କଂଗ୍ରେସ ବିଧାୟକଙ୍କୁ ପାଇଲଟଙ୍କ ଲିଗାଲ ନୋଟିସ୍, ଜାଣନ୍ତୁ କାହିଁକି ଦେଲେ ନୋଟିସ୍

Published: Jul 22, 2020, 6:15 pm IST

ଜୟପୁର: ବିଜେପିରେ ଯୋଗ ଦେବାକୁ ଦଳରୁ ବହିଷ୍କୃତ ଉପ ମୁଖ୍ୟମନ୍ତ୍ରୀ ସଚିନ ପାଇଲଟ ତାଙ୍କୁ ଟଙ୍କା ଯାଚିଥିଲେ ବୋଲି ଅଭିଯୋଗ ଆଣିଥିବା କଂଗ୍ରେସ ବିଧାୟକ ଗିରିରାଜ ସିଂହ ମଲିଙ୍ଗାଙ୍କ ବିରୁଦ୍ଧରେ ସଚିନ ପାଇଲଟ ଲିଗାଲ ନୋଟିସ ଦେଇଛନ୍ତି ।

ମଲିଙ୍ଗାକୁ ନୋଟିସ ପଠାଇବା ସହ ପାଇଲଟଙ୍କ ଆଇନଜୀବୀ ତାଙ୍କୁ 7 ଦିନ ମଧ୍ୟରେ ଗଣମାଧ୍ୟମ ସାମ୍ନାରେ ଲିଖିତ କ୍ଷମା ପ୍ରାର୍ଥନା କରିବାକୁ ମଧ୍ୟ ଦାବି ଜଣାଇଛନ୍ତି । କେବଳ ଏତିକି ନୁହେଁ ନୋଟିସରେ ଏକ ଟଙ୍କା ଦେବାକୁ ଦାବି କରାଯାଇଛି । ଯଦି 7 ଦିନ ମଧ୍ୟରେ ମଲିଙ୍ଗା କ୍ଷମା ପ୍ରାର୍ଥନା ନ କରନ୍ତି, ତାହାଲେ ତାଙ୍କ ବିରୋଧରେ ମାନହାନୀ ମାମଲା ରୁଜୁ କରାଯିବା ନେଇ ଚେତାବନୀ ଦିଆଯାଇଛି ।

ରାଜସ୍ଥାନର ବାଡିରୁ ନିର୍ବାଚିତ ବିଧାୟକ ମଲିଙ୍ଗା ସୋମବାର ଦିନ କହିଥିଲେ ଯେ, ସଚିନ ପାଇଲଟଙ୍କ ସହ ତାଙ୍କର ଦୁଇ ତିନିଥର ଭେଟ ହୋଇଥିଲା । ମାଲିଙ୍ଗାଙ୍କ ଅନୁସାରେ ଏହି ସମୟରେ ପାଇଲଟ କହିଥିଲେ, ବିଜେପିରେ ଯୋଗ ଦେବାକୁ ତୁମେ କେତେ ଟଙ୍କା ଚାହୁଁଛ। ସେ ମୋତେ 35 କୋଟି ଟଙ୍କା ଦେବାକୁ କହିଥିଲେ।

Related posts