ଭୁବନେଶ୍ବର : ଆଜି ପୁଣି 4 ଜଣଙ୍କ ମୁଣ୍ଡ ନେଇଛି କରୋନା । ମୃତକଙ୍କ ମଧ୍ୟରେ ଗଞ୍ଜାମରୁ 2 ଜଣ ଥିବାବେଳେ ଗଜପତି ଓ ଅନୁଗୁଳରୁ ଜଣେ ଲେଖାଏଁ ରହିଛନ୍ତି ବୋଲି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର ବିଭାଗ ସୂଚନା ଦେଇଛି ।
ଆଜି ଗଞ୍ଜାମରୁ ଦୁଇ ଜଣ ମୃତ୍ୟୁ ହୋଇଥିବାବେଳେ ଗଞ୍ଜାମରେ ମୃତକଙ୍କ ସଂଖ୍ୟା 50କୁ ବୃଦ୍ଧି ହୋଇଥିବାବେଳେ ରାଜ୍ୟରେ ମୃତକଙ୍କ ସଂଖ୍ୟା 83କୁ ବୃଦ୍ଧି ହୋଇଛି ।
ଗଞ୍ଜାମରେ ମୃତ୍ୟୁବରଣ କରିଥିବା ମୃତକଙ୍କ ମଧ୍ୟରେ ଜଣେ 57 ବର୍ଷୀୟ ପୁରୁଷ ଥିବାବେଳେ ସେ ଡାଇବେଟିସ୍ରେ ପୀଡ଼ିତ ଥିଲେ ବୋଲି ସୂଚନା ରହିଛି । ସେହିପରି ଅନ୍ୟ ଆକ୍ରାନ୍ତ ଜଣକ 60 ବର୍ଷୀୟ ପୁରୁଷ ହୋଇଥିବାବେଳେ ସେ କିଡ୍ନୀ ରୋଗରେ ପୀଡ଼ିତ ଥିଲେ ।
ଅନୁଗୁଳ ଜିଲ୍ଲାରୁ ମୃତ୍ୟୁବରଣ କରିଥିବା ଆକ୍ରାନ୍ତ ଜଣକ ବୟସ 66 ବର୍ଷ ବୋଲି ଜଣାପଡିଥିବାବେଳେ ସେ ନ୍ୟୁରୋଏଣ୍ଡ୍ରୋକ୍ରାଇନ୍ ଟ୍ୟୁମୋରରେ ପୀଡ଼ିତ ଥିଲେ । ସେହିପରି ଗଜପତି ଜିଲ୍ଲାରୁ କରୋନାରେ ମୃତ୍ୟୁବରଣ କରିଥିବା ଆକ୍ରାନ୍ତଜଣଙ୍କ ବୟସ 56 ବର୍ଷ । ସେ ଡାଇବେଟିସ୍ ସହିତ ହୃଦ୍ ରୋଗରେ ପୀଡ଼ିତଥିଲେ ।
ରାଜ୍ୟରେ କରୋନାରେ ଆକ୍ରାନ୍ତ ହୋଇ ସୁଦ୍ଧା ଅନ୍ୟ ରୋଗରେ ମୃତ୍ୟୁବରଣ କରିଥିବା ସଂଖ୍ୟା 26କୁ ବୃଦ୍ଧି ହୋଇଛି ।
ସେହିପରି ଆଜି ଆଉ ଦୁଇଜଣ କରୋନାରେ ଆକ୍ରାନ୍ତ ହୋଇ ସୁଦ୍ଧା ଅନ୍ୟ ରୋଗରେ ମୃତ୍ୟୁବରଣ କରିଥିବାର ସୂଚନା ଦେଇଛି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ଏହି ଦୁଇ ମୃତକଙ୍କ ମଧ୍ୟରେ ଜଣେ ଯାଜପୁରର 62 ବର୍ଷୀୟା ମହିଳା ରହିଛନ୍ତି । ଅନ୍ୟ ଜଣେ ଭଦ୍ରକର 55 ବର୍ଷୀୟ ପୁରୁଷ ରହିଛନ୍ତି ।