Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»କେବଳ ଗୋଟିଏ ଭୁଲ୍‌ ପାଇଁ କାଳ ହେଲା କରୋନା : ଗୋଟିଏ ପରିବାରର ପାଞ୍ଚ ଜଣ ସଦସ୍ୟଙ୍କ କରୋନାରେ ମୃତ୍ୟୁ
ଆଜିର ଖବର

କେବଳ ଗୋଟିଏ ଭୁଲ୍‌ ପାଇଁ କାଳ ହେଲା କରୋନା : ଗୋଟିଏ ପରିବାରର ପାଞ୍ଚ ଜଣ ସଦସ୍ୟଙ୍କ କରୋନାରେ ମୃତ୍ୟୁ

July 19, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଝାଡଖଣ୍ଡ : ଝାଡଖଣ୍ଡର କୋଏଲା ନଗରୀ ଧନବାଦର ଏକ ପରିବାରର କରୋନା ସଂକ୍ରମଣ ତଥା ଏହି ମହମାରୀ କରୋନାର ଗାଇଡଲାଇନ୍‌କୁ ଅଣଦେଖା କରିବା ବେଶ୍‌ ମହଙ୍ଗା ସାବ୍ୟସ୍ତ ହୋଇଛି । କରୋନା ସଂକ୍ରମଣ ଯୋଗୁଁ ଗୋଟିଏ ପରିବାରର ପାଞ୍ଚଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଅନ୍ୟ ଜଣେ ସଦସ୍ୟ ହସ୍ପିଟାଲରେ ମୃତ୍ୟୁ ସହିତ ଲଢେଇ କରୁଛନ୍ତି ।

ମିଳିଥିବା ସୂଚନା ଅନୁସାରେ କତରାସର ଚୌଧୁରୀ ପରିବାରର ସବୁଠୁ ବୃଦ୍ଧା ମହିଳା ଜୁନ୍‌ 27 ତାରିଖରେ ଏକ ବିବାହ ସମାରୋହରେ ସାମିଲ୍‌ ହେବା ପାଇଁ ଦିଲ୍ଲୀ ଯାଇଥିଲେ । ସେଠାରୁ ସେ ଫେରିବା ପରେ ଏହି 90 ବର୍ଷୀୟା ବୃଦ୍ଧାଙ୍କର ସ୍ବାସ୍ଥ୍ୟ ଖରାପ ହୋଇଥିଲା । ତାଙ୍କୁ ହସ୍ପିଟାଲ ନେବା ପରେ ସେ କରୋନା ସଂକ୍ରମିତ ହୋଇଥିବାର ସୂଚନା ମିଳିଥିଲା । ଚିକିତ୍ସାଧୀନ ଅବସ୍ଥାରେ ସମ୍ପୃକ୍ତା ବୃଦ୍ଧାଙ୍କର ଜୁଲାଇ 4 ତାରିଖରେ ମୃତ୍ୟୁ ହୋଇଥିଲା ।  ଏହାପରେ ବୃଦ୍ଧାଙ୍କ ପୂରା ପରିବାର ସଦସ୍ୟଙ୍କର କରୋନା ଯାଞ୍ଚ ହୋଇଥିଲା । ଏହାପରେ ବୃଦ୍ଧାଙ୍କ ଦୁଇ ପୁତ୍ରଙ୍କ ରିପୋର୍ଟ ପଜିଟିଭ୍‌ ଆସିଥିଲା । ତେବେ ଦୁଇ ପୁତ୍ର ମଧ୍ୟ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁବରଣ କରିଥିଲେ । ଏହାପରେ ମହିଳାଙ୍କ ଆଉ ଦୁଇ ପୁତ୍ର ମଧ୍ୟ ଅସୁସ୍ଥ ହୋଇଥିଲେ । ଦୁହେଁ କରୋନା ଡର ଓ ଡିପ୍ରେସନ୍‌ ଯୋଗୁଁ ତାଙ୍କର ମୃତ୍ୟୁ ଘଟିଥିଲା।

