Categories
ଜାତୀୟ ଖବର ବିଶେଷ ଖବର ବ୍ୟକ୍ତିତ୍ୱ

ଜିତିନି ପ୍ରସାଦ ବିଜେପିରେ ମିଶିବା ପରେ ଅନ୍ୟତମ କଂଗ୍ରେସ ଯୁବ ନେତା ସଚିନ ପାଇଲଟଙ୍କୁ ନେଇ ଚର୍ଚ୍ଚା

ନୂଆଦିଲ୍ଲୀ, ଉତ୍ତର ପ୍ରଦେଶ କଂଗ୍ରେସର ଜଣେ ଟାଣୁଆ ନେତା ହେଉଛନ୍ତି ଜିତିନି ପ୍ରସାଦ। ଗତକାଲି ସେ ରାହୁଲଙ୍କ ହାତ ଛାଡି ବିଜେପିରେ ଯୋଗ ଦେଇଛନ୍ତି। ଏହି ଘଟଣା ପରେ ରାଜସ୍ଥାନ ଉପମୁଖ୍ୟମନ୍ତ୍ରୀ ତଥା କଂଗ୍ରେସର ଯୁବ ନେତା ସଚିନ ପାଇଲଟ ବୟାନକୁ ନେଇ ଚାଲିଛି ଚର୍ଚ୍ଚା। ସଚିନ କହିଛନ୍ତି ଯେ ଜିତିନି କଂଗ୍ରେସ ଛାଡିବା ନିଶ୍ଚିତ କ୍ଷତିକାରକ, ଏ ନେଇ ଏଆଇସିସି ଗମ୍ଭୀର ଭାବେ ଚିନ୍ତା କରିବାର ଥିଲା।

ସଚିନଙ୍କ ଏପରି ବୟାନ ଜାତୀୟ ରାଜନୀତିରେ ଯେତିକି ଚର୍ଚ୍ଚା ହେଉ ନାହିଁ କଂଗ୍ରେସ ଦଳ ଭିତରେ ଚାଲିଛି ମାନସ ମନ୍ଥନ। କାରଣ ବହୁଦିନ ଧରି ରାଜସ୍ଥାନରେ କଂଗ୍ରେସ ରାଜନୀତିକୁ ନେଇ ସଚିନ ପାଇଲଟ ଅସନ୍ତୁଷ୍ଠ ଅଛନ୍ତି। ବିଶେଷ କରି ମୁଖ୍ୟମନ୍ତ୍ରୀ ଅଶୋକ ଗେହେଲଟଙ୍କ ସହିତ ତାଙ୍କର ବିବାଦ ଲାଗି ରହିଛି। ଏହିପରି ସମୟରେ ସଚିନଙ୍କ ଏହି ବୟାନ ବହୁ ଦିଗକୁ ଇଙ୍ଗିତ କରୁଛି।

ଜାତୀୟ ରାଜନୈତିକ ବିଶେଷଜ୍ଞଙ୍କ ଅନୁସାରେ ସଚିନ ହୁଏତ କୌଣସି ମୂହୁର୍ତ୍ତରେ କଂଗ୍ରେସକୁ ବାଏ ବାଏ କରି ଦେଇପାରନ୍ତି। ପୂର୍ବରୁ ସେ ଏ ନେଇ କେତେଥର ପଦକ୍ଷେପ ନେଇଥିଲେ। ହେଲେ କଂଗ୍ରେସର ବରିଷ୍ଠ ନେତାଙ୍କ ବୁଝାସୁଝା ପରେ ସେ ରାସ୍ତାକୁ ଆସିଛନ୍ତି। କିନ୍ତୁ ସେ ଭିତରେ ଭିତରେ ଅସନ୍ତୁଷ୍ଠ ଥିବାର ସମସ୍ତେ ଜାଣନ୍ତି। ସେଥିପାଇଁ ସେ ମଧ୍ୟ ଜ୍ୟୋତିରାଦିତ୍ୟ ସିନ୍ଧିଆ ଏବଂ ଜିତିନି ପ୍ରସାଦଙ୍କ ପଥ ଅନୁସରଣ କରିପାରନ୍ତି ବୋଲି ଆଶଙ୍କା ସୃଷ୍ଟି ହୋଇଛି।

ଏକଦା ଜ୍ୟୋତିରାଦିତ୍ୟ ସିନ୍ଧିଆ ଏବଂ ଜିତିନି ପ୍ରସାଦ ରାହୁଳ ଗାନ୍ଧୀଙ୍କ ଅତି ଘନିଷ୍ଠ ଥିଲେ। ରାହୁଳ ଯୁବ ନେତୃତ୍ବକୁ ପ୍ରାଧ୍ୟାନ୍ୟ ଦେବା ପାଇଁ ଏହି ଦୁଇ ନେତାଙ୍କ ସହ ସଚିନଙ୍କୁ ମଧ୍ୟ ଗୁଡବୁକରେ ରଖିଥିଲେ। ହେଲେ ସଚିନ ବିଭିନ୍ନ ସମୟରେ ଅସନ୍ତୁଷ୍ଠତା ଲକ୍ଷଣ ପ୍ରକାଶ କରିବା ଯୋଗୁଁ ରାହୁଲଙ୍କ ଶୁଭ ଦୃଷ୍ଟି ଆଉ ତାଙ୍କ ଉପରେ ନାହିଁ।

