ଆଜି କଟକରୁ 11 ପଜିଟିଭ୍‌ ଚିହ୍ନଟ

Published: Jul 18, 2020, 3:32 pm IST

କଟକ : କଟକ ସହରରୁ ଆଜି ଆଉ 11 କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରେ 6 ସରକାରୀ କ୍ବାରେଣ୍ଟାଇନରୁ ହୋମ୍‌ କ୍ବାରେଣ୍ଟାଇନ୍‌ରୁ 3ଜଣ, 2 ଜଣ ଲୋକାଲ୍‌ କେସ୍‌ ବୋଲି ଜଣାପଡିଛି । ଏମାନଙ୍କ ମଧ୍ୟରେ ପୁରୁଣା ରାଉସାପାଟଣାରୁ 2 ଜଣ ରହିଥିବାବେଳେ ଖପୁରିଆରୁ ଜଣେ ଚିହ୍ନଟ ହୋଇଛନ୍ତି ।  ସେହିପରି ବକ୍ସିବଜାରରୁ ଜଣେ ଥିବାବେଳ ଯୋବା ପାରେଶ୍ବର ସାହିରୁ ଜଣେ । ଏସ୍‌ସିବି ମେଡ଼ିକାଲ ଆଇସୋଲେସନ୍‌ ଓ୍ବାର୍ଡରୁ ଜଣେ ଚିହ୍ନଟ ହୋଇଛି । ଅନ୍ୟ ଜିଲ୍ଲାରୁ ଫେରି କ୍ବାରେଣ୍ଟିନ୍‌ରେ ଥିବା 5 ଆକ୍ରାନ୍ତ ଚିହ୍ନଟ ।

ଆଜି ନୂତନ 11 ଆକ୍ରାନ୍ତ ଚିହ୍ନଟ ହେବା ପରେ ମୋଟ୍‌ ଆକ୍ରାନ୍ତ 334ରେ ପହଞ୍ଚିଛି । ସୁସ୍ଥ ହୋଇଛନ୍ତି 188 ଜଣ । ସେହିପରି ଏହି ଜିଲ୍ଲାରେ 7ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ସକ୍ରିୟ ରହିଛନ୍ତି 139 ଜଣ ।

Related posts