Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଦିନ ଦ୍ବିପ୍ରହରରେ ବାଣପୁରର ଝରଣା ଜଙ୍ଗଲରୁ ଶାଗୁଆନ୍‌ କାଠ ଚୋରି : ବନ ବିଭାଗର ଅପାରଗତା ଲାଗି ଅଟକ ଥିବା ଚୋରକୁ ଛାଡିଲେ ଗ୍ରାମବାସୀ
ଆଜିର ଖବର

ଦିନ ଦ୍ବିପ୍ରହରରେ ବାଣପୁରର ଝରଣା ଜଙ୍ଗଲରୁ ଶାଗୁଆନ୍‌ କାଠ ଚୋରି : ବନ ବିଭାଗର ଅପାରଗତା ଲାଗି ଅଟକ ଥିବା ଚୋରକୁ ଛାଡିଲେ ଗ୍ରାମବାସୀ

July 20, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ସୀତାରାମ ଅଗ୍ରଓ୍ବାଲ

ବାଣପୁର : ଶାଗୁଆନ କାଠ ଚୋରି କରୁଥିବା ସମୟରେ ଗ୍ରାମବାସୀମାନେ ଏକ ଚୋରକୁ କାବୁକରି  ଅଟକ ରଖିବା ପରେ ବି  ବନବିଭାଗ କର୍ମଚାରୀ ୬ ଘଣ୍ଟା ଯାଏଁ  ଘଟଣାସ୍ଥଳରେ ନ ପହଞ୍ଚିବା ବଡ ବିଡମ୍ବନାର ବିଷୟ ।ଏପରି ଅଭାବନୀୟ ଘଟଣା ଘଟିଛି ଖୋର୍ଦ୍ଧା ଜିଲ୍ଲା ବାଣପୁର ଅଞ୍ଚଳରେ । ମିଳିଥିବା ସୂଚନା ଅନୁସାରେ ଆଜି ଅପରାହ୍ନ  ଚାରି ଘଟିକା  ସମୟରେ ବାଣପୁର ବ୍ଲକ ତୁମୁରାପୁଟ ପଞ୍ଚାୟତ ର ମୁକ୍ତାଦେଇପୁର ଗ୍ରାମ ନିକଟରେ ଥିବା  ‘ଝରଣା’ ଜଙ୍ଗଲ’ରୁ  ତିନି  ରୁ ଚାରି  ଜଣ ଦୁର୍ବୁତ୍ତ ଜଙ୍ଗଲରୁ ଶାଗୁଆନ୍‌ ଗଛ  କାଟି ଚୋରି କରୁଥିବା ସମୟରେ ଏହି ଜଙ୍ଗଲକୁ ତଦାରଖ କରୁଥିବା ମୁକ୍ତାଦେଇପୁର ଗ୍ରାମର  ମା’ମଙ୍ଗଳା ଭି.ଏସ୍‌.ଏସ  କମିଟି ଚୋରଙ୍କ ପିଛା କରିଥିଲେ । ପରିଶେଷରେ ଜଣେ ଚୋରକୁ ଧରିବାରେ ସଫଳ ହୋଇଥିଲେ । ୧0 ଟି ଶାଗୁଆନ ଗଛ ସହିତ ଚୋରକୁ ଅଟକ ରଖିଥିବାବେଳେ ଏନେଇ ବନ ଜଗୁଆଳୀଙ୍କୁ ଅବଗତ କରାଇଥିଲେ । ମାତ୍ର ବନଜଗୁଆଳୀ ଜଣକ ନ ଆସି ସମ୍ପୃକ୍ତ ଚୋରଙ୍କ ଦସ୍ତଖତ ରଖି ଛାଡି ଦେବାକୁ କହିଥିଲେ । ପରେ ଏନେଇ କେସ୍‌ କରିବେ ବୋଲି ବନ ଜଗୁଆଳୀ କହିଥିଲେ ।

