Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ପ୍ରବଳ ବର୍ଷା ଯୋଗୁଁ ଦିଲ୍ଲୀରେ କୃତ୍ରିମ ବନ୍ୟା ପରିସ୍ଥିତି: ଜଣକର ମୃତ୍ୟୁ
ଆଜିର ଖବର

ପ୍ରବଳ ବର୍ଷା ଯୋଗୁଁ ଦିଲ୍ଲୀରେ କୃତ୍ରିମ ବନ୍ୟା ପରିସ୍ଥିତି: ଜଣକର ମୃତ୍ୟୁ

July 19, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଳୀ ସମେତ ଏନ୍‌ସିଆରରେ ରବିବାର ସକାଳେ ଖୁବ୍‌ ଜୋର୍‌ରେ ବର୍ଷା ହେବାରୁ କିଛି ଅଞ୍ଚଳରେ ଜଳାର୍ଣ୍ଣବ ହୋଇଥିବାବେଳେ କୃତ୍ରିମ ବନ୍ୟା ପରିସ୍ଥିତି ଉପୁଜିଛି ।  ଲଗାତାର ବର୍ଷା ଯୋଗୁଁ ରାଜଧାନୀ ଦିଲ୍ଳୀ ମିଣ୍ଟୋ ରୋଡ୍‌ ଅଞ୍ଚଳ ଜଳବନ୍ଦୀ ହୋଇଛି । ଫଳରେ ଜଣକର ମୃତ୍ୟୁ ଘଟିଥିବାର ସୂଚନା ରହିଛି ।

ମିଳିଥିବା ସୂଚନା ଅନୁସାରେ ରବିବାର ମିଣ୍ଟୋ ରୋଡ୍‌ସ୍ଥିତ ପୋଲ ତଳେ ପାଣିରେ ବୁଡି ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ସୂଚନା ମୁତାବକ, ପ୍ରବଳ ବର୍ଷା ଯୋଗୁଁ ଅଞ୍ଚଳ ଜଳବନ୍ଦୀ ହୋଇ ରହିଥିବା ବେଳେ ଏକ ଡିଟିସ ବସ୍‌ ଏବଂ ଏକ ଅଟୋ ରିକ୍ସା ପାଣିରେ ଫସି ରହିଥିଲା । ସୂଚନା ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା । ବସ୍‌ ଭିତରେ ଫଶି ରହିଥିବା ଡ୍ରାଇଭର, କଣ୍ଡକ୍ଟର ଓ ଅଟୋ ଡ୍ରାଇଭରଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଥିଲା ।

ତେବେ ସେଠାରେ ଏକ ମୃତଦେହ ପାଣିରେ ଭାସୁଥିବାର ଅବସ୍ଥାରେ ଉଦ୍ଧାର କରାଯାଇଛି । ମୃତକ ଜଣକ କୁନ୍ଦନ ସିଂ ବୋଲି ସୂଚନା ରହିଥିବାବେଳେ ସେ ଜଣେ ଅଟୋ ଡ୍ରାଇଭର ଥିଲେ ବୋଲି ଜଣାପଡିଛି । ସେ ଦିଲ୍ଲୀରୁ କନାସ ପ୍ଲେସରୁ ଆସୁଥିଲେ ଆଉ ମିଣ୍ଟୋ ରୋଡ୍‌ ବ୍ରିଜ୍‌ ତଳେ ପାଣିରେ ଫସି ଯାଇଥିବାରୁ ତାଙ୍କର ମୃତ୍ୟୁ ଘଟିଛି ।

delhi floodinafganistan
Share. Facebook Twitter LinkedIn Email WhatsApp Copy Link

Related Posts

ଖୁବ ଶୀଘ୍ର ପୂରଣ ହେବ ହାଇକୋର୍ଟ ବିଚାରପତି ପଦବୀ

August 17, 2026

ରାଞ୍ଚିରେ ଛାତ୍ର ଆନ୍ଦୋଳନର ବଡ଼ ପ୍ରଭାବ: JSSC CGL ପରୀକ୍ଷା ବାତିଲ

August 17, 2026

ଏୟାରଟେଲ ବ୍ୟାଙ୍କରୁ ଇସ୍ତଫା ଦେଲେ ସୁନୀଲ ମିତ୍ତଲ: ଏବେ କିଏ ଦାୟିତ୍ୱ ନେବେ?

August 17, 2026

ଆଇଏସଆଇ-ସମର୍ଥିତ ‘ଶହଜାଦ ଭଟ୍ଟି ନେଟୱର୍କ’ ଧ୍ୱଂସ: ୨୦୦ରୁ ଅଧିକ ଗିରଫ

August 17, 2026
Latest News

ଖୁବ ଶୀଘ୍ର ପୂରଣ ହେବ ହାଇକୋର୍ଟ ବିଚାରପତି ପଦବୀ

August 17, 2026

ରାଞ୍ଚିରେ ଛାତ୍ର ଆନ୍ଦୋଳନର ବଡ଼ ପ୍ରଭାବ: JSSC CGL ପରୀକ୍ଷା ବାତିଲ

August 17, 2026

ଏୟାରଟେଲ ବ୍ୟାଙ୍କରୁ ଇସ୍ତଫା ଦେଲେ ସୁନୀଲ ମିତ୍ତଲ: ଏବେ କିଏ ଦାୟିତ୍ୱ ନେବେ?

August 17, 2026

ଆଇଏସଆଇ-ସମର୍ଥିତ ‘ଶହଜାଦ ଭଟ୍ଟି ନେଟୱର୍କ’ ଧ୍ୱଂସ: ୨୦୦ରୁ ଅଧିକ ଗିରଫ

August 17, 2026

ଭଦ୍ରକରେ ବନ୍ୟା ପାଇଁ ସ୍କୁଲ ଛୁଟି: ୬ ବ୍ଲକର ୨୬୮ ସ୍କୁଲ ଓ ୫୬୭ ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ ରହିବ

August 17, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.