ମାତ୍ର 12 ଦିନ ଭିତରେ ଏହି ପରିବାରର ପାଞ୍ଚଜଣଙ୍କର କରୋନା ଭାଇରସ୍‌ଯ ଯୋଗୁଁ ଜୀବନ ଚାଲିଯାଇଛି । ବୃଦ୍ଧାଙ୍କ ପଞ୍ଚମ ପୁତ୍ର ମଧ୍ୟ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ସେ ରାଜଧାନୀ ରାଞ୍ଚିର ଏକ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ତେବେ ବୃଦ୍ଧା ମହିଳାଙ୍କ ମୃତ୍ୟୁ ପରେ ଧାନବାଦଠାରେ ରହୁଥିବା ସମସ୍ତ ବୃଦ୍ଧ ଲୋକଙ୍କର ଯାଞ୍ଚ କରାଯାଇଛି । ତେବେ ବୃଦ୍ଧାଙ୍କ ଆଉ ଏକ ପୁତ୍ର ଦିଲ୍ଲୀରେ ରହୁଥିବାର ସୂଚନା ରହିଛି ।

ବୟସାଧିକ୍ୟ ହେବା ସତ୍ତ୍ବେ ବୃଦ୍ଧା ମହିଳା ଜଣକ ନିଜ ନାତିର ବାହାଘରରେ ସାମିଳ୍‌ ହେବା ପାଇଁ ଦିଲ୍ଲୀ ଯାଇଥିଲେ । ପୁନଶ୍ଚ ତାଙ୍କର କରୋନା ଜନିତ ମୃତ୍ୟୁ ହେବା ପରେ ମଧ୍ୟ କୋଭିଡ୍‌ ଗାଇଡ ଲାଇନ୍‌ ଅନୁସାରେ ଅନ୍ତିମ ସଂସ୍କାର ନ କରି ସାଧାରଣ ଭାବରେ ଅନ୍ତିମ ସଂସ୍କାର କରାଯାଇଥିଲା । ଯାହା ଫଳରେ କରୋନା ଅନ୍ୟମାନଙ୍କୁ ସଂକ୍ରମଣ ହୋଇଥିଲା । ଯାହାର ପରିଣତି ସ୍ବରୂପ ଗୋଟିଏ ପରିବାରର ପାଞ୍ଚ ଜଣଙ୍କର କରୋନା ଯୋଗୁଁ ମୃତ୍ୟୁ ହୋଇଛି ।  (ଏଜେନ୍ସି)

କରୋନା ମୃତ୍ୟୁ
Share. Facebook Twitter LinkedIn Email WhatsApp Copy Link

Related Posts

ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ବଡ ଘୋଷଣା

May 12, 2026

ରଣପୁରରେ ଦୁଇ ଶିକ୍ଷକ-ଶିକ୍ଷୟତ୍ରୀଙ୍କ ପରଲୋକ: ଶିକ୍ଷା ମହଲରେ ଶୋକର ଛାୟା

May 12, 2026

ନିଟ୍‌-ୟୁଜି ୨୦୨୬ ପରୀକ୍ଷା ବାତିଲକୁ ନେଇ ସରକାରଙ୍କୁ ସମାଲୋଚନା କଲେ ନବୀନ

May 12, 2026

ଯୁବକକୁ ଗୋଡ଼ାଇ ଗୋଡ଼ାଇ ମରଣାନ୍ତକ ଆକ୍ରମଣ

May 12, 2026
Latest News

ଆଜି ମଇ ୧୩ ତାରିଖରେ ଏହି ସାତୋଟି ରାଶି ପାଇଁ ରହିଛି ଅନୁକୂଳ ପରିବେଶ

May 13, 2026

ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ବଡ ଘୋଷଣା

May 12, 2026

ରଣପୁରରେ ଦୁଇ ଶିକ୍ଷକ-ଶିକ୍ଷୟତ୍ରୀଙ୍କ ପରଲୋକ: ଶିକ୍ଷା ମହଲରେ ଶୋକର ଛାୟା

May 12, 2026

ନିଟ୍‌-ୟୁଜି ୨୦୨୬ ପରୀକ୍ଷା ବାତିଲକୁ ନେଇ ସରକାରଙ୍କୁ ସମାଲୋଚନା କଲେ ନବୀନ

May 12, 2026

ଯୁବକକୁ ଗୋଡ଼ାଇ ଗୋଡ଼ାଇ ମରଣାନ୍ତକ ଆକ୍ରମଣ

May 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.