ଅନ୍ୟପଟେ କଂଗ୍ରେସର ଟାଣୁଆ ନେତାଙ୍କୁ ବିଜେପି ନିଜ ଦଳକୁ ଆଣିବାରେ ବେଶ୍ ଧୁରନ୍ଧର। ଜ୍ୟୋତିରାଦିତ୍ୟ ଏବଂ ଜିତିନିଙ୍କୁ କଂଗ୍ରେସ ଗଡ ଭାଙ୍ଗି ନିଜ ପଟକୁ ଆଣିବାରେ ବିଜେପି ସକ୍ଷମ ହୋଇପାରିଛି। ସେହିପରି କଂଗ୍ରେସରେ ଅସନ୍ତୁଷ୍ଠ ଥିବା ସଚିନ ପାଇଲଟଙ୍କୁ ମଧ୍ୟ ବିଜେପି ମୁହାଁ କରାଇବା ଦଳ ପାଇଁ ବଡ କଥା ନୁହେଁ ବୋଲି ଆଲୋଚନା ହେଉଛି।

Categories
ଆଜିର ଖବର ଜାତୀୟ ଖବର

ପାଇଲଟ ଗୋଷ୍ଠୀକୁ ରାଜସ୍ଥାନ ହାଇକୋର୍ଟରୁ ଆଶ୍ବସ୍ତି, ଗେହଲଟଙ୍କୁ ଧକ୍କା

ଜୟପୁର, ସଚିନ ପାଇଲଟ ଓ ତାଙ୍କୁ ସମର୍ଥନ କରୁଥିବା 18 ବିଦ୍ରୋହୀ ବିଧାୟକ ରାଜସ୍ଥାନ ହାଇକୋର୍ଟରୁ ଆଶ୍ବସ୍ତି ପାଇଛନ୍ତି। ବିଧାନସଭା ବାଚସ୍ପତି ଏହିସବୁ ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା କରି ଦେଇଥିବା ନୋଟିସ୍‌କୁ ବର୍ତ୍ତମାନ ସ୍ଥଗିତ ରଖାଯାଇଛି ।

କୋର୍ଟଙ୍କ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ବିଧାନସଭା ବାଚସ୍ପତି 18 ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା କରିପାରିବେ ନାହିଁ। ଏଥିସହିତ ରାଜସ୍ଥାନ ହାଇକୋର୍ଟ ଏହି ମାମଲାରେ କେନ୍ଦ୍ର ସରକାରଙ୍କୁ ପକ୍ଷଭୁକ୍ତ କରିବା ପାଇଁ ସଚିନ ପାଇଲଟ କରିଥିବା ଆବେଦନକୁ ସ୍ବୀକାର କରିଛନ୍ତି । ପାଇଲଟ ଏବଂ ତାଙ୍କ ସମର୍ଥକ ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା କରିବା ନେଇ ଶୁକ୍ରବାର ହାଇକୋର୍ଟରେ ଶୁଣାଣି ହୋଇଛି।

Categories
ଆଜିର ଖବର ଜାତୀୟ ଖବର

କଂଗ୍ରେସ ବିଧାୟକଙ୍କୁ ପାଇଲଟଙ୍କ ଲିଗାଲ ନୋଟିସ୍, ଜାଣନ୍ତୁ କାହିଁକି ଦେଲେ ନୋଟିସ୍

ଜୟପୁର: ବିଜେପିରେ ଯୋଗ ଦେବାକୁ ଦଳରୁ ବହିଷ୍କୃତ ଉପ ମୁଖ୍ୟମନ୍ତ୍ରୀ ସଚିନ ପାଇଲଟ ତାଙ୍କୁ ଟଙ୍କା ଯାଚିଥିଲେ ବୋଲି ଅଭିଯୋଗ ଆଣିଥିବା କଂଗ୍ରେସ ବିଧାୟକ ଗିରିରାଜ ସିଂହ ମଲିଙ୍ଗାଙ୍କ ବିରୁଦ୍ଧରେ ସଚିନ ପାଇଲଟ ଲିଗାଲ ନୋଟିସ ଦେଇଛନ୍ତି ।

ମଲିଙ୍ଗାକୁ ନୋଟିସ ପଠାଇବା ସହ ପାଇଲଟଙ୍କ ଆଇନଜୀବୀ ତାଙ୍କୁ 7 ଦିନ ମଧ୍ୟରେ ଗଣମାଧ୍ୟମ ସାମ୍ନାରେ ଲିଖିତ କ୍ଷମା ପ୍ରାର୍ଥନା କରିବାକୁ ମଧ୍ୟ ଦାବି ଜଣାଇଛନ୍ତି । କେବଳ ଏତିକି ନୁହେଁ ନୋଟିସରେ ଏକ ଟଙ୍କା ଦେବାକୁ ଦାବି କରାଯାଇଛି । ଯଦି 7 ଦିନ ମଧ୍ୟରେ ମଲିଙ୍ଗା କ୍ଷମା ପ୍ରାର୍ଥନା ନ କରନ୍ତି, ତାହାଲେ ତାଙ୍କ ବିରୋଧରେ ମାନହାନୀ ମାମଲା ରୁଜୁ କରାଯିବା ନେଇ ଚେତାବନୀ ଦିଆଯାଇଛି ।

ରାଜସ୍ଥାନର ବାଡିରୁ ନିର୍ବାଚିତ ବିଧାୟକ ମଲିଙ୍ଗା ସୋମବାର ଦିନ କହିଥିଲେ ଯେ, ସଚିନ ପାଇଲଟଙ୍କ ସହ ତାଙ୍କର ଦୁଇ ତିନିଥର ଭେଟ ହୋଇଥିଲା । ମାଲିଙ୍ଗାଙ୍କ ଅନୁସାରେ ଏହି ସମୟରେ ପାଇଲଟ କହିଥିଲେ, ବିଜେପିରେ ଯୋଗ ଦେବାକୁ ତୁମେ କେତେ ଟଙ୍କା ଚାହୁଁଛ। ସେ ମୋତେ 35 କୋଟି ଟଙ୍କା ଦେବାକୁ କହିଥିଲେ।