ରାଜ୍ୟ ସରକାରଙ୍କ ୨ ବର୍ଷ ନିଯୁକ୍ତି ବନ୍ଦ ପ୍ରତିବାଦରେ ଜଗତସିଂହପୁର ଯୁବ କଂଗ୍ରେସ ପକ୍ଷରୁ ବିକ୍ଷୋଭ

Published: Jul 15, 2020, 5:09 pm IST

ରମେଶ ମହାନ୍ତି

ଜଗତସିଂହପୁର : ରାଜ୍ୟ ସରକାରଙ୍କ ନୀତିକୁ ବିରୋଧ କରି ଓଡିଶା ପ୍ରଦେଶ ଯୁବ କଂଗ୍ରେସ ସଭାପତି ଡ଼ଃ. ସ୍ମୃତି ରଂଜନ ଲେଙ୍କାଙ୍କ ଆହ୍ଵାନ କ୍ରମେ ଜଗତସିଂହପୁର ଯୁବ କଂଗ୍ରେସ ପକ୍ଷରୁ ସ୍ଥାନୀୟ ଥାନା ଛକ ଠାରେ ଏକ ପ୍ରତିବାଦ ସଭା ଓ ବିକ୍ଷୋଭ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।

ଜିଲ୍ଲା ଯୁବକଂଗ୍ରେସ ସଭାପତି ପ୍ରଶାନ୍ତ କୁମାର ମଲ୍ଲିକଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି ବିକ୍ଷୋଭ କାର୍ଯ୍ୟକ୍ରମରେ ପୂର୍ବତନ ପୋୖରାଧକ୍ଷ ବିପ୍ଳବ ଚୋୖଧୁରୀ, ଜିଲ୍ଲା କଂଗ୍ରେସ ସଭାପତି ନଟବର ବାରିକ, ନଗର କାର୍ଯ୍ୟକାରୀ ସଭାପତି ପ୍ରଦୀପ୍ତ ସାହୂ, ମହିଳା କଂଗ୍ରେସର ପ୍ରତିମା ମଲିକ, ସୁମିତ୍ରା ଜେନା ପ୍ରମୁଖ ପ୍ରତିବାଦ ସଭାରେ ଯୋଗ  ଦେଇଥିଲେ।

ସାରାଦେଶ ଏବେ କରୋନା ମହାମାରୀକୁ ନେଇ ଚିନ୍ତିତ ଥିବା ବେଳେ ରାଜ୍ୟ ସରକାର ନିଜର ଅପାରଗତା ଓ ଭୂଲ ଆର୍ଥିକ ପରିଚାଳନାଗତ ନୀତିକୁ ଘଣ୍ଟ ଘୋଡାଇବାକୁ ଯାଇ ବିଭିନ୍ନ ସରକାରୀ ନିଯୁକ୍ତି ଓ ସରକାରୀ ଯୋଜନାକୁ ଆସନ୍ତା 2ବର୍ଷ ପାଇଁ ରଦ୍ଦ କରିଥିବା ନୀତିକୁ ସେମାନେ ଵିରୋଧ କରି  ଜୋତା ପଲିସ କରି ବିକ୍ଷୋଭ ଓ ପ୍ରତିବାଦ କରିଥିଲେ। ଏହି ବିକ୍ଷୋଭ କାର୍ଯ୍ୟକ୍ରମରେ ଶତାଧିକ ଯୁବ କଂଗ୍ରେସ କର୍ମୀ ଯୋଗ ଦେଇଥିଲେ।

Related posts