ଭୁବନେଶ୍ବରରୁ ଆଜି 21 ଆକ୍ରାନ୍ତ ଚିହ୍ନଟ, ସୁସ୍ଥ 49, ଜାଣନ୍ତୁ କେଉଁଠୁ କେତେ

Published: Jul 21, 2020, 4:03 pm IST

ଭୁବନେଶ୍ବର, ଭୁବନେଶ୍ବରରୁ ଆଜି 21 ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ସଂଗରୋଧରୁ 16ଟି ମାମଲା ଆସିଥିବା ବେଳେ ଲୋକାଲ କଣ୍ଟାକ୍ଟ କେସ୍ 5ଟି ରହିଛି। କ୍ବାରେଣ୍ଟିନରୁ ଚିହ୍ଟଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ନୟାପଲ୍ଲିରୁ ଜଣେ, ଆମ୍ରି ହସ୍ପିଟାଲ ନିକଟ ଶରଧାପଲ୍ଲି ବସ୍ତିରୁ ଜଣେ, ବଡ଼ଗଡ଼ ବ୍ରିଟ କଲୋନୀରୁ ଜଣେ, ଏକ ଘରୋଇ ହସ୍ପିଟଲରୁ ଜଣେ, ରସୁଲଗଡ଼ ଅଞ୍ଚଳରୁ 2 ଜଣ, କୋଳଥିଆରୁ ଜଣେ ଘରୋଇ ହସ୍ପିଟାଲ କର୍ମଚାରୀ, କଳିଙ୍ଗ ନଗର କେ-8ରୁ ଗୋଟିଏ ପରିବାରର 2 ଜଣ, ଭୁବନେଶ୍ବର କ୍ଲବ୍ ପାଖ ୟୁନିଟ 6ରୁ ଜଣେ, ଆଇଆରସି ଭିଲେଜରୁ ଜଣେ, ଏକ ଘରୋଇ ହସ୍ପିଟାଲରୁ 3 ଜଣ, ନ୍ୟୁ ଫରେଷ୍ଟ ପାର୍କ ଅଞ୍ଚଳରୁ ଗୋଟିଏ ପରିବାରର 2 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏମାନେ ସମସ୍ତେ ଅନ୍ୟମାନଙ୍କ ସଂସ୍ପର୍ଶରେ ଆସି ସଂକ୍ରମିତ ହୋଇଛନ୍ତି।

Image

ସେହିପରି ଲୋକାଲ କଣ୍ଟାକ୍ଟ କେସ୍ ଭାବରେ ସତ୍ୟ ନଗର କାଳି ମନ୍ଦିର ନିକଟରୁ ଜଣେ 46 ବର୍ଷର ମହିଳା, କୋଳଥିଆରୁ ଜଣେ 81 ବର୍ଷର ପୁରୁଷ, ଏକ ଘରୋଇ ହସ୍ପିଟାଲର ଜଣେ କର୍ମଚାରୀ ଏଭଂ ଚନ୍ଦକାର ଗୋଟିଏ ପରିବାରର 2 ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜଧାନୀରେ ମୋଟ ସଂକ୍ରମିତଙ୍କ ସଂଖ୍ୟା 1252 ହୋଇଥିବା ବେଳେ ମୋଟ 625 ଜଣ ସୁସ୍ଥ ହୋଇଛନ୍ତି। ମୃତ୍ୟୁ ସଂଖ୍ୟା 11 ଥିବା ବେଳେ ଆକ୍ଟିଭ କେସ୍ ରହିଛି 614।

ଆଜି ରାଜଧାନୀରେ 49 ଜଣ ସୁସ୍ଥ ହୋଇଥିବା ବିଏମସି ଟୁଇଟରରେ ସୂଚନା ଦେଇଛି।

Related posts