Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଲକ୍‌ଡାଉନ୍‌ ନିୟମ ନ ମାନିଲେ ଏହି ଦେଶରେ ଲୋକଙ୍କୁ କରାଯାଉଛି ହତ୍ୟା
ଆଜିର ଖବର

ଲକ୍‌ଡାଉନ୍‌ ନିୟମ ନ ମାନିଲେ ଏହି ଦେଶରେ ଲୋକଙ୍କୁ କରାଯାଉଛି ହତ୍ୟା

July 16, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

କଲମ୍ବିଆ : କରୋନା ମହାମାରୀ ସହ ଲଢେଇ ପାଇଁ ଦୁନିଆରେ ଅର୍ଦ୍ଧାଧିକ ଜାଗାରେ ଏବେ ଲକ୍‌ଡାଉନ୍‌ ଜାରି ରହିଛି। ପରିସ୍ଥିତିକୁ ଦେଖି କେତେକ ଜାଗାରେ ଲକ୍‌ଡାଉନ୍‌ କୋହଳ କରାଯାଇଥିବାବେଳେ ଆଉ କୋଉଠି ଏହାକୁ ଆହୁରି କଡାକଡି କରାଯାଇଛି । କିନ୍ତୁ ଏମିତି ଏକ ଦେଶ ଅଛି ଯେଉଁଠି ଲକ୍‌ଡାଉନ୍‌ ନିୟମ ନ ମାନିଲେ ସେଠାରେ ନିୟମ ଉଲ୍ଲଂଘନକାରୀଙ୍କୁ ହତ୍ୟା କରାଯାଉଛି। ତେବେ ସବୁଠୁ ଅବସୋସର କଥା ହେଉଛି ଯେ, ଏହି ଦେଶର ସରକାର ଏଭଳି ହତ୍ୟାକୁ ରୋକିବାରେ ମଧ୍ୟ ଅସଫଳ ହେଉଛନ୍ତି।

ତେବେ ଲକ୍‌ଡାଉନ୍‌ ଉଲ୍ଲଂଘନକାରୀଙ୍କୁ ହତ୍ୟା କରୁଥିବା ଦେଶର ନାମ ହେଉଛି କଲମ୍ବିଆ ।  ଏଠାରେ ସରକାରଙ୍କ ତରଫରୁ ଲକ୍‌ଡାଉନ୍‌ ଜାରି ରହିଥିବାବେଳେ ଏଠାକାର ଡ୍ରଗ୍‌ ମାଫିଆ ଅଲଗା ପ୍ରକାରର ଲକଡାଉନ୍‌ ଘୋଷଣା କରିଛନ୍ତି । ଯିଏ ଏହି ଲକ୍‌ଡାଉନ୍‌କୁ ମାନୁ ନାହାନ୍ତି ତାଙ୍କୁ ଏହି ମାଫିଆ ହତ୍ୟା କରୁଛନ୍ତି। ଏପର୍ଯ୍ୟନ୍ତ ଲକ୍‌ଡାଉନ୍‌ ଯୋଗୁଁ 8 ଜଣଙ୍କ ହତ୍ୟା କରାଯାଇଥିବାର ସୂଚନା ରହିଛି।

ଦ ଗାର୍ଜିଅନ୍‌ରେ ପ୍ରକାଶିତ ଏକ ଖବର ଅନୁସାରେ ହତିଆରଧାରୀ ଏହି ଡ୍ରଗ୍‌ ମାଫିଆମାନେ ସମୂହ ଲୋକଙ୍କୁ ହ୍ବାଟସ୍‌ଆପ୍‌ ଓ ପ୍ରଚାର ପତ୍ର ଜରିଆରେ ଲକ୍‌ଡାଉନ୍‌ ନିୟମକୁ ଶକ୍ତ ରୂପେ ପାଳନ କରିବାକୁ ନିର୍ଦ୍ଦେଶ ଦେଉଛନ୍ତି । ଏହି ଡ୍ରଗ୍‌ ମାଫିଆମାନେ ଗ୍ରାମୀଣ ଅଞ୍ଚଳରେ ଅତ୍ୟାଚାର କରୁଥିବାର ମଧ୍ୟ ସୂଚନା ରହିଛି । ଏଠାରେ ରହିଥିବା ତୁମାକୋ ସହରରେ ଅଧିକାଂଶ ସମୟ ମାଫିଆ ଓ ପୋଲିସ୍‌ଙ୍କ ମଧ୍ୟରେ ହିଂସା ହେଉଥିବାର ସୂଚନା ରହିଛି ।