ଏହାପରେ ଗ୍ରାମବାସୀମାନେ ବନ ବିଭାଗର ଉପରିସ୍ଥ ଅଧିକାରୀଙ୍କୁ  ଏ ସମ୍ପର୍କରେ ଫୋନ ଯୋଗେ ଯୋଗାଯୋଗ କରିଥିଲେ  । କିନ୍ତୁ ସେ କରୋନା ବାହାନା ଦେଖାଇ ଆସିନଥିଲେ । ତେବେ ଜଙ୍ଗଲ ସୁରକ୍ଷା ପାଇଁ ସରକାର ବହୁତ ଆଇନ ପ୍ରଣୟନ କରିଥିବାବେଳେ ଏହା କେତେ ଦୂର କାର୍ଯ୍ୟକାରୀ କରୁଛି, ତାହା ଏବେ ସବୁଠୁ ବଡ ପ୍ରଶ୍ନ ପାଲଟିଛି । ଜଙ୍ଗଲରୁ ମୂଲ୍ୟବାନ ଶାଗୁଆନ କାଠ ଚୋରି କୁ ଖୋଦ ସରକାର ନିଯୁକ୍ତ କରିଥିବା ଗ୍ରାମବାସୀ ମାନେ ଜୀବନକୁ ବାଜି ଲଗେଇ ଦୁର୍ବୃତ୍ତକୁ ଧରି ଉପରିସ୍ଥ ଅଧିକାରୀଙ୍କୁ ସୂଚନା ଦେଉଛନ୍ତି ସେ ସମୟରେ ବନ ବିଭାଗ କରୋନା ଆଳ ଦେଖାଇ ନ ଆସିବା କେତେଦୂର ଯୁକ୍ତିଯୁକ୍ତ ଏବଂ ବନ ବିଭାଗ ଅଧିକାରୀମାନେ କେତେ ସତର୍କ ଏହା ଜଣାପଡୁଛି ।  ଏପରିକି ବନବିଭାଗ ଏବଂ କାଠ ଚୋରଙ୍କ ମଧ୍ୟରେ ମଧୁଚନ୍ଦ୍ରିକା ଥିବା କଥା ଏବେ ଦାଣ୍ଡରେ ପଡ଼ି ହାଟରେ ଗଡୁଛି ।ତେବେ ମିଳିଥିବା ଶେଷ ସୂଚନା ଅନୁଯାୟୀ ବନ ଅଧିକାରୀଙ୍କ ଅପାରଗତା ଲାଗି ଗ୍ରାମବାସୀ ମାନେ ବାଧ୍ୟରେ କାଠ ଚୋରଠୁ ଲିଖିତ ଆକାରରେ ଦସ୍ତଖତ  ରଖି ଛାଡିଦେଇଛନ୍ତି  । ବର୍ତ୍ତମାନ ଦେଖିବାକୁ ବାକି ରହିଲା ବନ ବିଭାଗ ର କେବେ ନିଦ ଭାଙ୍ଗୁଛି ଏବଂ ଚୋରକୁ ଗିରଫ କରୁଛି ନା କରୋନା ଆଳ ଦେଖାଇ ଆଖି ବୁଝିଦେଉଛି ।

ବାଣପୁର
Share. Facebook Twitter LinkedIn Email WhatsApp Copy Link

Related Posts

ଆଚାର୍ଯ୍ୟ ବିଶ୍ୱରଞ୍ଜନ ହେଲେ ଓୟୁଜେ ରାଜ୍ୟ ସମ୍ପାଦକ

January 12, 2026

ସୋମନାଥ ସ୍ବାଭିମାନ ପର୍ବରେ ଉଦବୋଧନ ଦେଲେ ପ୍ରଧାନମନ୍ତ୍ରୀ

January 12, 2026

ପିଏମଶ୍ରୀ ଭ୍ରମରବର ସରକାରୀ ଉଚ୍ଚ ବିଦ୍ୟାଳୟ ତମାଣ୍ଡୋରେ ପିଏମ ଶ୍ରୀ ଓ ବାର୍ଷିକ ଉତ୍ସବ ଉଦଯାପିତ

January 12, 2026

ଆଜି ଜାନୁୟାରୀ ୧୨ ତାରିଖ ସୋମବାରରେ ଜାଣନ୍ତୁ ସଂକ୍ଷେପରେ ରାଶିଫଳ, ଭାଗ୍ୟ ଓ ଭବିଷ୍ୟତ

January 12, 2026
Latest News

ଆଚାର୍ଯ୍ୟ ବିଶ୍ୱରଞ୍ଜନ ହେଲେ ଓୟୁଜେ ରାଜ୍ୟ ସମ୍ପାଦକ

January 12, 2026

ସୋମନାଥ ସ୍ବାଭିମାନ ପର୍ବରେ ଉଦବୋଧନ ଦେଲେ ପ୍ରଧାନମନ୍ତ୍ରୀ

January 12, 2026

କଚ୍ଛ ଏବଂ ସୌରାଷ୍ଟ୍ର କ୍ଷେତ୍ର ପାଇଁ ଭାଇବ୍ରାଣ୍ଟ ଗୁଜରାଟ ଆଞ୍ଚଳିକ ସମ୍ମିଳନୀକୁ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ

January 12, 2026

ପିଏମଶ୍ରୀ ଭ୍ରମରବର ସରକାରୀ ଉଚ୍ଚ ବିଦ୍ୟାଳୟ ତମାଣ୍ଡୋରେ ପିଏମ ଶ୍ରୀ ଓ ବାର୍ଷିକ ଉତ୍ସବ ଉଦଯାପିତ

January 12, 2026

ଆଜି ଜାନୁୟାରୀ ୧୨ ତାରିଖ ସୋମବାରରେ ଜାଣନ୍ତୁ ସଂକ୍ଷେପରେ ରାଶିଫଳ, ଭାଗ୍ୟ ଓ ଭବିଷ୍ୟତ

January 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.