
ଭୁବନେଶ୍ବର : ଭୁବନେଶ୍ବରରେ ପ୍ରତିଷ୍ଠା ହେବ ଡେଡିକେଟେଡ୍ କୋଭିଡ୍ ହସ୍ପିଟାଲ । ଆଜି ମୁଖ୍ୟମନ୍ତ୍ରୀ କୋଭିଡ୍ ସମୀକ୍ଷା ବୈଠକରେ ଏନେଇ ନିଷ୍ପତ୍ତି ନେଇଛନ୍ତି । ଆଦିତ୍ୟ-ଅଶ୍ବିନୀ ଡାକ୍ତରଖାନା ପକ୍ଷରୁ ପ୍ରତିଷ୍ଠା ହେବ କୋଭିଡ୍ ହସ୍ପିଟାଲ । 30ଟି ଆଇସିୟୁ ସହିତ 150 ଶଯ୍ୟା ବିଶିଷ୍ଟ ଡେଡିକେଟେଡ୍ କୋଭିଡ୍ ହସ୍ପିଟାଲ ପ୍ରତିଷ୍ଠା ହେବ । ସେହିପରି ନୀଳାଚଳ ଡାକ୍ତରଖାନାରେ ଚଳିତ ସପ୍ତାହରୁ କାର୍ଯ୍ୟ କରିବ କୋଭିଡ୍ ହସ୍ପିଟାଲ ।
ସୂଚନାଯୋଗ୍ୟ, ଭୁବନେଶ୍ବରରେ ସମ୍ ହସ୍ପିଟାଲ ଓ କିମସ୍ ହସ୍ପିଟାଲରେ କୋଭିଡ୍ ହସ୍ପିଟାଲ କାର୍ଯ୍ୟକ୍ଷମ ହୋଇଛି ।
Tags: bhubaneswar, covid hospital