Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଜିତିନି ପ୍ରସାଦ ବିଜେପିରେ ମିଶିବା ପରେ ଅନ୍ୟତମ କଂଗ୍ରେସ ଯୁବ ନେତା ସଚିନ ପାଇଲଟଙ୍କୁ ନେଇ ଚର୍ଚ୍ଚା
ଜାତୀୟ ଖବର

ଜିତିନି ପ୍ରସାଦ ବିଜେପିରେ ମିଶିବା ପରେ ଅନ୍ୟତମ କଂଗ୍ରେସ ଯୁବ ନେତା ସଚିନ ପାଇଲଟଙ୍କୁ ନେଇ ଚର୍ଚ୍ଚା

June 10, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ, ଉତ୍ତର ପ୍ରଦେଶ କଂଗ୍ରେସର ଜଣେ ଟାଣୁଆ ନେତା ହେଉଛନ୍ତି ଜିତିନି ପ୍ରସାଦ। ଗତକାଲି ସେ ରାହୁଲଙ୍କ ହାତ ଛାଡି ବିଜେପିରେ ଯୋଗ ଦେଇଛନ୍ତି। ଏହି ଘଟଣା ପରେ ରାଜସ୍ଥାନ ଉପମୁଖ୍ୟମନ୍ତ୍ରୀ ତଥା କଂଗ୍ରେସର ଯୁବ ନେତା ସଚିନ ପାଇଲଟ ବୟାନକୁ ନେଇ ଚାଲିଛି ଚର୍ଚ୍ଚା। ସଚିନ କହିଛନ୍ତି ଯେ ଜିତିନି କଂଗ୍ରେସ ଛାଡିବା ନିଶ୍ଚିତ କ୍ଷତିକାରକ, ଏ ନେଇ ଏଆଇସିସି ଗମ୍ଭୀର ଭାବେ ଚିନ୍ତା କରିବାର ଥିଲା।

ସଚିନଙ୍କ ଏପରି ବୟାନ ଜାତୀୟ ରାଜନୀତିରେ ଯେତିକି ଚର୍ଚ୍ଚା ହେଉ ନାହିଁ କଂଗ୍ରେସ ଦଳ ଭିତରେ ଚାଲିଛି ମାନସ ମନ୍ଥନ। କାରଣ ବହୁଦିନ ଧରି ରାଜସ୍ଥାନରେ କଂଗ୍ରେସ ରାଜନୀତିକୁ ନେଇ ସଚିନ ପାଇଲଟ ଅସନ୍ତୁଷ୍ଠ ଅଛନ୍ତି। ବିଶେଷ କରି ମୁଖ୍ୟମନ୍ତ୍ରୀ ଅଶୋକ ଗେହେଲଟଙ୍କ ସହିତ ତାଙ୍କର ବିବାଦ ଲାଗି ରହିଛି। ଏହିପରି ସମୟରେ ସଚିନଙ୍କ ଏହି ବୟାନ ବହୁ ଦିଗକୁ ଇଙ୍ଗିତ କରୁଛି।

ଜାତୀୟ ରାଜନୈତିକ ବିଶେଷଜ୍ଞଙ୍କ ଅନୁସାରେ ସଚିନ ହୁଏତ କୌଣସି ମୂହୁର୍ତ୍ତରେ କଂଗ୍ରେସକୁ ବାଏ ବାଏ କରି ଦେଇପାରନ୍ତି। ପୂର୍ବରୁ ସେ ଏ ନେଇ କେତେଥର ପଦକ୍ଷେପ ନେଇଥିଲେ। ହେଲେ କଂଗ୍ରେସର ବରିଷ୍ଠ ନେତାଙ୍କ ବୁଝାସୁଝା ପରେ ସେ ରାସ୍ତାକୁ ଆସିଛନ୍ତି। କିନ୍ତୁ ସେ ଭିତରେ ଭିତରେ ଅସନ୍ତୁଷ୍ଠ ଥିବାର ସମସ୍ତେ ଜାଣନ୍ତି। ସେଥିପାଇଁ ସେ ମଧ୍ୟ ଜ୍ୟୋତିରାଦିତ୍ୟ ସିନ୍ଧିଆ ଏବଂ ଜିତିନି ପ୍ରସାଦଙ୍କ ପଥ ଅନୁସରଣ କରିପାରନ୍ତି ବୋଲି ଆଶଙ୍କା ସୃଷ୍ଟି ହୋଇଛି।

