Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଜଗତସିଂହପୁର ଜିଲ୍ଲାରେ ‘ଫାଇବ୍ ଟି’ କୁ ଉପହାସ କରୁଛନ୍ତି ବ୍ଲକ୍ ପ୍ରଶାସନ, ସରୁନି ପଞ୍ଚାୟତସ୍ତରୀୟ କ୍ୟାସବୁକ୍ ଲେଖା
ଆଜିର ଖବର

ଜଗତସିଂହପୁର ଜିଲ୍ଲାରେ ‘ଫାଇବ୍ ଟି’ କୁ ଉପହାସ କରୁଛନ୍ତି ବ୍ଲକ୍ ପ୍ରଶାସନ, ସରୁନି ପଞ୍ଚାୟତସ୍ତରୀୟ କ୍ୟାସବୁକ୍ ଲେଖା

July 21, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ରମେଶ ମହାନ୍ତି

ଜଗତସିଂହପୁର: ବିଗତ ଦିନରେ କ୍ୟାସ୍‌ବୁକ୍‌ ଅଡିଟ୍‌ ଯୋଗୁଁ ଜଗତସିଂହପୁର ବ୍ଲକରେ ହୋଇଥିବା ୨୦ ଲକ୍ଷ ଟଙ୍କାର ହେରଫେର ଲୋକଲୋଚନକୁ ଆସିପାରିଥିଲା, ତଥାପି ଏପରି ଏକ ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟକୁ ଜଗତସିଂହପୁର ଜିଲ୍ଲାର ବ୍ଲକ ଅଧିକାରୀମାନେ ପୁନଶ୍ଚ ଏହି କାର୍ଯ୍ୟକୁ ବିଳମ୍ବ କରିବାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ସୂଚନାନୁଯାୟୀ ଭାରତ ସରକାରଙ୍କର ଇ ଗ୍ରାମ ସ୍ୱରାଜ ଅନଲାଇନ୍ ପୋର୍ଟାଲ ତଥ୍ୟରୁ ଜାଣିବାକୁ ମିଳିଛି ଯେ ଜଗତସିଂହପୁର ଜିଲ୍ଲାରେ ଥିବା ୧୯୮ଟି ଗ୍ରାମପଞ୍ଚାୟତ ମଧ୍ୟରୁ ପ୍ରାୟ ୧୮୦ଟି ଗ୍ରାମପଞ୍ଚାୟତରେ କେବଳ ୨୦୧୯-୨୦ ଆର୍ଥିକ ବର୍ଷର କ୍ୟାସ୍ ବୁକ୍ ଲେଖା ସମ୍ପୂର୍ଣ୍ଣ ହୋଇଥିବା ବେଳେ ଜଗତସିଂହପୁର ଜିଲ୍ଲାରେ ଥିବା ୮ଟି ବ୍ଲକରେ ଏପର୍ଯ୍ୟନ୍ତ ଲେଖା ସରିନଥିବା ଜଣାପଡିଛି। କୁଜଙ୍ଗ, ରଘୁନାଥପୁର ଓ ଏରସମା ବ୍ଲକକୁ ଛାଡିଦେଲେ ଅନ୍ୟ ବ୍ଲକରେ ଏହି କ୍ୟାସବୁକ୍ ଲେଖା ଅତି ମନ୍ଥର ଗତିରେ ଚାଲୁଥିବା ଜଣାପଡିଛି।

