
ଭୁବନେଶ୍ବର : ଆଜି ରାଜ୍ୟରେ 736 ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । 25ଟି ଜିଲ୍ଲାରୁ ମୋଟ୍ 736 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗଞ୍ଜାମରୁ ସର୍ବାଧିକ 247 ଜଣ ଚିହ୍ନଟ ହୋଇଥିବାବେଳେ ଖୋର୍ଦ୍ଧାରୁ 107, କୋରାପୁଟରୁ 45, ଜଗତସିଂହପୁର ଓ ଯାଜପୁରରୁ 40 ଜଣ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗଜପତିରୁ 39, ବାଲେଶ୍ବରରୁ 33, କଟକରୁ 27, ସମ୍ବଲପୁରରୁ 25, ଅନୁଗୁଳୁରୁ 22, ମାଲ୍କାନଗିରିରୁ 18, ସୁନ୍ଦରଗଡରୁ 17 , ପୁରୀରୁ 14, ମୟୂରଭଞ୍ଜରୁ 12, ନୟାଗଡରୁ10, ରାୟଗଡା ଓ ବୌଦ୍ଧରୁ 8 ଜଣ ଲେଖାଏଁ ଚିହ୍ନଟ ହୋଇଥିବାବେଳେ କେନ୍ଦ୍ରାପଡାରୁ 7, ଭଦ୍ରକରୁ 5, ବଲାଙ୍ଗିରରୁ 4 ଜଣ ଚିହ୍ନଟ ହୋଇଛନ୍ତି । ବରଗଡରୁ 3, କଳାହାଣ୍ଡିରୁ 2 ଜଣ ରହିଛନ୍ତି । ସେହିପରି ନବରଙ୍ଗପୁର, କେଉଁଝର, ଢେଙ୍କାନାଳରୁ ଜଣେ ଲେଖାଏଁ ରହିଛନ୍ତି ।