ରାଜ୍ୟରେ ଆଜି ଆଉ 728 କରୋନା ଆକ୍ରାନ୍ତ ସୁସ୍ଥ, ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ

Published: Jul 25, 2020, 8:19 pm IST

ଭୁବନେଶ୍ବର, ରାଜ୍ୟରେ ଆଜି ଆଉ 728 କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଗଂଜାମ ଜିଲ୍ଲାରୁ ସର୍ବାଧିକ 391 ଜଣ ଆରୋଗ୍ୟ ଲାଭ କରିଛନ୍ତି। ଅନ୍ୟ ଜିଲ୍ଲାଗୁଡିକ ମଧ୍ୟରେ ଖୋର୍ଦ୍ଧା-49, କଟକ-43, ବାଲେଶ୍ବର-33, ଯାଜପୁର-32, ଗଜପତି-23, ମୟୂରଭଂଜ-19, ଅନୁଗୁଳ-18, ଜଗତସିଂହପରୁ ଓ ନୟାଗଡରୁ 17 ଲେଖାଏଁ ସୁସ୍ଥ ହୋଇଛନ୍ତି। ସମ୍ବଲପୁରରୁ 11 ଓ ମାଲକାନଗିରିରୁ 10 ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।

ବରଗଡ଼, ଢେଙ୍କାନାଳ, କେନ୍ଦ୍ରାପଡା, ପୁରୀ ଓ ସୁନ୍ଦରଗଡ଼ରୁ 7 ଲେଖାଏଁ ସୁସ୍ଥ ହୋଇଛନ୍ତି। ସେହିପରି ବଲାଙ୍ଗିର, ଝାରସୁଗୁଡା ଓ ସୁବର୍ଣ୍ଣପୁରରୁ 5 ଲେଖାଏଁ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ କରୋନା ଆରୋଗ୍ୟଙ୍କ ସଂଖ୍ୟା 15 ହଜାର 928କୁ ବୃଦ୍ଧି ପାଇଛି।

Related posts