ଏଠି ପ୍ରଶ୍ନ ଉଠୁଛି ଭୟଙ୍କର କରୋନା ଯୁଦ୍ଧରେ ଆଗ ଧାଡିରେ ଥିବା ପଞ୍ଚାୟତ ଅଧିକାରୀମାନେ ଯଦି ୯୦ ପ୍ରତିଶତ କ୍ୟାସବୁକ୍ ଲେଖା ସମ୍ପୂର୍ଣ୍ଣ କରିପାରିଲେ ତାହାଲେ ବ୍ଲକ୍ ପ୍ରଶାସନ ଏଥିରେ ପଛରେ ପଡିଗଲେ କିପରି ? ବିଗତ ବର୍ଷରେ ଜିଲ୍ଲାରେ କାମ କରୁଥିବା ୫୦ ପ୍ରତିଶତ ବ୍ଲକ୍ ଅଧିକାରୀ ଏବେ ଅନ୍ୟ ଜିଲ୍ଲାକୁ ବଦଳି ହୋଇଯାଇଥିବା ବେଳେ ଏପରି ସ୍ଥଳେ ବାକିଥିବା କ୍ୟାସବୁକ୍ ଲେଖା ସମ୍ପୂର୍ଣ୍ଣ ହେବାକୁ ଆଉ କେତେଦିନ ଲାଗିବ ତାହା ଏବେ ପ୍ରଶ୍ନବାଚୀ ହୋଇଉଠିଛି।ଓଡିଶା ସରକାରଙ୍କ ପଞ୍ଚାୟତିରାଜ ଆକାଉଣ୍ଟିଙ୍ଗ୍ ରୁଲ୍ ୨୦୦୨ ଅନୁଯାୟୀ କ୍ୟାସବୁକ୍ ଦୈନଦିନ ଧାରାରେ ସମ୍ପୂର୍ଣ୍ଣ ହେବାକଥା କିନ୍ତୁ ଜଗତସିଂହପୁର ଜିଲ୍ଲାରେ ଏହାର ସମ୍ପୁର୍ଣ୍ଣ ଉଲଂଘନ ହେଉଥିବା ଜଣାପଡିଛି। ଗୋଟିଏ ପଟେ ଜିଲ୍ଲାପାଳ ଇ ଅଫିସ୍ ମାଧ୍ୟମରେ ସରକାରୀ ସେବାକୁ ସ୍ୱଚ୍ଛ ଓ ଲୋକାଭିମୁଖୀ କରିବାକୁ ଅନବରତ ଚେଷ୍ଟିତ ଥିବା ବେଳେ ଅନ୍ୟପକ୍ଷରେ ତାଙ୍କ ଅଧିନରେ ଥିବା ବ୍ଲକ୍ ଅଧିକାରୀମାନେ ସେତିକି ପରିମାଣର ତତ୍ପରତା ଦେଖାଉ ନଥିବା ଜଣାପଡିଛି।ରାଜ୍ୟ ସରକାରଙ୍କ ଫାଇବ୍ ଟି ଯୋଜନାର ସମୟାନୂବର୍ତ୍ତିତା , ସହଯୋଗିତା ଭାବନାକୁ ସତେ ଯେମିତି ବ୍ଲକ୍ ପ୍ରଶାସନ ଅଧିକାରୀମାନେ ଉପହାସ କରୁଛନ୍ତି।

ଏହି କ୍ୟାସବୁକ୍ ଲେଖା ବାବଦରେ ଚଳିତ ବର୍ଷ ବିରିଡ଼ି ବ୍ଲକର ବିଡିଓ କମ୍ପ୍ୟୁଟର ପ୍ରୋଗ୍ରାମର ଉପରେ ଭୀଷଣ ବିରକ୍ତ ହୋଇଥିବା ଶୁଣିବାକୁ ମିଳିଥିଲା। ନବରଙ୍ଗପୁର, ମାଲକାନଗିରି ପରି ପଛୁଆ ଜିଲ୍ଲା ମାନଙ୍କରେ ପାଖାପାଖି ୫୦ ପ୍ରତିଶତରୁ ଉର୍ଦ୍ଧ୍ଵ ବ୍ଲକରେ ଯଦି ୨୦୧୯-୨୦ ବର୍ଷର କ୍ୟାସବୁକ୍ କାମ ସମ୍ପୂର୍ଣ୍ଣ ହୋଇପାରୁଛି ତାହାଲେ ଜଗତସିଂହପୁର ଜିଲ୍ଲାର ବ୍ଲକ୍ ଅଧିକାରୀମାନେ ଏତେ ପଛରେ ପଡିଯିବାର ରହସ୍ୟ କ’ଣ ହୋଇପାରେ ଏନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।ଏମିତିକି ବ୍ଲକ୍ ପ୍ରଶାସନମାନେ କିଛି ରହସ୍ୟକୁ ଘଣ୍ଟଘୋଡାଇବାକୁ ଚେଷ୍ଟା କରୁନାହାନ୍ତି ତ ,ଏହିପରି ବିଭିନ୍ନ କଥା ବୁଦ୍ଧିଜୀବୀ ମହଲରେ ଆଲୋଚନା ହେଉଥିବା ଶୁଣିବାକୁ ମିଳୁଛି। ସୂଚନାନୁଯାୟୀ ଯେତେବେଳେ ଉପର ମହଲରୁ ଚାପ ଆସିବ ସେତେବେଳେ ତରବରିଆ ଭାବରେ ଏହି କ୍ୟାସବୁକ୍ କାର୍ଯ୍ୟକୁ ଏଭଳି ଭାବରେ ବନ୍ଦକରି ଦିଆଯିବ ଯେ ପୁଣି ଜଗତସିଂହପୁର ବ୍ଲକ ପରି ଆର୍ଥିକ ଅନିୟମିତତା ପରିସ୍ଥିତି ସୃଷ୍ଟି ହେବାର ସମ୍ଭାବନାକୁ ଏଡାଇ ଦିଆଯାଇ ନପାରେ। ଏଥିପ୍ରତି ଜିଲ୍ଲାପାଳ ଦୃଷ୍ଟି ଦେବାକୁ ବୁଦ୍ଧିଜୀବୀ ମହଲରେ ଦାବୀ ହେଉଛି।