ଏକଦା ଜ୍ୟୋତିରାଦିତ୍ୟ ସିନ୍ଧିଆ ଏବଂ ଜିତିନି ପ୍ରସାଦ ରାହୁଳ ଗାନ୍ଧୀଙ୍କ ଅତି ଘନିଷ୍ଠ ଥିଲେ। ରାହୁଳ ଯୁବ ନେତୃତ୍ବକୁ ପ୍ରାଧ୍ୟାନ୍ୟ ଦେବା ପାଇଁ ଏହି ଦୁଇ ନେତାଙ୍କ ସହ ସଚିନଙ୍କୁ ମଧ୍ୟ ଗୁଡବୁକରେ ରଖିଥିଲେ। ହେଲେ ସଚିନ ବିଭିନ୍ନ ସମୟରେ ଅସନ୍ତୁଷ୍ଠତା ଲକ୍ଷଣ ପ୍ରକାଶ କରିବା ଯୋଗୁଁ ରାହୁଲଙ୍କ ଶୁଭ ଦୃଷ୍ଟି ଆଉ ତାଙ୍କ ଉପରେ ନାହିଁ।

ଅନ୍ୟପଟେ କଂଗ୍ରେସର ଟାଣୁଆ ନେତାଙ୍କୁ ବିଜେପି ନିଜ ଦଳକୁ ଆଣିବାରେ ବେଶ୍ ଧୁରନ୍ଧର। ଜ୍ୟୋତିରାଦିତ୍ୟ ଏବଂ ଜିତିନିଙ୍କୁ କଂଗ୍ରେସ ଗଡ ଭାଙ୍ଗି ନିଜ ପଟକୁ ଆଣିବାରେ ବିଜେପି ସକ୍ଷମ ହୋଇପାରିଛି। ସେହିପରି କଂଗ୍ରେସରେ ଅସନ୍ତୁଷ୍ଠ ଥିବା ସଚିନ ପାଇଲଟଙ୍କୁ ମଧ୍ୟ ବିଜେପି ମୁହାଁ କରାଇବା ଦଳ ପାଇଁ ବଡ କଥା ନୁହେଁ ବୋଲି ଆଲୋଚନା ହେଉଛି।

Sachin Pilot ସଚିନ ପାଇଲଟ
Share. Facebook Twitter LinkedIn Email WhatsApp Copy Link

Related Posts

NITI Aayog Index 2026: ଦେଶର ଉପଯୁକ୍ତ ବିନିଯୋଗ କ୍ଷେତ୍ରରେ ୫ମ ସ୍ଥାନରେ ଓଡିଶା

July 21, 2026

ଅଗଷ୍ଟ ୧ରୁ MyWAVESରେ ‘ଜେମ୍ସ ଅଫ୍ ଇଣ୍ଡିଆ’ ଚ୍ୟାଲେଞ୍ଜ: ଡିଜିଟାଲ୍ ସୃଷ୍ଟିକର୍ତ୍ତାଙ୍କ ପାଇଁ ସୁଯୋଗ

July 21, 2026

ସିଜେପି ର ପ୍ରତିବାଦକୁ ଦୁର୍ବଳ କରିବା ଲକ୍ଷ୍ୟ: କଂଗ୍ରେସ-ବିଜେପି ଉପରେ ଗୁରୁତର ଅଭିଯୋଗ ଆଣିଲା ଆପ 

July 21, 2026

ନବ ନିର୍ବାଚିତ ସାଂସଦ ଦିଲ୍ଲୀପ ରାୟ ରାଜ୍ୟସଭାରେ ପଚାରିଲେ ପ୍ରଶ୍ନ, ଉତ୍ତର ରଖିଲେ ଅର୍ଥମନ୍ତ୍ରୀ, କହିଲେ..

July 21, 2026
Latest News

NITI Aayog Index 2026: ଦେଶର ଉପଯୁକ୍ତ ବିନିଯୋଗ କ୍ଷେତ୍ରରେ ୫ମ ସ୍ଥାନରେ ଓଡିଶା

July 21, 2026

ଅଗଷ୍ଟ ୧ରୁ MyWAVESରେ ‘ଜେମ୍ସ ଅଫ୍ ଇଣ୍ଡିଆ’ ଚ୍ୟାଲେଞ୍ଜ: ଡିଜିଟାଲ୍ ସୃଷ୍ଟିକର୍ତ୍ତାଙ୍କ ପାଇଁ ସୁଯୋଗ

July 21, 2026

ସିଜେପି ର ପ୍ରତିବାଦକୁ ଦୁର୍ବଳ କରିବା ଲକ୍ଷ୍ୟ: କଂଗ୍ରେସ-ବିଜେପି ଉପରେ ଗୁରୁତର ଅଭିଯୋଗ ଆଣିଲା ଆପ 

July 21, 2026

ନବ ନିର୍ବାଚିତ ସାଂସଦ ଦିଲ୍ଲୀପ ରାୟ ରାଜ୍ୟସଭାରେ ପଚାରିଲେ ପ୍ରଶ୍ନ, ଉତ୍ତର ରଖିଲେ ଅର୍ଥମନ୍ତ୍ରୀ, କହିଲେ..

July 21, 2026

ରାହୁଲ ଏବଂ ପ୍ରିୟଙ୍କା ଅଟକ: ପ୍ରଧାନମନ୍ତ୍ରୀଙ୍କ ବାସଭବନରୁ ଅଖିଳେଶ ଯାଦବଙ୍କୁ ହଟାଇଲା ପୋଲିସ

July 21, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.