Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଅଯୋଧ୍ୟା ରାମମନ୍ଦିର ନିର୍ମାଣର ଭୂମି ପୂଜନ ପାଇଁ ମା’ ଭଗବତୀ ଶକ୍ତିପୀଠରୁ ସଂଗ୍ରହ ହେଲା ମୃର୍ତ୍ତିକା
ଆଜିର ଖବର

ଅଯୋଧ୍ୟା ରାମମନ୍ଦିର ନିର୍ମାଣର ଭୂମି ପୂଜନ ପାଇଁ ମା’ ଭଗବତୀ ଶକ୍ତିପୀଠରୁ ସଂଗ୍ରହ ହେଲା ମୃର୍ତ୍ତିକା

July 27, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ସୀତାରାମ ଅଗ୍ରଓ୍ବାଲ

ବାଣପୁର: ଅଯୋଧ୍ୟାରେ ରାମମନ୍ଦିର ନିର୍ମାଣ କାର୍ଯ୍ୟ ଆରମ୍ଭ କରିବା ପାଇଁ ପ୍ରଶାସନ ଓ ସରକାର ଜୋରଦାର ପ୍ରୟାସ ଚଳାଇଛନ୍ତି। ଆସନ୍ତା ଅଗଷ୍ଟ ୫ ତାରିଖ ମଧ୍ୟାହ୍ନ ୧୨:୩୦ରେ ମନ୍ଦିର ନିର୍ମାଣ ପାଇଁ ଭୂମି ପୂଜନ କରାଯିବ। ଏହାପରେ ବିଧିବଦ୍ଧ ଭାବେ ମନ୍ଦିର ନିର୍ମାଣ କାର୍ଯ୍ୟ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାମ ମନ୍ଦିର ନିର୍ମାଣ ପାଇଁ ଅନୁଷ୍ଠିତ ଭୂମି ପୂଜନର ଶୁଭାରମ୍ଭ କରିବେ। ଭବ୍ୟ ରାମ ମନ୍ଦିରର ଭୂମି ପୂଜା ପାଇଁ ବିଶ୍ବ ହିନ୍ଦୁ ପରିଷଦ ଦେଶର ୧୧ ଟି ଧାର୍ମିକ ସ୍ଥଳରୁ ମୃର୍ତ୍ତିକା ସଂଗ୍ରହ କରିଛି। ଏହି କ୍ରମରେ ଆଜି ବାଣପୁରର ଅଧିଷ୍ଠାତ୍ରୀ ଦେବୀ ମା’ ଭଗବତୀଙ୍କ ଶକ୍ତିପୀଠରୁ ଆଜି ମୃର୍ତ୍ତିକା ସଂଗ୍ରହ କରାଯାଇଛି।

ଖୋର୍ଦ୍ଧା ଜିଲ୍ଲା ବିଶ୍ବହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳ ଚିଲିକା ପ୍ରଖଣ୍ଡ ତରଫରୁ ଅଯୋଧ୍ୟା ଠାରେ ଶ୍ରୀରାମ ମନ୍ଦିର ନିର୍ମାଣ ଉଦ୍ଦେଶ୍ୟରେ ଭୂମି ପୂଜନ ପାଇଁ ମା ଭଗବତୀଙ୍କ ଶକ୍ତି ପୀଠରୁ ମୃର୍ତ୍ତିକା ସଂଗ୍ରହ କରାଯାଇଛି। କରୋନା କଟକଣାକୁ ଦୁଷ୍ଟିରେ ରଖି ସାମାଜିକ ଦୂରତା ମାନି ଉକ୍ତ ମୃର୍ତ୍ତିକାକୁ ଦ୍ରୁତ ଡାକ ମାଧ୍ୟମରେ ପଠାଯାଇଛି।

ଭାରତରେ ମୋଟ୍‌ ୫୨ ଟି ଶକ୍ତିପୀଠ ମଧ୍ୟରୁ ଓଡ଼ିଶାରେ ସମୁଦାୟ ୮ଟି ଶକ୍ତି ପୀଠ ରହିଛି। ଏହି ଶକ୍ତିପୀଠ ମଧ୍ୟରୁ ବାଣପୁରସ୍ଥିତ ମା ଭଗବତୀଙ୍କ ପୀଠ ଅନ୍ୟତମ। ଏଠାକାର ପୂଜା ପଦ୍ଧତି ଅନ୍ୟ ଶକ୍ତି ପୀଠ ମାନଙ୍କଠାରୁ ଟିକେ ଅଲଗା। ବାଣପୁର ବାସିନୀ ମା’ଭଗବତୀଙ୍କ ପୀଠ ତନ୍ତ୍ରପୂଜା ତଥା ବାମାଚାର ପୂଜା ପାଇଁ ଖୁବ୍ ପ୍ରସିଦ୍ଧ। ସମସ୍ତ ଶକ୍ତି ପୀଠ ମାନଙ୍କରେ ୧୬ ଉପଚାରରେ ମା’ଙ୍କର ପୂଜା କରାଯାଉଥିବା ବେଳେ ଏଠାରେ କିନ୍ତୁ ୬୪ ଉପଚାରରେ ମା’ଙ୍କର ପୂଜା କରାଯାଇଥାଏ।

