Categories
ଆଜିର ଖବର ଜାତୀୟ ଖବର

ପାଇଲଟ ଗୋଷ୍ଠୀକୁ ରାଜସ୍ଥାନ ହାଇକୋର୍ଟରୁ ଆଶ୍ବସ୍ତି, ଗେହଲଟଙ୍କୁ ଧକ୍କା

ଜୟପୁର, ସଚିନ ପାଇଲଟ ଓ ତାଙ୍କୁ ସମର୍ଥନ କରୁଥିବା 18 ବିଦ୍ରୋହୀ ବିଧାୟକ ରାଜସ୍ଥାନ ହାଇକୋର୍ଟରୁ ଆଶ୍ବସ୍ତି ପାଇଛନ୍ତି। ବିଧାନସଭା ବାଚସ୍ପତି ଏହିସବୁ ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା କରି ଦେଇଥିବା ନୋଟିସ୍‌କୁ ବର୍ତ୍ତମାନ ସ୍ଥଗିତ ରଖାଯାଇଛି ।

କୋର୍ଟଙ୍କ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ବିଧାନସଭା ବାଚସ୍ପତି 18 ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା କରିପାରିବେ ନାହିଁ। ଏଥିସହିତ ରାଜସ୍ଥାନ ହାଇକୋର୍ଟ ଏହି ମାମଲାରେ କେନ୍ଦ୍ର ସରକାରଙ୍କୁ ପକ୍ଷଭୁକ୍ତ କରିବା ପାଇଁ ସଚିନ ପାଇଲଟ କରିଥିବା ଆବେଦନକୁ ସ୍ବୀକାର କରିଛନ୍ତି । ପାଇଲଟ ଏବଂ ତାଙ୍କ ସମର୍ଥକ ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା କରିବା ନେଇ ଶୁକ୍ରବାର ହାଇକୋର୍ଟରେ ଶୁଣାଣି ହୋଇଛି।

Categories
ଆଜିର ଖବର ଜାତୀୟ ଖବର

ପାଇଲଟଙ୍କୁ ନିକମା କହିଲେ ଗେହଲଟ୍, ଆଉ କ’ଣ କହିଲେ ପଢନ୍ତୁ

ଜୟପୁର, ରାଜସ୍ଥାନରେ ରାଜନୈତିକ ହଟଚମଟ ଚାଲିଥିବା ବେଳେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ତାଙ୍କର ରାଜନୈତିକ ପ୍ରତିଦ୍ବନ୍ଦ୍ବୀ ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ସଚିନ ପାଇଲଟଙ୍କୁ ଆଉ ଏକ କଡା ବାଣ ମାରିଛନ୍ତି। କହିଛନ୍ତି, ପାଇଲଟ୍ ଜଣେ ନିକମା ଓ ନକାରାତ୍ମକ ବ୍ୟକ୍ତି। ପାଇଲଟ ନିଜେ ହିଁ ନିଜ ସରକାର ଭାଙ୍ଗିବାକୁ ଅତି ନୀଚ ଉଦ୍ୟମ କରୁଥବା ଗେହଲଟ କହିଛନ୍ତି।

ଗଣମାଧ୍ୟମ ପ୍ରତିନିଧିଙ୍କ ସହିତ ଆଲୋଚନା ବେଳେ ସେ କହିଛନ୍ତି, ଏବେ ଦଳରେ ପାଇଲଟଙ୍କ ପ୍ରତି ଆଉ କାହାରି ସମ୍ମାନ ନାହିଁ। ବିଜେପିକୁ ଖୁସି କରିବା ପାଇଁ ସେ ନିଜ ଦଳକୁ ଦୁର୍ବଳ କରିବାରେ ଲାଗିଛନ୍ତି। ମୁଖ୍ୟମନ୍ତ୍ରୀ ଆହୁରି ବି କହିଛନ୍ତି ଯେ, ପାଇଲଟଙ୍କ ଶିବିରରେ ଥିବା କିଛି ବିଧାୟକ ଏବେ କହିଛନ୍ତି ଯେ, ସେମାନଙ୍କ ମୋବାଇଲ ଫୋନ ବଳପୂର୍ବକ ସେମାନଙ୍କ ଠାରୁ ଛଡାଇ ନିଆଯାଇଛି। ସେମାନେ ବର୍ତ୍ତମାନ ଦଳକୁ ଫେରି ଆସିବାକୁ ଚାହୁଁଛନ୍ତି। ‘ସତ୍ୟମେବ ଜୟତେ’ କହିବା ସହ ଗେହଲଟ ତାଙ୍କ ଭାଷଣ ଶେଷ କରିଥିଲେ। (ଏଜେନସି)