ଚନ୍ଦନ କାଠ ତସ୍କର ବୀରାପାନର ଝିଅ ବିଦ୍ୟା ଏବେ ତାମିଲନାଡୁ ଯୁବ ବିଜେପିର ଉପସଭାପତି

Published: Jul 20, 2020, 2:49 pm IST

ଚେନ୍ନାଇ: କୁଖ୍ୟାତ ଚନ୍ଦନକାଠ ତସ୍କର ବୀରାପାନ୍‌। ଯାହାଙ୍କ ନାଁ ଶୁଣିଲେ ଲୋକଙ୍କ ମନରେ ଆତଙ୍କ ଖେଳି ଯାଉଥିଲା, ଯାହାଙ୍କ ନାଁରେ ଥିଲା ଦେଢଶହରୁ ଅଧିକ ନରହତ୍ୟା ମାମଲା, ଆଜି ସେହି ବୀରାପାନଙ୍କ ଝିଅ ବିଦ୍ୟା ବୀରାପାନଙ୍କୁ ମିଳିଛି ତାମିଲନାଡୁ ରାଜ୍ୟ ଯୁବ ବିଜେପି ଉପସଭାପତି ପଦବୀ।

ବୀ୍ରାପାନ୍‌ର ଝିଅ ତାମିଲନାଡୁ ଯୁବ ବିଜେପିର ଜଣେ ଛାମୁଆଁ ନେତ୍ରୀ ହେବା ଘଟଣା ରାଜ୍ୟ ରାଜନୀତିରେ ଚର୍ଚ୍ଚା ସୃଷ୍ଟି କରିଛି। ଦିନେ ଚନ୍ଦନକାଠ ଚୋରାଚାଲାଣ କରି ବୀରାପାନ ସମଗ୍ର ପଶ୍ଚିମଘାଟ ପର୍ବତମାଳାରେ କୁଖ୍ୟାତ ହୋଇ ଯାଇଥିଲା।

୨୦୦୪ରେ ପୁଲିସ ଗୁଳିରେ ବୀରାପାନର ମୃତ୍ୟୁ ହୋଇଥିଲା। ତେବେ ବୀରା‌ପାନର ୨୯ ବର୍ଷୀୟା ଝିଅ ବିଦ୍ୟା ବୀରାପାନ ଏବେ ତାମିଲନାଡୁ ରାଜ୍ୟ ଯୁବ ବିଜେପିର ଉପ ସଭାପତି ପଦ ସମ୍ଭାଳିଛନ୍ତି। ପୂର୍ବରୁ ବିଦ୍ୟା କ୍ରିଷ୍ଣଗିରିରେ ‘ସ୍କୁଲ୍‌ ଫର କିଡ୍‌ସ’ ନାମରେ ଏକ ଶିକ୍ଷାନୁଷ୍ଠାନ ପରିଚାଳନା କରିବା ସହ ସମାଜସେବାରେ ନିଜକୁ ନିୟୋଜିତ କରିଥିଲେ।

Related posts