ଅଯୋଧ୍ୟାରେ ନିର୍ମାଣ ହେବାକୁ ଥିବା ରାମ ମନ୍ଦିରର ଭୂମି ପୂଜନରେ ଭଗବତୀଙ୍କ ମୃର୍ତ୍ତିକାକୁ ସାମିଲ୍‌ କରାଯାଇଥିବା ନେଇ ବାଣପୁର ଓ ଚିଲିକାବାସୀ ଖୋର୍ଦ୍ଧା ଜିଲ୍ଲା ବିଶ୍ବହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳ ଚିଲିକା ପ୍ରଖଣ୍ଡକୁ ପ୍ରଶଂସା କରିବା ସହିତ ଏହା ସମଗ୍ର ବାଣପୁର ଓ ଚିଲିକାବାସୀଙ୍କ ପାଇଁ ଗର୍ବ ଓ ଗୌରବର ବିଷୟ ବୋଲି କହିଛନ୍ତି। ଏହି ଅବସରରେ ଚିଲିକା ପ୍ରଖଣ୍ଡର କାର୍ଯ୍ୟକର୍ତ୍ତାମାନଙ୍କ କାର୍ଯ୍ୟକୁ ବୁଦ୍ଧିଜୀବୀମାନେ ପ୍ରଶଂସା କରିଛନ୍ତି।

ଅଯୋଧ୍ୟା ରାମମନ୍ଦିର ବାଣପୁର ଭୂମି ପୂଜନ ମା’ ଭଗବତୀ
Share. Facebook Twitter LinkedIn Email WhatsApp Copy Link

Related Posts

ଆଜି ଚେନ୍ନାଇ ଏବଂ ପଞ୍ଜାବ ମଧ୍ୟରେ ଲଢେଇ: ଜାଣନ୍ତୁ ପ୍ଲେଇଂ ଇଲେଭେନ୍, ପିଚ୍ ରିପୋର୍ଟ ଏବଂ ପାଣିପାଗ

April 3, 2026

ମଧୁମେହରେ ପଣସର ବ୍ୟବହାର କିପରି ଲାଭଦାୟକ? ଜାଣନ୍ତୁ…

April 3, 2026

ବ୍ରହ୍ମପୁର ପୌର ନିଗମର ଷ୍ଟାଣ୍ଡିଂ କମିଟି ବୈଠକ

April 3, 2026

ବିବାହ ପ୍ରତିଶ୍ରୁତି ଦେଇ ମହିଳାଙ୍କୁ ପ୍ରତାରଣା: ଅଭିଯୁକ୍ତ ଯୁବକଙ୍କୁ ଗିରଫ କଲା ପୋଲିସ

April 3, 2026
Latest News

କିପରି ମନୋନୀତ ହେବେ ବିହାରର ନୂତନ ମୁଖ୍ୟମନ୍ତ୍ରୀ?: ପୂର୍ବତନ ସାଂସଦଙ୍କ ଆଶ୍ଚର୍ଯ୍ୟଜନକ ବିବୃତ୍ତି

April 3, 2026

ଆଜି ଚେନ୍ନାଇ ଏବଂ ପଞ୍ଜାବ ମଧ୍ୟରେ ଲଢେଇ: ଜାଣନ୍ତୁ ପ୍ଲେଇଂ ଇଲେଭେନ୍, ପିଚ୍ ରିପୋର୍ଟ ଏବଂ ପାଣିପାଗ

April 3, 2026

ମଧୁମେହରେ ପଣସର ବ୍ୟବହାର କିପରି ଲାଭଦାୟକ? ଜାଣନ୍ତୁ…

April 3, 2026

‘ମୋର ନୀରବତାକୁ ପରାଜୟ ବୋଲି ଭାବନ୍ତୁ ନାହିଁ’: ଆଉ ଏକ ଭିଡିଓ ଜାରି କରି କହିଲେ ରାଘବ ଚଢା

April 3, 2026

ପଶ୍ଚିମବଙ୍ଗରେ ଟିଏମସିକୁ ଝଟକା!: ସଦ୍ୟତମ ନିର୍ବାଚନ ସର୍ଭେରେ ବିଜେପି ପାଇଁ ଭଲ ଖବର

April 3, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.