ଏହି ସହରରେ ଡ୍ରଗ୍‌ ମାଫିଆମାନେ ସାଧାରଣ ଜନତାଙ୍କୁ ନଦୀରୁ ମାଛ ଧରିବାକୁ ବାରଣ କରିଥିବାବେଳେ ସନ୍ଧ୍ୟା 5ଟା ପରେ ଦୋକାନ ବଜାର ଖୋଲିବାକୁ ବନ୍ଦ କରିଛନ୍ତି । ସେହିପରି ଏହି ସମୟରେ କେହି ଠେଲା ଗାଡି ଦ୍ବାରା ମଧ୍ୟ ବ୍ୟବସାୟ କରିପାରିବେ ନାହିଁ ବୋଲି ନିର୍ଦ୍ଦେଶ ଦେଇଛନ୍ତି । ଯିଏ ଏହି ନିୟମ ନ ମାନୁଛନ୍ତି ତାଙ୍କୁ ଗୁଳି ମାରି ଉଡାଇ ଦେଉଛନ୍ତି।

Lockdown
Share. Facebook Twitter LinkedIn Email WhatsApp Copy Link

Related Posts

ଜେଲ ଯିବେ ତରୁଣ ତେଜପାଲ: ଝଟକା ଦେଲେ ସୁପ୍ରିମକୋର୍ଟ

August 25, 2026

ସଙ୍କଟ ସମୟରେ ଭାରତକୁ ସବୁକିଛି ଯୋଗାଇବ ରୁଷ: ପୁଟିନ ଦେଲେ ବଡ଼ ପ୍ରତିଶ୍ରୁତି

August 25, 2026

ମନୁସ୍ମୃତି ଉପରେ ବୟାନ ପାଇଁ ଶଙ୍କରାଚାର୍ଯ୍ୟ କ୍ଷୁବ୍ଧ: ରାହୁଲ ଗାନ୍ଧୀଙ୍କୁ ଦେଲେ ଚେତାବନୀ

August 25, 2026

ଟିଏମସି ବିଦ୍ରୋହୀଙ୍କୁ ଝଟକା!: ଅଭିଷେକ ବାନାର୍ଜୀଙ୍କ ଆବେଦନ ଉପରେ ନୋଟିସ ଜାରି କଲେ ସୁପ୍ରିମକୋର୍ଟ

August 25, 2026
Latest News

ଜେଲ ଯିବେ ତରୁଣ ତେଜପାଲ: ଝଟକା ଦେଲେ ସୁପ୍ରିମକୋର୍ଟ

August 25, 2026

ସଙ୍କଟ ସମୟରେ ଭାରତକୁ ସବୁକିଛି ଯୋଗାଇବ ରୁଷ: ପୁଟିନ ଦେଲେ ବଡ଼ ପ୍ରତିଶ୍ରୁତି

August 25, 2026

ମନୁସ୍ମୃତି ଉପରେ ବୟାନ ପାଇଁ ଶଙ୍କରାଚାର୍ଯ୍ୟ କ୍ଷୁବ୍ଧ: ରାହୁଲ ଗାନ୍ଧୀଙ୍କୁ ଦେଲେ ଚେତାବନୀ

August 25, 2026

ଟିଏମସି ବିଦ୍ରୋହୀଙ୍କୁ ଝଟକା!: ଅଭିଷେକ ବାନାର୍ଜୀଙ୍କ ଆବେଦନ ଉପରେ ନୋଟିସ ଜାରି କଲେ ସୁପ୍ରିମକୋର୍ଟ

August 25, 2026

ରକ୍ଷାବନ୍ଧନ ପୂର୍ବରୁ ୯୫୫ କିଲୋଗ୍ରାମ ଅପମିଶ୍ରଣ କ୍ରିମ୍ ଜବତ: କାରଖାନା ସିଲ୍

August 25, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.