ପାଇଲଟଙ୍କୁ ନିକମା କହିଲେ ଗେହଲଟ୍, ଆଉ କ’ଣ କହିଲେ ପଢନ୍ତୁ

Published: Jul 20, 2020, 5:12 pm IST

ଜୟପୁର, ରାଜସ୍ଥାନରେ ରାଜନୈତିକ ହଟଚମଟ ଚାଲିଥିବା ବେଳେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ତାଙ୍କର ରାଜନୈତିକ ପ୍ରତିଦ୍ବନ୍ଦ୍ବୀ ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ସଚିନ ପାଇଲଟଙ୍କୁ ଆଉ ଏକ କଡା ବାଣ ମାରିଛନ୍ତି। କହିଛନ୍ତି, ପାଇଲଟ୍ ଜଣେ ନିକମା ଓ ନକାରାତ୍ମକ ବ୍ୟକ୍ତି। ପାଇଲଟ ନିଜେ ହିଁ ନିଜ ସରକାର ଭାଙ୍ଗିବାକୁ ଅତି ନୀଚ ଉଦ୍ୟମ କରୁଥବା ଗେହଲଟ କହିଛନ୍ତି।

ଗଣମାଧ୍ୟମ ପ୍ରତିନିଧିଙ୍କ ସହିତ ଆଲୋଚନା ବେଳେ ସେ କହିଛନ୍ତି, ଏବେ ଦଳରେ ପାଇଲଟଙ୍କ ପ୍ରତି ଆଉ କାହାରି ସମ୍ମାନ ନାହିଁ। ବିଜେପିକୁ ଖୁସି କରିବା ପାଇଁ ସେ ନିଜ ଦଳକୁ ଦୁର୍ବଳ କରିବାରେ ଲାଗିଛନ୍ତି। ମୁଖ୍ୟମନ୍ତ୍ରୀ ଆହୁରି ବି କହିଛନ୍ତି ଯେ, ପାଇଲଟଙ୍କ ଶିବିରରେ ଥିବା କିଛି ବିଧାୟକ ଏବେ କହିଛନ୍ତି ଯେ, ସେମାନଙ୍କ ମୋବାଇଲ ଫୋନ ବଳପୂର୍ବକ ସେମାନଙ୍କ ଠାରୁ ଛଡାଇ ନିଆଯାଇଛି। ସେମାନେ ବର୍ତ୍ତମାନ ଦଳକୁ ଫେରି ଆସିବାକୁ ଚାହୁଁଛନ୍ତି। ‘ସତ୍ୟମେବ ଜୟତେ’ କହିବା ସହ ଗେହଲଟ ତାଙ୍କ ଭାଷଣ ଶେଷ କରିଥିଲେ। (ଏଜେନସି)

Related posts