
ରମେଶ ମହାନ୍ତି
ଜଗତସିଂହପୁର: 22 ଦିନ ପାଇଁ ସଟ୍ଡାଉନ୍ ହେବ ପାରାଦୀପ ଆଇଓସିଏଲ୍। ଜୁଲାଇ 25ରୁ ଅଗଷ୍ଟ 15 ତାରିଖ ଯାଏଁ ସଟ୍ଡାଉନ୍ ହେବା ପାଇଁ ନିଷ୍ପତ୍ତି ନିଆଯାଇଛି। ଆଇଓସିଏଲ୍ ତୈଳ ବିଶୋଧାନାଗାର ସଟ୍ଡାଉନ୍ ନେଇ ଜିଲ୍ଲାପାଳ ଏକ ଭିଡିଓ ବାର୍ତ୍ତା ଜାରି କରିଛନ୍ତି। ମେଣ୍ଟୋନାନ୍ସ କାର୍ଯ୍ୟ ପାଇଁ ସଟ୍ଡାଉନ୍ କରାଯିବ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି। 2018 ମାର୍ଚ୍ଚ ପରଠାରୁ ଏଯାବତ୍ ମେଣ୍ଟେନାନ୍ସ ହୋଇନି। ଏବେ ମେଣ୍ଟେନାନ୍ସ କାର୍ଯ୍ୟ କରାଯିବ। ସମସ୍ତ ପ୍ରସ୍ତୁତି କରାଯାଇଛି। ଏହି ମେଣ୍ଟେନାନ୍ସ କାର୍ଯ୍ୟରେ ଆଇଓସିଏଲ୍ ଆଖପାଖ ଗାଁରେ 7 ଶହରୁ 8 ଶହ ଲୋକ ବି କାମ କରିବେ। ସଟ୍ଡାଉନ୍ ବେଳେ ଭିଡ ଏଡାଇବାକୁ ଆଇଓସିଏଲ୍ ପାଖରେ 144 ଲାଗିବ ବୋଲି ସୂଚନା ରହିଛି।
ଆଇଓସିଏଲ୍ ସଟ୍ଡାଉନ୍ ସମୟରେ କରୋନା ଗାଇଡଲାଇନ୍ ପାଳନ ହେବା ସହ ସହଯୋଗ କରିବାକୁ ଜିଲ୍ଲାପାଳ ଆହ୍ବାନ କରିଛନ୍ତି। ଆଇଓସିଏଲ୍ରେ ରହିଥିବା ପ୍ରଫେସନାଲ୍ ଟେକ୍ନିକାଲ୍ ଇଞ୍ଜିନିୟରମାନଙ୍କର ସ୍ବାବ ଟେଷ୍ଟ କରାଯାଉଛି। ଜିଲ୍ଲା ପ୍ରଶାସନ ତରଫରୁ 2ଟି ଟିମ୍ ସ୍ବାବ୍ ସଂଗ୍ରହ କରୁଛନ୍ତି ବୋଲି ସୂଚନା ରହିଛି।