ମାସ୍କ ନ ପିନ୍ଧିଲେ ଲକ୍ଷେ ଟଙ୍କା ଜରିମାନା, ୨ ବର୍ଷ ଯାଏଁ ଜେଲ

Published: Jul 23, 2020, 7:24 pm IST

ନୂଆଦିଲ୍ଲୀ: ଝାଡ଼ଖଣ୍ଡରେ ମାସ୍କ ନ ପିନ୍ଧିଲେ ଲକ୍ଷେ ଟଙ୍କାର ଜରିମାନା ଏବଂ ଆବଶ୍ୟକ ସ୍ଥଳେ ୨ ବର୍ଷ ଯାଏଁ ଜେଲଦଣ୍ଡର ବ୍ୟବସ୍ଥା ଘୋଷଣା କରାଯାଇଛି। ଶୁଣିଲେ ଏହା ଆଶ୍ଚର୍ଯ୍ୟ ଲାଗୁଛି। କରୋନା ଭାଇରସରୁ ରକ୍ଷା ପାଇବା ପାଇଁ ମାସ୍କ ବ୍ୟବହାର ଲାଗି ବିଶେଷଜ୍ଞମାନେ ପରାମର୍ଶ ଦେଉଛନ୍ତି। ଏଥିପାଇଁ ବିଭିନ୍ନ ରାଜ୍ୟ ସରକାର ଓ କେନ୍ଦ୍ର ସରକାର ମାସ୍କ ପିନ୍ଧିବା ଲାଗି ନିର୍ଦ୍ଦେଶ ଜାରି କରିଛନ୍ତି।

କେତେକ ରାଜ୍ୟରେ ଏଥିପାଇଁ ଜରିମାନା ବ୍ୟବସ୍ଥା ରହିଛି। ଓଡ଼ିଶାରେ ମାସ୍କ ନପିନ୍ଧିଲେ ୫୦୦ ଟଙ୍କା ଜରିମାନା ଆଦାୟ କରାଯାଉଛି। କିନ୍ତୁ ପଡ଼ୋଶୀ ଝାଡ଼ଖଣ୍ଡରେ ରାଜ୍ୟ ସରକାର ମାସ୍କ ପିନ୍ଧୁନଥିବା ଲୋକମାନଙ୍କ ପାଇଁ ଏପରି ଦଣ୍ଡର ବ୍ୟବସ୍ଥା କରିଛନ୍ତି, ଯେ ତାହା ସାରା ଦେଶରେ ଚର୍ଚ୍ଚାର ବିଷୟ ହୋଇଛି।

ଝାଡ଼ଖଣ୍ଡ କ୍ୟାବିନେଟ ବୁଧବାର ଦିନ ସଂକ୍ରାମକ ରୋଗ ଅଧ୍ୟାଦେଶ ୨୦୨୦ ଜାରି କରି ଏହି ନିର୍ଦ୍ଦେଶ ଦେଇଛନ୍ତି। ଏହି ଅଧ୍ୟାଦେଶରେ ଥିବା ବ୍ୟବସ୍ଥା ଅନୁସାରେ ସର୍ବସାଧାରଣ ସ୍ଥାନରେ ମାସ୍କ ନ ପିନ୍ଧିଲେ ୧ ଲକ୍ଷ ଟଙ୍କାର ଜରିମାନା ଓ ୨ ବର୍ଷ ପର୍ଯ୍ୟନ୍ତ ଜେଲଦଣ୍ଡ ହୋଇପାରେ। ସେହିପରି ଲକଡାଉନ ନିୟମ ଉଲ୍ଲଙ୍ଘନ କଲେ ୨ ବର୍ଷ ପର୍ଯ୍ୟନ୍ତ ଜେଲ ହୋଇପାରେ।

Related posts