ଜଗତସିଂହପୁର ଫାଇବ୍ ଟି
Share. Facebook Twitter LinkedIn Email WhatsApp Copy Link

Related Posts

ରାତି ଅଧରେ ଘର ଉପରକୁ ବୋମାମାଡ଼: ଅଳ୍ପକେ ବର୍ତ୍ତିଲେ ପରିବାର ଲୋକ

January 28, 2026

ଟଳିଲା ଆଉ ଏକ ବିମାନ ଦୁର୍ଘଟଣା: ଅଳ୍ପକେ ବର୍ତ୍ତିଲେ ପୂର୍ବତନ ଉପମୁଖ୍ୟମନ୍ତ୍ରୀ

January 28, 2026

ଭାରତ ବିପକ୍ଷ ମ୍ୟାଚ୍ ବର୍ଜନ କଲେ ‘ଭିକାରୀ’ ହୋଇଯିବ ପାକିସ୍ତାନ?: ଜାଣନ୍ତୁ ସମୀକରଣ

January 28, 2026

‘ହୃଦୟସ୍ପର୍ଶୀ’!: ‘ବର୍ଡର ୨’ ଦେଖିବା ପରେ କହିଲେ ହ୍ରିତିକ୍ ରୋଶନ

January 28, 2026
Latest News

ରାତି ଅଧରେ ଘର ଉପରକୁ ବୋମାମାଡ଼: ଅଳ୍ପକେ ବର୍ତ୍ତିଲେ ପରିବାର ଲୋକ

January 28, 2026

ଟଳିଲା ଆଉ ଏକ ବିମାନ ଦୁର୍ଘଟଣା: ଅଳ୍ପକେ ବର୍ତ୍ତିଲେ ପୂର୍ବତନ ଉପମୁଖ୍ୟମନ୍ତ୍ରୀ

January 28, 2026

‘ବିମାନ ଦୁର୍ଘଟଣାର ତଦନ୍ତ କରାଯାଉ’: ଅଜିତ ପାୱାରଙ୍କ ମୃତ୍ୟୁ ଉପରେ ମମତା ବାନାର୍ଜୀଙ୍କ ଦାବି

January 28, 2026

ଭାରତ ବିପକ୍ଷ ମ୍ୟାଚ୍ ବର୍ଜନ କଲେ ‘ଭିକାରୀ’ ହୋଇଯିବ ପାକିସ୍ତାନ?: ଜାଣନ୍ତୁ ସମୀକରଣ

January 28, 2026

‘ହୃଦୟସ୍ପର୍ଶୀ’!: ‘ବର୍ଡର ୨’ ଦେଖିବା ପରେ କହିଲେ ହ୍ରିତିକ୍ ରୋଶନ

January 28, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.