24 ଜିଲ୍ଲାରୁ 1320 ପଜିଟିଭ୍‌ ଚିହ୍ନଟ : ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ ରହିଛନ୍ତି ଆକ୍ରାନ୍ତ

Published: Jul 25, 2020, 10:28 am IST

ଭୁବନେଶ୍ବର : ଆଜି 24 ଜିଲ୍ଲାରୁ 1320 ନୂଆ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ଗଞ୍ଜାମରୁ ସର୍ବାଧିକ 560ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଖୋର୍ଦ୍ଧାରୁ 174, ଗଜପତି ଓ ପୁରୀରୁ 90ଜଣ ଲେଖାଏଁ ରହିଛନ୍ତି ।  ରାୟଗଡାରୁ 65, ସୁନ୍ଦରଗଡ ଓ କଟକରୁ 47 ଜଣ ଲେଖାଏଁ ଚିହ୍ନଟ ହୋଇଛନ୍ତି । କନ୍ଧମାଳରୁ 39 ଜଣ ଚିହ୍ନଟ ହୋଇଥିବାବେଳେ ନୟାଗଡରୁ 38, କୋରାପୁଟରୁ 30,  ଭଦ୍ରକରୁ 28, କେଉଁଝରରୁ 24, ବାଲେଶ୍ବର ଓ ଯାଜପୁରୁର 23 ଜଣ ଲେଖାଏଁ ଚିହ୍ନଟ ହୋଇଥିବାବେଳେ ବରଗଡରୁ 14, ବଲାଙ୍ଗିରରୁ 9, ଅନୁଗୁଳରୁ 6, ନୂଆପଡାରୁ 4, ଜଗତସିଂହପୁରର 3,  ଝାରସୁଗୁଡାରୁ 2 ଜଣ ରହିଛନ୍ତି । ସେହିପରି ଦେବଗଡ, କଳାହାଣ୍ଡି, କେନ୍ଦ୍ରାପଡା ଓ ସୋନପୁରରୁ ଜଣେ ଲେଖାଏଁ ରହିଛନ୍ତି ।

Related posts