ନେଗେଟିଭ୍‌ ରିପୋର୍ଟ କହି ଘରକୁ ପଠାଇଲେ, ପରେ ରିପୋର୍ଟ ଆସିଲା ପଜିଟିଭ୍‌ : ପୂରା ଗ୍ରାମକୁ କରାଗଲା ସିଲ୍‌

Published: Jul 21, 2020, 8:59 pm IST

ଜଗଦଲପୁର : କରୋନା ସଂକ୍ରମଣକୁ ନେଇ ଦେଶରେ ସ୍ଥିତି ବିଗିଡୁଥିବାବେଳେ କରୋନା ଟେଷ୍ଟ ରିପୋର୍ଟକୁ ନେଇ ଏବେ  ଅନିୟମିତତା ଦେଖାଦେଉଛି । କେଉଁଠାରେ ନେଗେଟିଭ୍‌ ଲୋକଙ୍କ ପଜିଟିଭ୍‌ ରିପୋର୍ଟ ଆସୁଛି ତ କେଉଁଠି ପଜିଟିଭ୍ ଲୋକଙ୍କର ନେଗେଟିଭ୍‌ ରିପୋର୍ଟ ଆସୁଛି । ଏହିପରି ଏକ ଘଟଣା ଛତିଶଗଡର ଜଗଦଲପୁରରୁ ସାମ୍ନାକୁ ଆସିଛି ।

ଛତିଶଗଡର ଜଗଦଲପୁରରେ ସରକାରୀ ହସ୍ପିଟାଲର ଦାୟିତ୍ବହୀନତାର ଏକ ଚରମ ନିଦର୍ଶନ ଦେଖିବାକୁ ମିଳିଛି । ଏଠାରେ ସରକାରୀ ହାସ୍ପିଟାଲରେ ଜଣେ ବ୍ୟକ୍ତିର କରୋନା ଟେଷ୍ଟ କରାଯାଇଥିଲା । ତାଙ୍କର ନେଗେଟିଭ୍‌ ରିପୋର୍ଟ ଆସିଛି କହି ଡାକ୍ତର ଘରକୁ ପଠେଇ ଦେଇଥିଲେ । କିନ୍ତୁ ପରେ ସେହି ବ୍ୟକ୍ତି ଜଣଙ୍କର କରୋନା ପଜିଟିଭ୍‌ ରିପୋର୍ଟ ଆସିଥିଲା । ଏହି ଘଟଣା ଜଣାପଡିବା ପରେ ପୂରା ଗ୍ରାମକୁ କଣ୍ଟେନମେଣ୍ଟ ଜୋନ୍‌ ଘୋଷଣା କରାଯାଇଛି ।  ଜିଲ୍ଲା ପ୍ରଶାସନ ଗ୍ରାମକୁ ସିଲ୍‌ କରିବା ସହିତ ପୂରା ମାମଲା ଯାଞ୍ଚ ପାଇଁ ଆଦେଶ ଦେଇଛି । ତେବେ ଏହି ଘଟଣାର ଉଚ୍ଚସ୍ତରୀୟ ତଦନ୍ତ କରାଯିବା ସହ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସୂଚନା ରହିଛି । (ଏଜେନ୍ସି)

Related posts