ଭୁବନେଶ୍ବରରୁ ଆଜି 49 ନୂଆ କରୋନା ଆକ୍ରାନ୍ତ ଚିହ୍ନଟ, ଜାଣନ୍ତୁ କେଉଁଠୁ କେତେ

Published: Jul 20, 2020, 4:35 pm IST

ଭୁବନେଶ୍ବର, ଭୁବନେଶ୍ବର ମହାନଗର ଅଞ୍ଚଳରୁ ଆଜି 49 ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହି 49 ଆକ୍ରାନ୍ତଙ୍କ ସଂଗରୋଧ କେନ୍ଦ୍ରରୁ 34 ଜଣ ହୋଇଥିବା ବେଳେ ଲୋକାଲ କଣ୍ଟାକ୍ଟ କେସ୍ 15 ଜଣ ଚିହ୍ଟଟ ହୋଇଥିବା ଜଣାଯାଇଛି। ସହରର ବରମୁଣ୍ଡା, ଗଙ୍ଗନଗର, ୟୁନିଟ-3ରୁ ଜଣେ ଲେଖାଏଁ ଲୋକାଲ କେସ୍ ଚିହ୍ନଟ ହୋଇଥିବା ବେଳେ ଏଜି ଛକ ନିକଟ ସରକାରୀ ଅଫିସର ଜଣେ କର୍ମଚାରୀ ଆକ୍ରାନ୍ତ ହୋଇଛନ୍ତି।

Image

ବିଜେବି ନଗର, କାରଗିଲ ବସ୍ତି, ଲକ୍ଷ୍ମୀସାଗର, ଖଣ୍ଡଗିରି, ନୟାପଲ୍ଲୀ, ଭରତପୁରରୁ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆନ୍ଧ୍ର ଫେରନ୍ତା ଏକ ଘରୋଇ ମେଡିକାଲ କଲେଜର 3 କର୍ମଚାରୀ ଆକ୍ରାନ୍ତ ହୋଇଛନ୍ତି। ନୟାପଲ୍ଲୀରେ ଗୋଟିଏ ପରିବାରର 3 ମହିଳା ଓ ଜଣେ ପୁରୁଷ ସଂକ୍ରମିତ ହୋଇଛନ୍ତି। ମଞ୍ଚେଶ୍ବରରେ ପୂର୍ବରୁ ଆକ୍ରାନ୍ତ ହୋଇଥିବା ଲୋକଙ୍କ ସଂସ୍ପର୍ଶରେ ଆସି 5 ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି।

Image

ଏହାକୁ ମିଶାଇ ଭୁବନେଶ୍ବରରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 1231 ହୋଇଥିବା ବେଳେ ସୁସ୍ଥ ରୋଗୀଙ୍କ ସଂଖ୍ୟା 576 ରହିଛି। ଏଯାବତ୍ 11 ଜଣଙ୍କର କରୋନାରେ ମୃତ୍ୟୁ ଘଟିଥିବା ବେଳେ 642ଟି ସକ୍ରିୟ କେସ୍ ରହିଛି।

Related posts