେହିପରି ଜାଗମରା, ଘାଟିକିଆ, ଲକ୍ଷ୍ମୀସାଗର, ଓଲ୍‌ଡ ଟାଉନ୍‌ରୁ ଜଣେ ଲେଖାଏଁ ରହିଛନ୍ତି । ଖଣ୍ଡଗିରି, ଭରତପୁର, ରସୁଲଗଡ, ଚନ୍ଦ୍ରଶେଖରପୁର, ବିଡିଏ କଲୋନୀ, ବିଶ୍ବେଶ୍ବର ବସ୍ତି, ନୟାପଲ୍ଲୀ, ଚାରି ନମ୍ବର ଏମଏଲ୍‌ଏ କଲୋନୀ,  ମହାବୀର ବସ୍ତି, କୋଳଥିଆ ସତ୍ୟସାଇ ଏନ୍‌କ୍ଲେଭ୍‌, ଖଣ୍ଡଗିରିର ଗଣ୍ଡମୁଣ୍ଡା, ପାତ୍ରପଡାରୁ ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି । ପୋଖରୀପୁଟରୁ 2 ଜଣ ଚିହ୍ନଟ ହୋଇଥିବାବେଳେ  ରସୁଲଗଡ ଜିଜିପି କଲୋନୀରୁ 2 ଜଣ ରହିଛନ୍ତି । ସେହି ଜଣେ ଘରୋଇ ହସ୍ପିଟାଲର ମହିଳା କର୍ମଚାରୀ ରହିଛନ୍ତି ।

Image

ଆଜି ନୂତନ 90 ଆକ୍ରାନ୍ତ ଚିହ୍ନଟ ପରେ ଭୁବନେଶ୍ବରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 859 କୁ ବୃଦ୍ଧି  ପାଇଛି । ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ 385 ଜଣ ସୁସ୍ଥ ହୋଇଥିବା ବେଳେ 11ଜଣ ମୃତ୍ୟୁବରଣ କରିଛନ୍ । ଏବେ ବି 462 ଜଣ ଚିକିତ୍ସାଧୀନ ରହିଛନ୍ତି । ସେହିପରି ଆଜି 24 ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ବୋଲି ସୂଚନା ରହିଛି।

Related posts