ଆଇଏସଆଇରୁ ଦୂରେଇ ରହୁ ବଲିଉଡ୍: ବିଜେପି

Published: Jul 23, 2020, 4:04 pm IST

ନୂଆଦିଲ୍ଲୀ, ବଲିଉଡ୍ ପାକିସ୍ତାନର ଗୁପ୍ତଚର ସଂସ୍ଥା ଆଇଏସଆଇରୁ ନିଜକୁ ଦୂରେଇ ରଖୁ ବୋଲି ବିଜେପି କହିଛି। ସୋସିଆଲ ମିଡିଆ ଏବଂ ଦେଶ ବାହାରେ ଭାରତ ବିରୋଧୀ କିଛି ବ୍ୟକ୍ତିଙ୍କ ସହ ବଲିଉଡର କିଛି କଳାକାର ଫଟୋ ପ୍ରଦର୍ଶିତ ହେଉଥିବାରୁ ବିଜେପି ଏହା କହିଛି।

କାଲିଫର୍ଣ୍ଣିଆରେ ରହୁଥିବା କାଶ୍ମୀର ବିଚ୍ଛିନ୍ନତାବାଦୀ ଟୋନି ଆସାଇଙ୍କ ସହ ଶାହାରୁଖ ଖାଁ ଏବଂ ତାଙ୍କ ପତ୍ନୀ ଗୌରୀ ଖାଁଙ୍କ ଫଟୋକୁ ନେଇ ବିବାଦ ପରେ ବିଜେପି ଏଭଳି ମତ ରଖିଛି। ଭାରତ ବିରୁଦ୍ଧରେ ଲଢେଇ ପାଇଁ ଟୋନା ଆସାଇ କାଶ୍ମୀର ଯୁବକମାନଙ୍କୁ ପ୍ରୋତ୍ସାହିତ କରୁଥିବାର ଅଭିଯୋଗ ରହିଛି।

ଆହୁରି ବି ଅନେକ ବଲିଉଡ କଳାକାରଙ୍କର ପାକିସ୍ତାନୀ ଓ ଭାରତ ବିରୋଧୀ ତତ୍ତ୍ବଙ୍କ ସହିତ ବ୍ୟାବସାୟିକ ସମ୍ପର୍କ ରହୁଥିବା ନେଇ ଅନେକ ଅଭିଯୋଗ ରହିବା ସହ ଏ ନେଇ ନାନା ପ୍ରଚାର ମଧ୍ୟ ହେଉଛି।

ଏସବୁକୁ ଲକ୍ଷ୍ୟ କରି ବିଜେପି ଉପସଭାପତି ଏକ ପ୍ରତିକ୍ରିୟରେ ବଲିଉଡ ଜଗତକୁ ଭାରତ ବିରୋଧୀ ଗୋଷ୍ଠୀ ଠାରୁ ନିଜକୁ ଦୂରେଇ ରଖିବାକୁ ନିବେଦନ କରିଛନ୍ତି।

Related posts